ଦାନ୍ତେୱାଡ଼ାରେ ମାଓ ଆକ୍ରମଣ ଘଟଣା : ଉଠିଲା ପ୍ରଶ୍ନ, ଭଡ଼ା ଗାଡ଼ିରେ କାହିଁକି ଯାଉଥିଲେ ୧୦ ସୁରକ୍ଷାକର୍ମୀ ?

Naxal attack on security personnel in Chattisgarh

ଓଡ଼ିଆ ଗସିପ ବ୍ୟୁରୋ: ଛତିଶଗଡ଼ ଦନ୍ତେୱାଡାରେ ମାଓବାଦୀଙ୍କ ଆକ୍ରମଣରେ ୧୦ ଯବାନ ସହିଦ ହେଲେ । ଚିନ୍ତାର କଥା ହେଉଛି ମାଓବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନରେ ନିୟୋଜିତ ଏହି ଯବାନମାନେ ଏକ ଭଡ଼ା ଗାଡିରେ ଯାଇଥିଲେ । ତାହା ମଧ୍ୟ ଏକ ମିନି ଭ୍ୟାନ୍ ଥିଲା ।

ମାଓବାଦୀଙ୍କ ବିସ୍ଫୋରଣରେ ଗାଡିଟି ୨୦ ଫୁଟ ଉପରକୁ ଉଠି ଘଟଣାସ୍ଥଳରୁ ୧୫୦ ମିଟର ଦୂରକୁ ଛିଟିକି ପଡ଼ିଥିଲା । ଏହି ଗାଡିଟି ପୋଡି ପାଉଁଶ ହୋଇଯାଇଛି । ଏପରି ଏକ ଭୟଙ୍କର ଆକ୍ରମଣର ମୁକାବିଲା ପାଇଁ ପ୍ରସ୍ତୁତ ନଥିଲେ ଯବାନ ।

କାହିଁକି ନେଇଥିଲେ ଭଡ଼ା ଗାଡ଼ି ?

ସେଦିନ ଭଡ଼ା ଗାଡ଼ିରେ ଯାଇଥିଲେ ଯବାନ । ଭଡ଼ା ଗାଡ଼ି ହୋଇଥିବାରୁ ବୁଲେଟପ୍ରୁଫ୍ ନଥିଲା ଗାଡି । ମାଓ ଆକ୍ରମଣରୁ ସୁରକ୍ଷା ପାଇଁ ଗାଡ଼ିରେ କୌଣସି ବ୍ୟବସ୍ଥା ନଥିଲା । ୨୦ ଫୁଟ ଉପରକୁ ଉଠି ୧୫୦ ମିଟର ଦୂରକୁ ଛିଟିକି ପଡ଼ିଥିଲା ଗାଡ଼ି । ସୂଚନା ଅନୁସାରେ ଏହି ରୁଟର ଯାଞ୍ଚ କରାଯାଇନଥିଲା । ରୋଡ ଓପନିଂ ପାଟ୍ରୋଲିଂ ବି କରାଯାଇନଥିଲା ।

ଆହୁରି ପଢ଼ନ୍ତୁ : ଆଜିର ରାଶିଫଳ : ଆରମ୍ଭ ହୋଇଛି ଗୁରୁ ଚଣ୍ଡାଳ ଯୋଗ; ୫ ରାଶିଙ୍କୁ ମିଳିବନି ତ୍ରାହି, ଜାଣନ୍ତୁ କଣ ରହିଛି ଆପଣଙ୍କ ଭାଗ୍ୟ...

ଖାଲି ଏତିକି ନୁହେଁ ମାଓ ପ୍ରବଣ ଅଂଚଳରେ ସୁରକ୍ଷାକର୍ମୀ ଯିବା ପୂର୍ବରୁ ଯାଂଚ କରାଯାଏ । ସୁରକ୍ଷାକର୍ମୀ ଆସିବା ପୂର୍ବରୁ ସମ୍ଭାବ୍ୟ ବିପଦକୁ ଏଡାଇବା ଟିମର କାମ । ଘଟଣାଦିନ ଏହି ଟିମ୍ ଯାଞ୍ଚ କରିନଥିବା ସୂଚନା ମିଳିଛି । ଘଟଣାସ୍ଥଳରୁ ମାତ୍ର ଶହେ ମିଟର ଦୂରରେ ‘ଅମା ପାଣ୍ଡୁମ’ ପର୍ବ ଚାଲିଥିଲା । ପର୍ବ ପାଳନ ଯୋଗୁଁ ଯାଞ୍ଚ କରାଯାଇନଥିଲା । ଜଙ୍ଗଲ ରାସ୍ତା ଦେଇ ସୁରକ୍ଷାକର୍ମୀଙ୍କ ଗାଡ଼ି ଦ୍ରୁତ ଗତିରେ ଯାଇଥାଏ ।

‘ଅମା ପାଣ୍ଡୁମ’ ପର୍ବ ପାଇଁ ଗାଡି ତୀବ୍ର ଗତିରେ ଯାଇପାରିନଥିଲା । ଛୋଟ ପିଲା ଯାତ୍ରୀଙ୍କ ଠାରୁ ଆମ୍ବ କିଣିବା ପାଇଁ ଟଙ୍କା ମାଗିଥାନ୍ତି । ଘଟଣା ଦିନ ମଧ୍ୟ ପିଲାମାନେ ରାସ୍ତାକୁ ଚାଲିଆସିଥିଲେ । ଫଳରେ ଗାଡି ଧିରେ ଧିରେ ଯାଉଥିବା ବେଳେ ବିସ୍ଫୋରଣ ଘଟିଥିଲା ।

Share this story

World Odia Language Conferene