ପାକିସ୍ତାନ ପ୍ରେମରେ ସିଦ୍ଧୁ; କହିଲେ ଇମ୍ରାନ ଖାନ୍ ମୋ ବଡ଼ ଭାଇ, ବର୍ଷିଲେ ବିଜେପି ସାଂସଦ ଗୌତମ ଗମ୍ଭୀର କହିଲେ...

Navjot Singh Sidhu

ଓଡ଼ିଆ ଗସିପ ବ୍ୟୁରୋ: ଅନେକ ସମୟରେ ନିଜ ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ଥାଆନ୍ତି କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ । ଏବେ ସେ ଏମିତି ଏକ ବୟାନ ଦେଇଛନ୍ତି ଯାହା ଦେଶ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି । ପୁଣି ନିଜ ବିବାଦୀୟ ବୟାନ ପାଇଁ ଅଡୁଆରେ ପଡିଯାଇଛନ୍ତି ସିଦ୍ଧୁ ।

ସିଦ୍ଧୁଙ୍କର ଏବେ ପାକିସ୍ତାନ ପ୍ରେମ ଦେଖିବାକୁ ମିଳିଛି । ପାକିସ୍ତାନର କରତାରପୁର କରିଡର ଗୁରୁଦ୍ୱାରାରୁ କରତାରପୁର ସାହିବ ଦର୍ଶନ କରିବାକୁ ପାକିସ୍ତାନ ଯାଇଥିବା ସିଦ୍ଧୁ ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନିଜ ବଡ ଭାଇ କହିଛନ୍ତି । ଆଉ ସିଦ୍ଧୁଙ୍କ ଏହି ପଦିଏ କଥାକୁ ନେଇ ଟାର୍ଗେଟ ରାଡାରକୁ ଆସିଛି କଂଗ୍ରେସ ।

କରତାରପୁର କରିଡରରେ ପହଞ୍ଚିବା ପରେ ସିଦ୍ଧୁଙ୍କୁ ଜୋରଦାର ସ୍ୱାଗତ କରାଯାଇଥିଲା । ଏହି ସମୟରେ ସିଦ୍ଧୁ ଇମ୍ରାନଙ୍କୁ ନିଜର ବଡ ଭାଇ କହିବା ସହ ମୋତେ ବହୁତ ଭଲ ପାଆନ୍ତି ବୋଲି କହିଥିଲେ । ଆଉ ଏହି ପିଦଏ କଥାକୁ ନେଇ କଂଗ୍ରେସ ଓ ସିଦ୍ଧୁଙ୍କୁ ଟାର୍ଗେଟ କରିଛି ବିଜେପି ।

ଏନେଇ ସିଦ୍ଧୁଙ୍କୁ ଟାର୍ଗେଟ୍ କରି ବିଜେପି ସାଂସଦ ଗୌତମ୍ ଗମ୍ଭୀର କହିଛନ୍ତି, ସିଦ୍ଧୁ ଇମ୍ରାନ୍ ଖାନଙ୍କୁ ତାଙ୍କର ବଡ ଭାଇ କହିବା ଅତ୍ୟନ୍ତ ଲଜ୍ୟା ଜନକ । ଦୀର୍ଘ ୭୦ ବର୍ଷ ହେବ ପାକିସ୍ତାନ ଦ୍ୱାରା ପ୍ରାୟୋଜିତ ଆତଙ୍କବାଦ ସହ ଲଢି ଆସୁଛି ଭାରତ । ଆଉ ଏଭଳି ସ୍ଥାନରେ ଆତଙ୍କବାଦ ଦେଶର ପ୍ରଧାନମନ୍ତ୍ରୀଙ୍କୁ ସିଦ୍ଧୁ ବଡ ଭାଇ କହିବା ଅତ୍ୟନ୍ତ ନିନ୍ଦାଜନକ ।

ଗୌତମ ଗମ୍ଭୀର ଟ୍ୱିଟ୍ କରି ଲେଖିଛନ୍ତି, ସିଦ୍ଧୁ ପ୍ରଥମେ ତାଙ୍କର ପୁଅ କି ଝିଅଙ୍କୁ ବର୍ଡରକୁ ପଠାନ୍ତୁ ଆଉ ତା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ନିଜର ବଡ ଭାଇ ବୋଲି କୁହନ୍ତୁ । ସୀମାରେ ଆମ ଭାରତୀୟ ଯାବାନ ଆତଙ୍କବାଦୀ ସହ ଲଢି ସହିଦ ହେଉଛନ୍ତି ।

ପୁଲୱାମା ଆକାକରେ ଆମର ୪୦ ଯବାନ ସହିଦ୍ ହୋଇଗଲେ । କେବେ ସେନାନଙ୍କ ପରିବାରର ଦୁଃଖ ସିଦ୍ଧୁ ଦେଖିଛନ୍ତି । ନିଜର ପୁଅ-ଝିଅକୁ ବିଦେଶରେ ପାଠ ପଢାଇବା ପାଇଁ ପଠାଇ ନିଜେ ଏସିରେ ବସି ଏପରି ବୟାନ ଦେବା ଅତ୍ୟନ୍ତ ଘୃଣ୍ୟ ଏବଂ ଲଜ୍ୟା ଜନକ ବୋଲି କହି ସିଦ୍ଧୁଙ୍କ ଉପରେ ବର୍ଷିଛନ୍ତି ବିଜେପି ସାଂସଦ ଗୌତମ ଗମ୍ଭୀର ।

ପାକିସ୍ତାନ ସପକ୍ଷରେ ମନ୍ତବ୍ୟ ଦେବା ସିଦ୍ଧୁଙ୍କ ପାଇଁ ନୂଆ ନୁହେଁ । ଗତଥର ବି ସିଦ୍ଧୁ ଯେତେବେଳେ ପାକିସ୍ତାନ ଯାଇଥିଲେ କରତାରପୁର କରିଡର ଖୋଲିବା ପ୍ରସଙ୍ଗରେ ପାକିସ୍ତାନୀ ସେନାର ଜେନେରାଲ ବାଜୱାଙ୍କୁ ଆଲିଙ୍ଗନ କରିଥିଲେ । ଏଥି ସହିତ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଶପଥଗ୍ରହଣ ଉତ୍ସବରେ ସାମିଲ ହୋଇଥିଲେ ସିଦ୍ଧୁ । ସେତେବେଳେ ସିଦ୍ଧୁଙ୍କ ବାହାନାରେ କଂଗ୍ରେସକୁ ଟାର୍ଗେଟ କରାଯାଇଥିଲା ।

ଏହାସହ ଯେତେବେଳେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବେ ସିଦ୍ଧୁଙ୍କ ନାଁକୁ ନେଇ ଚର୍ଚ୍ଚା ହୋଇଥିଲା ସେତେବେଳେ ପୂର୍ବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ କହିଥିଲେ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଓ ପାକିସ୍ତାନ ସେନାମୁଖ୍ୟ ବାଜୱାଙ୍କ ସହ ସିଦ୍ଧୁଙ୍କ ଉତ୍ତମ ସମ୍ପର୍କ ରହିଛି । ତେଣୁ ସିଦ୍ଧୁ ମୁଖ୍ୟମନ୍ତ୍ରୀ ହେଲେ ଭୟଙ୍କର ପରିଣାମ ଭୋଗିବାକୁ ପଡିବ ବୋଲି କହିଥିଲେ ।

Share this story