ବ୍ୟବହାର କରୁଛନ୍ତି କି ମଶା ଧୂପ; ସାବଧାନ! ନେଇପାରେ ଆପଣଙ୍କ ଜୀବନ

Mosquito coil takes six lives

ଓଡ଼ିଆ ଗସିପ ବ୍ୟୁରୋ: ମସ୍କ୍ୟୁଟ କଏଲରୁ କେବଳ ନିଆଁ ଲାଗିଯିବାର ବିପଦ ନାହିଁ ବରଂ ଡାକ୍ତରଙ୍କ କହିବା ଅନୁଯାୟୀ କଏଲରୁ ବାହାରୁଥିବା ଧୂଆଁ ସିଗାରେଟ ଧୂଆଁ ଠାରୁ ମଧ୍ୟ ଅଧିକ କ୍ଷତିକାରକ । ମଶା ଘଉଡାଇବାର ସବୁଠାରୁ ସହଜ ଉପାୟ ହେଉଛି ମସ୍କ୍ୟୁଟ କଏଲ (Mosquito coil) । କିନ୍ତୁ ଆପଣମାନେ ଜାଣନ୍ତି କି ଏହି କଏଲରୁ ବାହାରୁଥିବା ଧୂଆଁ ମଶାମାନଙ୍କୁ ମାରିବା ସହିତ ଆପଣଙ୍କ ଜୀବନ ମଧ୍ୟ ନେଇପାରେ ।

ଦିଲ୍ଲୀରେ ମଶା ନିବାରଣ କଏଲ ପାଇଁ ୬ ଜଣଙ୍କର ମୃତ୍ୟୁ ହେଇଛି । ଧୂଆଁ ପ୍ରଭାବରେ ଶ୍ୱାସରୁଦ୍ଧ ହୋଇ ଗୋଟିଏ ପରିବାରର ଛଅ ଜଣ ସଦସ୍ୟ ପ୍ରାଣ ହରାଇଥିବା ଭଳି ଦୁର୍ଭାଗ୍ୟଜନକ ଖବର ସାମ୍ନାକୁ ଆସିଛି ।

କୁହାଯାଉଛି ଯେ ମସ୍କ୍ୟୁଟ କଏଲରୁ ନିଆଁ ଲାଗି ଯାଇଥିଲା । ଏହାପରେ ଘର ଭିତରେ ଧୂଆଁ ଭରି ଯିବା କାରଣରୁ ଲୋକମାନଙ୍କ ଶ୍ୱାସରୁଦ୍ଧ ହୋଇଥିଲା, ଯାହା ଫଳରେ ଏକାସାଙ୍ଗରେ ଛଅ ଛଅ ଜଣଙ୍କର ପ୍ରଣ ଚାଲିଯାଇଛି ।

ମସ୍କ୍ୟୁଟ କଏଲରୁ କେବଳ ନିଆଁ ଲାଗିଯିବାର ବିପଦ ନାହିଁ ବରଂ ଡାକ୍ତରଙ୍କ କହିବା ଅନୁଯାୟୀ କଏଲରୁ ବାହାରୁଥିବା ଧୂଆଁ ସିଗାରେଟ ଧୂଆଁ ଠାରୁ ମଧ୍ୟ ଅଧିକ କ୍ଷତିକାରକ ।

ଖାସ କରି ଯଦି ଆପଣ ଘରର କୋଠରୀ ବନ୍ଦ କରି ଏହି କଏଲ ଧୂଆଁରେ ଅଧିକ ସମୟ ରହୁଛନ୍ତି ତେବେ ଏହି ଧୁଆଁ କେବଳ ମଶାମାନଙ୍କୁ ନୁହେଁ ବରଂ ଆପଣମାନଙ୍କ ଜୀବନ ମଧ୍ୟ ନେଇପାରେ ।

ଖରା ଦିନରେ ମଶାମାନଙ୍କ ପ୍ରକୋପ ଅଧିକ ବଢ଼ିଯାଏ । ଏଥିରୁ ବର୍ତ୍ତିବା ପାଇଁ ଲୋକମାନେ ବିଭିନ୍ନ ଉପାୟ ଆପଣାନ୍ତି । ଏଥି ମଧ୍ୟରୁ ମଶା ଘଉଡାଇବା କଏଲର ବହୁତ ବ୍ୟବହାର କରାଯାଏ । ମଶାମାନଙ୍କୁ ଘୁଡାଇବା ପାଇଁ ଫାଷ୍ଟକାର୍ଡ ଓ ଅଗରବତୀ ମଧ୍ୟ ଆସିବାରେ ଲାଗିଲାଣି ।

ତେବେ ଏଥିରୁ ବାହାରୁ ଥିବା ବିଶାକ୍ତ ଧୂଆଁରେ କ୍ଷତିକାରକ କେମିକାଲ ମିଶିକି ଥାଏ । ଏହି କେମିକାଲ ଗୁଡିକ ଆପଣମାନଙ୍କ ଫୁସଫୁସକୁ କ୍ଷତି ପହଞ୍ଚାଇପାରେ, ଆଜମା ଭଳି ଅନେକ ରୋଗ ମଧ୍ୟ ସୃଷ୍ଟି କରିପାରେ ।

କେବଳ ଏତିକି ନୁହେଁ, ଯଦି ଅଧିକ ସମୟ ପର୍ଯ୍ୟନ୍ତ ଏହା ଆପଣଙ୍କ ଶରୀରରେ ରୁହେ ତେବେ ଏହା ଦ୍ୱାରା ଫୁସଫୁସ କର୍କଟ ମଧ୍ୟ ହୋଇପାରେ । ଏସବୁ ବ୍ୟତୀତ ନିଆଁ ଲାଗିଯିବା କିମ୍ବା ପିଲାମାନେ ଜଳିଯିବାର ବିପଦ ମଧ୍ୟ ରହିଥାଏ ।

ମସ୍କ୍ୟୁଟ କଏଲ ଉପରେ ହୋଇସାରିଛି ଅନେକ ଗବେଷଣା:

ମସ୍କ୍ୟୁଟ କଏଲ ଏବଂ ମଶା ଧୂପର ଧୂଆଁକୁ ନେଇ ଦୁନିଆରେ ଅନେକ ଗବେଷଣା କରାଯାଇଛି । ତେବେ ଗବେଷଣାରୁ ଜଣାପଡ଼ିଛି ଯେ, ଏହାର ଧୂଆଁ ସ୍ୱାସ୍ଥ୍ୟ ପ୍ରତି ବହୁତ କ୍ଷତିକାରକ । ଲୋକମାନେ ଘରର କବାଟ ବନ୍ଦ କରି ଶୋଇପଡ଼ନ୍ତି ଯାହାଫଳରେ ଶ୍ୱାସକ୍ରିୟା ଦ୍ୱାରା ମସ୍କ୍ୟୁଟ କଏଲର ଧୂଆଁ ସିଧା ଶରୀର ଭିତରେ ପହଁଞ୍ଚିଯାଏ ଏବଂ ଏହା ଶରୀରର ଅନେକ କ୍ଷତି ଘଟାଇ ଥାଏ ।

ମଶାରୁ ନିଜକୁ ଏମିତି ବଞ୍ଚାଆନ୍ତୁ :

ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କର ତଥ୍ୟ ଅନୁଯାୟୀ ମଶା ଦାଉରୁ ରକ୍ଷା ପାଇବା ପାଇଁ ପ୍ରାକୃତିକ ଉପାୟ ଆପଣାଇବା ଉଚିତ୍ । ଉଦାହରଣ ସ୍ୱରୁପ, କବାଟ ଓ ଝରକାରେ ଜାଲି ଲଗାଇବା, ଘରର ଆଖ ପାଖରେ ମଇଳା ପଣି ଜମା ହେବାକୁ ନ ଦେବା, ମଶା ଘଉଡାଇବା କ୍ରିମ ଏବଂ ଜେଲ୍ ଶରୀର ପାଇଁ ସୁରକ୍ଷିତ । ଏହା ସବୁ ପରେ ସବୁଠାରୁ ଭଲ ଉପାୟ ହେଉଛି ମଶାରି ଟାଙ୍ଗି ଶୋଇବା ।

Share this story