ୟୁଟ୍ୟୁବ୍ ଭିଡିଓ ଦେଖି ପିଲା ଜନ୍ମ କଲେ ନାବାଳିକା, ପରିବାର ବିଷୟରେ ଜାଣିଲେ ଆପଣଙ୍କ ହୋଶ ଉଡିଯିବ

minor pregnant

ଓଡ଼ିଆ ଗସିପ ବ୍ୟୁରୋ: ଜଣେ ୧୭ ବର୍ଷର ଝିଅ ୟୁଟ୍ୟୁବ୍ ଭିଡିଓ ଦେଖି ତାଙ୍କ ଘରେ ଏକ ଶିଶୁକୁ ଜନ୍ମ ଦେଇଥିବା ଜଣାପଡ଼ିଛି । ଏହି ଘଟଣାଟି କେରଳର ମାଲାପୁରାମ ଜିଲ୍ଲାରେ ଘଟିଛି । ୧୭ ବର୍ଷର ଝିଅଟି ଅକ୍ଟୋବର ୨୦ରେ ଏହି ଶିଶୁକୁ ଜନ୍ମ ଦେଇଛନ୍ତି ।

ଅନ୍ୟପକ୍ଷେ ତାଙ୍କ ପିତାମାତା ତାଙ୍କ ଗର୍ଭଧାରଣ ବିଷୟରେ କିଛି ଜାଣି ନ ଥିବା ଜଣାପଡ଼ିଛି । ଶିଶୁଟି ଜନ୍ମ ହେବାର ତିନି ଦିନ ପରେ ହିଁ ଯୁବତୀଙ୍କ ମାଆ ଏ ସମ୍ପର୍କରେ ଜାଣିବାକୁ ପାଇଥିଲେ । କାରଣ ପ୍ରସବ ପରେ ଯୁବତୀଙ୍କଠାରେ ସଂକ୍ରମଣ ଜନିତ ସମସ୍ୟା ଦେଖାଯାଇଥିଲା ଏବଂ ଶିଶୁଟି କାନ୍ଦ ମଧ୍ଯ ଶୁଣିବାକୁ ପାଇଥିଲେ ।

ପୋକ୍ସୋ ନିୟମ ଅନୁଯାୟୀ ଅଭିଯୁକ୍ତ ପ୍ରେମିକଙ୍କ ବିରୋଧରେ ମାମଲା ରୁଜୁ କରିବା ପରେ ମାଆ ଏବଂ ଶିଶୁଙ୍କୁ ମଞ୍ଜେରୀସ୍ଥିତ ସରକାରୀ ମେଡିକାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଉଭୟ ସୁସ୍ଥ ଅଛନ୍ତି ।

ପୁଲିସର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ, ସେ ପ୍ରସବ ସମୟରେ କୌଣସି ବାହ୍ୟ ସହାୟତା ନେଇ ନ ଥିଲେ । ୟୁଟ୍ୟୁବ୍ ଭିଡିଓ ଦେଖି ନାବାଳିକା ଜଣଙ୍କ ପିଲାଟିକୁ ଜନ୍ମ ଦେଇଥିବା ତଦନ୍ତରୁ ଜଣାପଡିଛି । ଅକ୍ଟୋବର ୨୨ ରେ ଶିଶୁଟିର କାନ୍ଦ ଶୁଣି ଝିଅର ପିତାମାତା ଜାଣିବାକୁ ପାଇଥିଲେ । ଝିଅଟି ଦ୍ୱାଦଶ ଶ୍ରେଣୀରେ ଅଧ୍ୟୟନ କରେ ।

ତାଙ୍କ ପିତାମାତା ଦୃଷ୍ଟିହୀନ କାରଣରୁ ସେମାନେ ମଧ୍ଯ ଜାଣି ପାରି ନ ଥିଲେ ଯେ ପିଲାଟି ଗର୍ଭବତୀ ଅଛି । ଝିଅ ଏବଂ ୨୧  ବର୍ଷ ବୟସ୍କ ପୁରୁଷଙ୍କ ମଧ୍ୟରେ ପ୍ରେମ ସମ୍ପର୍କ କିଛି ସମୟ ପାଇଁ ଚାଲିଥିଲା ​​। ଝିଅଟିର ବୟସ ୧୮ ବର୍ଷ ହେବା ପରେ ଉଭୟ ବିବାହ କରିବାକୁ ଯୋଜନା କରିଥିଲେ ।

Share this story