ଦେଖନ୍ତୁ Exclusive ଭିଡ଼ିଓ: ଯନ୍ତ୍ରଣାରେ ଛଟପଟ କୁନି ଝିଅଟି ହାଥ ଠାରି ଡାକୁଛି ମତେ ସାହାଯ୍ୟ କର, ହୃଦୟହୀନ ପାଲଟିଗଲେ ଲୋକେ...

no humanity

ଓଡ଼ିଆ ଗସିପ୍ ବ୍ୟୁରୋ: ମରିଯାଇଛି ମାନବିକତା । ଦିନକୁ ଦିନ ଲୋକେ ଏପରି ଅମାନବୀୟ ବ୍ୟବହାର କରୁଛନ୍ତି, ଚିନ୍ତା କରିବା ବି କଳ୍ପନା ବାହାରେ ହୋଇଯାଉଛି । ଏବେ ଲୋକଙ୍କ ପାଇଁ ଏକମାତ୍ର ମୋବାଇଲ୍‌ ହିଁ ସବୁକିଛି । କେହି ମରିଯାଉ, କି କାହାର ହାତଗୋଡ଼ କଟିଯାଉ, କିଛି ପରବାୟ ନାହିଁ ।

ହାତରେ ମୋବାଇଲ୍‌ ଧରି ସୁଟିଂ କରିବା ଉପରେ ସମସ୍ତଙ୍କ ନଜର । ନିକଟରେ ଏପରି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି । ଉତ୍ତରପ୍ରଦେଶର କନ୍ନୌଜରୁ ଏପରି ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି ।

ଜୈନିକ ଗୁରୁତର ଆହତ ଝିଅଟି ଦୟାକରି ସାହାଯ୍ୟ କର ବୋଲି ଚିତ୍କାର କରୁଛି । ହାତ ଠାରି ଡାକୁଛି ମୋତେ ହସ୍ପିଟାଲ ନିଅ । ହେଲେ ଦେଖଣାହାରୀଙ୍କ କାନକୁ ସତେ ଯେପରି ତା’ର ଚିତ୍କାର ଶୁଭୁନି । ସାହାଯ୍ୟ କରିବା ପରିବର୍ତ୍ତେ ସମସ୍ତେ ଭିଡିଓ ତିଆରି କରିବାରେ ବ୍ୟସ୍ତ ଅଛନ୍ତି ।

ସୁଚନା ଅନୁସାରେ ନାବାଳିକା ଜଣ ତାଙ୍କ ଘରୁ ନିଖୋଜ ହୋଇଯାଇଥିଲେ ଏବଂ ଅନେକ ଘଣ୍ଟା ପରେ ଆହତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ଝିଅଟିର ମୁଣ୍ଡ ଏବଂ ଶରୀରରେ ଆଘାତ ଲାଗିଥିବା ଭିଡିଓରେ ଦେଖାଯାଉଛି । କିନ୍ତୁ ସେଠାରେ ଉପସ୍ଥିତ ଥିବା ଲୋକମାନେ ତାଙ୍କୁ ଡାକ୍ତରଖାନା ନେବା ପରିବର୍ତ୍ତେ ଭିଡିଓ ତିଆରି କରିବା ଆରମ୍ଭ କରିଥିଲେ ।

୨୫ ସେକେଣ୍ଡର ସେହି ଭିଡିଓ ଏବେ ଭାଇରାଲ୍‌ ହେବାରେ ଲାଗିଛି । ଏତିକି ବେଳେ ଜଣେ ବ୍ୟକ୍ତି ପଚାରୁଛନ୍ତି, ପୋଲିସକୁ ସୂଚନା ଦିଆଯାଇଛି କି ନାହିଁ ? ତେବେ ତାଙ୍କ କଥା ନଶୁଣି ଅନ୍ୟମାନେ ଭିଡିଓ ତିଆରି କରିବାରେ ଲାଗିଛନ୍ତି । ପୋଲିସ ପହଞ୍ଚିବା ପର୍ଯ୍ୟନ୍ତ ଝିଅଟି ସେହିପରି ଯନ୍ତ୍ରଣାରେ ଛଟପଟ୍‌ ହେଉଥିଲା ।

ଭାଇରାଲ ହୋଇଥିବା ଅନ୍ୟ ଏକ ଭିଡିଓରେ ଜଣେ ପୋଲିସ କର୍ମଚାରୀ ଆହତ ଝିଅକୁ କୋଳରେ ଧରି ଅଟୋରିକ୍ସା ଆଡକୁ ଦଉଡ଼ୁଥିବାର ଦେଖିବାକୁ ମିଳିଛି । ପୋଲିସ ଅଧୀକ୍ଷକ କୁନୱର ଅନୁପମ ସିଂ କହିଛନ୍ତି, ନାବାଳିକାକୁ ଆହତ ଅବସ୍ଥାରେ ଦେଖିବାକୁ ମିଳିଥିଲା ​​। ତାଙ୍କ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ନାବାଳିକାଙ୍କ ଅଭିଯୋଗକୁ ଭିତ୍ତି କରି ଏକ ମାମଲା ରୁଜୁ ହୋଇଛି ବୋଲି ପୋଲିସ କହିଛି । ଏହି ମାମଲାରେ କାହାକୁ ଗିରଫ କରାଯାଇ ନାହିଁ । ତେବେ ଝିଅଟି ଯୌନ ଶୋଷଣର ଶିକାର ହୋଇଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।

Share this story