ପୁରୁଷ ପିନ୍ଧିଲେ ବ୍ରା, ଟପଲେସ୍ ହେଲେ ମହିଳା; ଜାଣନ୍ତୁ ବର୍ଲିନ ରାସ୍ତାରେ କାହିଁକି ହେଲା ଏଭଳି ପ୍ରଦର୍ଶନ

Berlin protest

ଓଡ଼ିଆ ଗସିପ ବ୍ୟୁରୋ :ଜର୍ମାନୀ(Germany)ର ରାଜଧାନୀ ବର୍ଲିନୀ(Berlin)ରେ ଶନିବାର ଏକ ଭିନ୍ନ ଧରଣର ବିକ୍ଷୋଭ ପ୍ରଦର୍ଶନ ଦେଖିବାକୁ ମିଳିଛି । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ନିଆଁ ଲଗାଇ ଦେଇଛି  ।  କୁହାଯାଉଛି ଯେ, ସେହି ସମୟରେ ପୋଲିସ ପ୍ରଶାସନ ମଧ୍ୟ ମୁଣ୍ଡରେ ହାତ ଦେଇ ବସି ଯାଇଥିଲା । କାହିଁକିନା ମହିଳା ମାନେ ଟପଲେସ୍ ହେବା ଏବଂ ପୁରୁଷମାନେ ବ୍ରା ପିନ୍ଧିବା ଭଳି ଘଟଣା କେବେ ଘଟିନଥିଲା । ବ୍ରା ସହ ପୁରୁଷମାନେ ବିକିନି ମଧ୍ୟ ପିନ୍ଧିବାକୁ ପଛାଇ ନଥିଲେ ।

ବର୍ଲିନିର ରାସ୍ତା କଡ଼ରେ ଶହ ଶହ ସଂଖ୍ଯାର ସମର୍ଥକ ଲିଙ୍ଗଗତ ସମାନତା ଦାବି କରି ରାସ୍ତାକୁ ଆସିଥିଲେ । ସେମାନଙ୍କ ରାଗ ଥିଲା ବର୍ଲିନ୍ ପୋଲିସ ଉପରେ । ଜଣେ ଫ୍ରାନ୍ସ ମହିଳା ସହରର ଏକ ଓ୍ୱାଟର ପାର୍କରେ ଟପଲେସ୍ ହୋଇ ଖରାରେ ଆରାମ କରୁଥିଲେ । ପୋଲିସ କିନ୍ତୁ ସଂପୃକ୍ତ ମହିଳାଙ୍କୁ ସେଠାରୁ ବାହାର କରିଦେଇଥିଲେ ।

ଏହି ଘଟଣା ଗତ ମାସର ହୋଇଥିଲେ ମଧ୍ୟ ଏବେ ଯାଏ ଏହି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବର୍ଲିନ୍ ର ଏକ ବଡ଼ ସମାଜକୁ ଏହା କୁଠାରଘାତ କରିଛି । ଫଳ ସ୍ବରୂପ ବର୍ଲିନର ପୁରୁଷ ଓ ମହିଳାମାନେ ବିରୋଧ ପ୍ରଦର୍ଶନ କରିବା ପୂର୍ବରୁ ନିଜ ଶରରୀରେ ମାଇ ବଡ଼ି -ମାଇ ଚଏସ ବା ମୋ ଶରୀର-ମୋ ପସନ୍ଦ ବୋଲି ଲେଖିଥିଲେ ।

ଡେଲି ମେଲ୍ ର ରିପୋର୍ଟ ଅନୁସାରେ, ସଂପୃକ୍ତ ଫ୍ରାନ୍ସ ମହିଳା ନିଜର ଏକ ସାଙ୍ଗ ଏବଂ ଦୁଇ ପିଲାଙ୍କ ସହ ସ୍ବିମ୍ ପାର୍କ ଯାଇଥିଲେ । ସେହି ସମୟରେ ମହିଳା ଜଣଙ୍କ ସ୍ବିମ୍ ସୁଟ୍ ପିନ୍ଧିଥିଲେ । କିନ୍ତୁ କିଛି ସମୟ ପରେ ସେ ଟପଲେନ୍ସ ହୋଇ ସନବାଥ୍ ନେବାକୁ ଆରମ୍ଭ କଲେ । ଯାହାକୁ ବିରୋଧ କରିଥିଲେ ସେଠାକାର ସୁରକ୍ଷା ଦାୟିତ୍ୱରେ ମୁତୟନ ଗାର୍ଡସ ।

ଗାର୍ଡ ଜଣଙ୍କ ସଂପୃକ୍ତ ମହିଳାଙ୍କୁ ଶରୀରକୁ ଘୋଡ଼ାଇ ରଖିବାକୁ କହିଥିଲେ । ଏହା ପରେ ମହିଳା ଜଣଙ୍କ କହିଥିଲେ ଯେ, ଯଦି ପୁରୁଷମାନେ ଖୋଲା ଦେହରେ ବୁଲା ବୁଲି କରୁଛନ୍ତି ସେ କାହିଁକି ଟପଲେସ ହେବେନି ବୋଲି ପ୍ରଶ୍ନ କରିଥିଲେ । ଆଉ ଏହି କାରଣରୁ ଯୁକ୍ତି ତର୍କ ବଢ଼ିବା ପରେ ଗାର୍ଡ ଜଣଙ୍କ ମହିଳାଙ୍କୁ ଓ୍ୱାଟର ପାର୍କରୁ ବାହାରିଯିବାକୁ କହିବା ସହ ତଡ଼ି ଦେଇଥିଲେ ।

Share this story