କୁମ୍ଭୀର ଡ୍ରେସ ପିନ୍ଧି ସତ କୁମ୍ଭୀର ପାଖରେ ଶୋଇଛି ମଣିଷ, ଏହି ଷ୍ଟଣ୍ଟ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ଭିଡ଼ିଓ, ଆଉ ତାପରେ...

ଓଡ଼ିଆ ଗସିପ୍ ବ୍ୟୁରୋ: ମଣିଷ ନିଜ ପ୍ରଚାର ପାଇଁ ସବୁ ସୀମା ଟପି ପାରେ ଯାହା ଏବେ ଏକ ଭାଇରାଲ ହଉଥିବା ଭିଡ଼ିଓରେ ଦେଖିବାକୁ ମିଳିଛି । ନିଜ ଜୀବନ କୁ ବାଜି ଲଗେଇ ଷ୍ଟଣ୍ଟ କରିଚାଲିଛି । କେତେବେଳେ ଯେ ଜୀବନ ଚାଲିଯିବ ତାର ପରଵାହ ନାହିଁ ।
ହଁ ଆଜ୍ଞା ଭିଡିଓରେ ଜଣେ ଯୁବକ କୁମ୍ଭୀର ଡ୍ରେସ୍ ପିନ୍ଧି ସତ ସତିକା କୁମ୍ଭୀର ସହ ଖେଳୁଛନ୍ତି । ଖାଲି ଖେଳୁଛନ୍ତି ତାହା ନୁହେଁ, କୁମ୍ଭୀରର ଗୋଡ଼ ମଧ୍ୟ ଭିଡ଼ୁଛନ୍ତି । ଏମିତିକି କୁମ୍ଭୀର ତାହା ଜାଣିପାରୁଛି ।
ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ବିବାହିତ ଦମ୍ପତିଙ୍କୁ ମିଳିବ ୧୮ ହଜାର ୫୦୦ ଟଙ୍କା, ଆସିଲା ସରକାରଙ୍କ ବଡ ଘୋଷଣା, ଦେଖନ୍ତୁ ଭିଡ଼ିଓ...
କୁମ୍ଭୀର ଗୋଡ଼ ଭିଡ଼ିବା ମାତ୍ରେ ସେ ପଛକୁ ବୁଲି ଦେଖିବାକୁ ଚେଷ୍ଟା କରୁଛି । ହେଲେ ଠିକ୍ ସେହି ସମୟରେ ଯୁବକ ଜଣକ କୁମ୍ଭୀର ଡ୍ରେସ୍ ଭିତରକୁ ହାତ ଫେରାଇ ନେଉଛନ୍ତି । ଆଉ ଲୁଚି ଯାଉଛନ୍ତି । ଯାହାଫଳରେ କୁମ୍ଭୀର ଜାଣିପାରୁନି ଯେ, ଗୋଟିଏ ମିଛ କୁମ୍ଭୀର ତା’ସହ ଖେଳୁଛି ।
ଦେଖନ୍ତୁ ଭିଡ଼ିଓ :
ବ୍ୟକ୍ତି ଜଣକ କୁମ୍ଭୀର ଡ୍ରେସ୍ ପିନ୍ଧି ଅବିକଳ କୁମ୍ଭୀର ଭଳି ଦେଖାଯାଉଛନ୍ତି । ସତ କୁମ୍ଭୀର ଯେଉଁଠି ଶୋଇଛି, ତା ପାଖରେ ଯୁବକ ଜଣକ ଯାଇ ଶୋଇଛନ୍ତି । ଭିଡିଓକୁ ଅଚାନକ ଦେଖିଲେ ଜାଣି ହେବନି, ସତ କୁମ୍ଭୀର କିଏ ଆଉ ମିଛ କୁମ୍ଭୀର କିଏ ।