ଝିଆରୀ ପ୍ରେମିକର କଟାମୁଣ୍ଡ ଧରି ଥାନାରେ କଲେ ଆତ୍ମସମର୍ପଣ ଦାଦା, ଆଉ ତା ପରେ....
 

Man beheads niece's lover surrenders at police station in Arunachal Pradesh
ଝିଆରୀ ପ୍ରେମିକର ମୁଣ୍ଡ କାଟି ଧରି ଥାନାରେ ପହଞ୍ଚିଲା ଦାଦା
 

ଓଡ଼ିଆ ଗସିପ୍ ବ୍ୟୁରୋ: ଝିଆରୀ ପ୍ରେମିକର ମୁଣ୍ଡ କାଟିବା ପରେ ଉକ୍ତ କଟାମୁଣ୍ଡକୁ ଧରି ଅରୁଣାଚଳ ପ୍ରଦେଶର ଜଣେ ୨୨ ବର୍ଷିୟ ବ୍ୟକ୍ତି ଥାନାକୁ ଯାଇ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଘଟଣାଟି ସୀମାନ୍ତବର୍ତ୍ତୀ ଜିଲ୍ଲା ପୂର୍ବ ସିଆଙ୍ଗ୍‌ ଅନ୍ତର୍ଗତ ରସ୍କିନ୍‌ ଅଞ୍ଚଳରେ ବୁଧବାର ଦିନ ଘଟିଥିବା କଥା ପୁଲିସ ପକ୍ଷରୁ ସୂଚନା ଦିଆ ଯାଇଛି।

ଅଧିକ ପଢନ୍ତୁ :ଅନ୍ଧ କରିଦେଉଛି ଡାଇବେଟିସ୍‌, ତୁରନ୍ତ ଛାଡନ୍ତୁ ଏହି ୯ ଖାଦ୍ୟ, ଦୃଷ୍ଟିଶକ୍ତି ହ୍ରାସରୁ ବଞ୍ଚିଯିବେ!

ଅଭିଯୁକ୍ତ ଦାଦା ଶିବୁ ବୈଶ୍ୟ ଝିଆରୀ ସହିତ ଉକ୍ତ ଯୁବକଙ୍କର ପ୍ରେମ ସମ୍ପର୍କକୁ ବରଦାସ୍ତ କରି ପାରୁ ନ ଥିଲେ। ଶିବୁ ଓ ତାଙ୍କ ଝିଆରୀର ପ୍ରେମିକ ୧୯ ବର୍ଷିୟ ଅଜୟ ଦାସ ହେଉଛନ୍ତି ଆସାମରୁ ଆସିଥିବା ଦାଦନ ଶ୍ରମିକ।

ଅଧିକ ପଢନ୍ତୁ : ସୂର୍ଯ୍ୟ -ମଙ୍ଗଳ ଗୋଚର, ଏହି ସବୁ ରାଶିଙ୍କ ବଦଳିବ ଭାଗ୍ୟ, ଆର୍ଥିକ ସ୍ଥିତି ମଜବୁତ ହେବା ସହ ଆକସ୍ମିକ ଧନଲାଭର ଯୋଗ

ପୁଲିସ କହିଛି, ଆସାମ ସୀମାକୁ ଲାଗିଥିବା ଅରୁଣାଚଳ ପ୍ରଦେଶର ରସ୍କିନ୍‌ ଅଞ୍ଚଳର ଗୋଟାଏ ବିଲରେ ୨୨ ବର୍ଷିୟ ଶିବୁ ବୈଶ୍ୟ ୧୯ ବର୍ଷିୟ ଅଜୟ ଦାସଙ୍କ ମୁଣ୍ଡକାଟ କରିଥିଲେ। ତା’ପରେ ଅଜୟର କଟାମୁଣ୍ଡକୁ ଧରି ଶିବୁ ରସ୍କିନ୍‌ ଥାନାକୁ ଯାଇ ପୁଲିସ କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ।

ଅଧିକ ପଢନ୍ତୁ : ୨୩୭ ଦିନ ପର୍ଯ୍ୟନ୍ତ ରୁହନ୍ତୁ ସାବଧାନ! ଶନି ଚଳନ ଫଳରେ ଏହି ୫ ରାଶି ଉପରେ ଶନିଙ୍କ କୋପଦୃଷ୍ଟି...

ଥାନାର ‘ଅଫିସର୍‌-ଇନ୍‌-ଚାର୍ଜ’ ସି. ଜୋସେଫ୍‌ ଘଟଣା ଘଟିଛି ବୋଲି ସୁନିଶ୍ଚିତ କରିବା ସହିତ କହିଛନ୍ତି ଯେ, ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ‘ଆଇପିସି’ ଧାରା ୩୦୨ ଅନୁଯାୟୀ ତାଙ୍କ ନାମରେ ମାମଲା ମଧ୍ୟ ରୁଜୁ କରାଯାଇଛି।

ଅଧିକ ପଢନ୍ତୁ :୩୦ବର୍ଷ ପରେ ଶନି ଗୋଚର, ବଦଳିବ ଏମାନଙ୍କ ଜୀବନ, ସୁଖ ଶାନ୍ତି ବଢ଼ିବା ସହ ବଢିବ ଧନ !
 

Share this story