ଆକାଉଣ୍ଟରେ ଟଙ୍କା ନ ଥିଲେ ବି ୟୁପିଆଇରେ ହେବ ପେମେଣ୍ଟ, ମିଳିବ ପ୍ରି-ଆପ୍ରୁଭ୍‌ଡ କ୍ରେଡିଟ୍‌ଲାଇନ ସୁବିଧା

Make payment if you have no money in account

ଓଡ଼ିଆ ଗସିପ ବ୍ୟୁରୋ: ବର୍ତ୍ତମାନ ୟୁପିଆଇ ଜରିଆରେ ହେଉଛି ସମସ୍ତ ପେମେଣ୍ଟ । ଫୋନ୍-ପେ, ଗୁଗୁଲ-ପେ ଏବଂ ପେଟିଏମ ଭଳି ଆପ୍ ମାଧ୍ୟମରେ କାରବାର କରି ଲୋକେ ଖୁବ ସହଜରେ ନିଜ ଆବଶ୍ୟକତା ମେଣ୍ଟାଇ ପାରୁଛନ୍ତି, କିନ୍ତୁ ଯଦି ଆପଣଙ୍କ ଆକାଉଣ୍ଟରେ ଯଥେଷ୍ଟ ଟଙ୍କା ନାହିଁ, ତେବେ କୌଣସି ପେମେଣ୍ଟ କିପରି ହେବ ।

ଏହି ସମସ୍ୟାକୁ ଦୂର କରିବା ପାଇଁ କେନ୍ଦ୍ର ସରକାର ଆଣିଛନ୍ତି ପ୍ରି-ଆପ୍ରୁଭ୍‌ଡ କ୍ରେଡିଟ୍‌ ଲାଇନ ସୁବିଧା । ମୁଦ୍ରାନୀତି କମିଟିର ବୈଠକ ପରେ ଆର୍‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ଡିଜିଟାଲ ପେମେଣ୍ଟ ସିଷ୍ଟମକୁ ଆହୁରି ପ୍ରୋତ୍ସାହନ ଦେବା ଉଚିତ ।

ସେ କହିଛନ୍ତି ଯେ, ଡିଜିଟାଲ ପେମେଣ୍ଟ କରୁଥିବା ୟୁଜରମାନଙ୍କୁ ବର୍ତ୍ତମାନ ପ୍ରି-ଆପ୍ରୁଭ୍‌ଡ କ୍ରେଡିଟ ଲାଇନ ସୁବିଧା ଦିଆଯିବ । ଏହି ରାଶି ବ୍ୟାଙ୍କ କିମ୍ବା ଆର୍ଥିକ ସଂସ୍ଥା ଇତ୍ୟାଦି ଦ୍ୱାରା ନିର୍ଣ୍ଣୟ କରାଯିବ । ତେବେ ୟୁଜରମାନଙ୍କ ଖାତାରେ ଟଙ୍କା ନ ଥିବା ସମୟରେ ଏହାକୁ ବ୍ୟବହାର କରି ସେ ପେମେଣ୍ଟ କରିପାରିବେ ।

ଏହା ଦ୍ୱାରା ଇନୋଭେସନକୁ ମଧ୍ୟ ଆହୁରି ପ୍ରୋତ୍ସାହନ ମିଳିପାରିବ ବୋଲି କହିଛନ୍ତି ଗଭର୍ଣ୍ଣର ଶ୍ରୀ ଦାସ । ତେବେ ଏଥିପାଇଁ ଏକ ସୀମା ଧାର୍ଯ୍ୟ କରାଯିବ । ଏହାପରେ ୟୁପିଆଇ ଦ୍ୱାରା ଓଭରଡ୍ରାଫ୍ଟ ଭଳି ସୁବିଧା ମଧ୍ୟ ଉପଲବ୍ଧ କରାଯିବ । ଏଥିରେ ଗ୍ରାହକ ଆବଶ୍ୟକ ଅନୁସାରେ ଏହି ଟଙ୍କା ବ୍ୟବହାର କରିବେ ଏବଂ ପରେ ଏହାକୁ ସୁଧ ସହିତ ପରିଶୋଧ କରିବେ ୟୁପିଆଇ ୟୁଜର ।

Share this story