ନକଲି ତିଆରେ କରିବାରେ ମାହିର ଚୀନ୍ ସୂର୍ଯ୍ୟ ବି ତିଆରି କରିଦେଲା; ସୂର୍ଯ୍ୟଙ୍କ ଭଳି ମହାକାଶରେ ନିଆଁ ବର୍ଷୁଛି ଭେଜାଲ ସୂର୍ଯ୍ୟ

sun

ଓଡ଼ିଆ ଗସିପ୍ ବ୍ୟୁରୋ: ମେଡ୍ ଇନ୍ ଚାଇନା, ପିଲାବେଳୁ ଆପଣ ଏହି ଶବ୍ଦ ଓ ସାମଗ୍ରୀ ସହ ଅଙ୍ଗାଙ୍ଗି ଭାବେ ଜଡ଼ିତ । ସବୁ କିଛି ତିଆରି କରିବାରେ ମାହିର ଚୀନ୍ । ଆଉ କୁହାଯାଏ ଚାଇନା କା ମାଲ୍ ଦରିଆ ମେଁ ଡାଲ୍ । କାହିଁକିନା ଚୀନ ତିଆରୀ ସାମଗ୍ରୀର କୌଣସି ଗ୍ୟାରେଣ୍ଟି ନଥାଏ ।  ଏବେ କିନ୍ତୁ ଚୀନ୍ ଏମିତି କିଛି କରିଛି ଯାହା ସମଗ୍ର ବିଶ୍ୱର ବୈଜ୍ଞାନିକ ଓ ବିଶ୍ୱବାସୀଙ୍କୁ ଚକିତ କରିଛି ।

ହାଇଡ୍ରୋଜେନ୍‌ ଜଳି ହିଲିୟମରେ ପରିଣତ ହେଉଥିବାରୁ ସୂର୍ଯ୍ୟର ଅନ୍ତଃସ୍ଥଳ ୧୫ ନିୟୁତ ଡିଗ୍ରୀ ସେଲିସିୟସରେ ଜଳୁଥିବା ବେଳେ ପୃଥିବୀ ପୃଷ୍ଠରେ ଚୀନ୍‌ ନିର୍ମାଣ କରିଥିବା କୃତ୍ରିମ ସୂର୍ଯ୍ୟ୧୨୦ ନିୟୁତ ଡିଗ୍ରୀ ସେଲିସିୟସରେ ଜଳୁଛି। ଚୀନ ଦ୍ବାରା ପ୍ରସ୍ତୁତ ଏହି କୃତ୍ରିମ ସୂର୍ଯ୍ୟବା ଦି ଏକ୍ସପେରିମେଣ୍ଟାଲ୍‌ ଆଡ୍‌ଭାନ୍‌ସଡ୍‌ ସୁପର୍‌କଣ୍ଡକ୍ଟିଙ୍ଗ୍‌ ତୋକାମାକ୍’ (ଇଷ୍ଟ୍‌)  ଫ୍ୟୁଜନ୍‌ ରିଆକ୍ଟର୍‌ସୂର୍ଯ୍ୟର  ମଧ୍ୟଭାଗର ଉତ୍ତାପ ଠାରୁ ୮ ଗୁଣ ଅଧିକ ଉତ୍ତାପରେ ଜଳୁଛି।

୧୦୧ ସେକେଣ୍ଡରେ ୧୨୦ ନିୟୁତ ଡିଗ୍ରି ସେଲିସିୟସ୍‌ ଏବଂ ୨୦ ସେକେଣ୍ଡରେ ୧୬୦ ନିୟୁତ ଡିଗ୍ରୀ ସେଲିସିୟସ୍‌  ପ୍ଲାଜ୍‌ମାଉତ୍ତାପରେ ପହଞ୍ଚି ଏହି ରିଆକ୍ଟର୍‌ ପୁରୁଣା ରେକର୍ଡ ଭାଙ୍ଗିବାରେ ସମର୍ଥ ହୋଇଛି। ହେଫେଇ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଫିଜିକାଲ୍‌ ସାଇନ୍‌ସ୍‌ ଅଫ୍ ଚାଇନିଜ୍‌ ଏକାଡେମି ଅଫ୍ ସାଇନ୍‌ସେସ୍‌ରେ ଅବସ୍ଥିତ ଉକ୍ତ ରିଆକ୍ଟର୍‌ ସୂର୍ଯ୍ୟ  ଓ ତାରାମାନଙ୍କରେ ପ୍ରାକୃତିକ ଭାବେ ଘଟୁଥିବା ନ୍ୟୁକ୍ଲିଅର୍‌ ଫ୍ୟୁଜନ୍‌ପ୍ରକ୍ରିୟାକୁ ନକଲ କରି ଅସୀମ ଅକ୍ଷୟ ଶକ୍ତି ଯୋଗାଇ ଦେବା ପାଇଁ ପ୍ରସ୍ତୁତ କରାଯାଇଥିବା କଥା ରାଷ୍ଟ୍ରାୟତ ଗଣମାଧ୍ୟମ ଗ୍ଲୋବାଲ୍‌ ଟାଇମ୍‌ସ୍‌ରିପୋର୍ଟ କରିଛି।

ଇନଫ୍ୟୁଜନ୍‌ ରିଆକ୍ସନ୍ବା ସମିଶ୍ରଣ ପ୍ରତିକ୍ରିୟାରେ ଦୁଇଟି ହାଲୁକା ନ୍ୟୁକ୍ଲେଇବା ନ୍ୟଷ୍ଟିକାମିଶିଯାଇ ଗୋଟାଏ ଭାରୀ ନ୍ୟୁକ୍ଲିୟସ୍‌ବା ନ୍ୟଷ୍ଟିଗଠନ କରନ୍ତି। ଏହି ମିଶ୍ରଣ ପ୍ରକ୍ରିୟାରୁ ଶକ୍ତି ନିର୍ଗତ ହୁଏ। ଏହାର କାରଣ ହେଉଛି ସମିଶ୍ରଣ ସମ‌ୟରେ ନ୍ୟୁକ୍ଲିୟସ୍‌ର ସମୁଦାୟ ଓଜନ ଦୁଇଟି ମୂଳ ନ୍ୟୁକ୍ଲେଇର ଓଜନ ଠାରୁ କମିଯାଏ। ତେଣୁ, ଯେଉଁ ପରିମାଣର ଓଜନ ନ୍ୟୁକ୍ଲିୟସ୍‌ରେ ମିଶି ପାରି ନ ଥାଏ, ତାହା ଶକ୍ତିରେ ପରିଣତ ହୋଇଯାଏ।

ଏଥିପାଇଁ ଉଦଜାନ ଆଇସୋଟୋପେଜ୍‌କୁ ଫ୍ୟୁଜନ୍‌ ମେସିନ୍ ମଧ୍ୟରେ ରଖାଯିବା ପରେ ତାହା ପ୍ଲାଜ୍‌ମା ଅବସ୍ଥାକୁ ଆସୁଥିବାରୁ ସେଥିରୁ ଆୟନ୍‌ଇଲେକ୍ଟ୍ରୋନ୍‌ପୃଥକ୍ ହୋଇଯାଏ। ଏହି ପ୍ରକ୍ରିୟା ସମୟରେ ଆୟନ୍‌ସବୁ ଉତ୍ତପ୍ତ ହୋଇଯାଇ ମାତ୍ରାଧିକ ଉତ୍ତାପ ବିକିରଣ କରିଥାଆନ୍ତି।  ୨୦୧୮ରେ ଚୀନ୍‌ର ଇଷ୍ଟ୍‌ରିଆକ୍ଟର୍‌ ୧୦୦ ନିୟୁତ ଡିଗ୍ରୀ ସେଲିସିୟସ୍ ଉତ୍ତାପ ସୃଷ୍ଟି କରିବାରେ ସମର୍ଥ ହୋଇଥିଲା।

Share this story

World Odia Language Conferene