ମହାତ୍ମା ଗାନ୍ଧୀଙ୍କ ଅଣନାତୁଣୀଙ୍କୁ ୭ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଲେ କୋର୍ଟ

ashish lata ramgobin

ଓଡ଼ିଆ ଗସିପ ବ୍ୟୁରୋ: ଏକ ଠକେଇ ଓ ଜାଲିଆତି ମାମଲାରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଅଣନାତୁଣୀ ଆଶିଷ ଲତା ରାମଗୋବିନଙ୍କୁ ଦକ୍ଷିଣ ଆଫ୍ରିକାର ଡର୍ବାନ ସ୍ଥିତ ଏକ ଅଦାଲତ ୭ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ।

ଆଶିଷ ଲତା ସେଠାକାର ଜଣେ ବ୍ୟବସାୟୀ ଏସଆର୍ ମହାରାଜଙ୍କୁ ୬ ମିଲିୟନ୍‌ ଦକ୍ଷିଣ ଆଫ୍ରିକୀୟ ରାଷ୍ଟ୍ର (୩ କୋଟି ୨୨ ଲକ୍ଷ ୮୪ ହଜାର ଟଙ୍କା) ଠକିଥିବା ଅଭିଯୋଗ ହେବା ପରେ ସଂପୃକ୍ତ ଅଦାଲତ ଏହି ମାମଲାରେ ଆଶିଷ ଲତାଙ୍କୁ ଦୋଷୀ ସାବ୍ୟସ୍ତ କରି ଉପରୋକ୍ତ ଦଣ୍ଡାଦେଶ ଶୁଣାଇଥିବା ଜଣାପଡ଼ିଛି ।

ଲତା ହେଉଛନ୍ତି ଜଣାଶୁଣା ସମାଜବାଦୀ ନେତା ଇଲା ଗାନ୍ଧି ଓ ଦିବଙ୍ଗତ ମେ ରାମଗୋବିନଙ୍କ ଝିଅ ଡର୍ବାନ ସ୍ଥିତି ସ୍ବତନ୍ତ୍ର କମର୍ସିଆଲ କ୍ରାଇମ୍ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲା ବେଳେ ଏହି ଦଣ୍ଡବିଧାନ ବିରୋଧରେ ଅପିଲ୍ କରିବାର ଅନୁମତିକୁ ମଧ୍ୟ ଖାରଜ କରିଦେଇଛନ୍ତି ।

Share this story