୨ ପୁଲିସଙ୍କୁ ଦଣ୍ଡସ୍ବରୂପ ଘାସ କାଟିବାକୁ ଆଦେଶ ଦେଲେ ମାଜିଷ୍ଟ୍ରେଟ୍‌, ଜାଣନ୍ତୁ କାହିଁକି ମିଳିଲା ଏଭଳି ଦଣ୍ଡ 
 

Maharashtra 2 Cops Reached Court Late Ordered To Cut Grass As Punishment
୨ ପୁଲିସଙ୍କୁ ଦଣ୍ଡସ୍ବରୂପ ଘାସ କାଟିବାକୁ ଆଦେଶ ଦେଲେ ମାଜିଷ୍ଟ୍ରେଟ୍‌
 

ଓଡ଼ିଆ ଗସିପ୍ ବ୍ୟୁରୋ: ଅଧଘଣ୍ଟା ବିଳମ୍ବରେ ଅଦାଲତରେ ହାଜର ହେବାରୁ ଘାସ କାଟିବାକୁ ଆଦେଶ ଦେଲେ ମାଜିଷ୍ଟ୍ରେଟ୍‌, ହଁ ଅଜ୍ଞା ଏକ ଅବକାଶକାଳୀନ ଅଦାଲତରେ ୩୦ ମିନିଟ୍‌ ବିଳମ୍ବରେ ହାଜର ହୋଇଥିବା ମହାରାଷ୍ଟ୍ରର ୨ଜଣ ପୁଲିସ କର୍ମଚାରୀଙ୍କୁ ଦଣ୍ଡସ୍ବରୂପ ମାଜିଷ୍ଟ୍ରେଟ୍‌ ଘାସ କାଟିବାକୁ ଆଦେଶ ଦେଇଛନ୍ତି। ପୁଲିସ କର୍ମଚାରୀଦ୍ବୟ ହେଉଛନ୍ତି, ମହାରାଷ୍ଟ୍ରର ପରଭଣୀ ଜିଲ୍ଲା ଅନ୍ତର୍ଗତ ମନୱତ୍‌ ଥାନାର ଜଣେ କନେଷ୍ଟବଳ ଓ ହେଡ୍‌ କନେଷ୍ଟବଳ।

ଅଧିକ ପଢନ୍ତୁ :ଅନ୍ଧ କରିଦେଉଛି ଡାଇବେଟିସ୍‌, ତୁରନ୍ତ ଛାଡନ୍ତୁ ଏହି ୯ ଖାଦ୍ୟ, ଦୃଷ୍ଟିଶକ୍ତି ହ୍ରାସରୁ ବଞ୍ଚିଯିବେ!

ବରିଷ୍ଠ ସରକାରୀ କର୍ମଚାରୀମାନେ କହିଛନ୍ତି, ଅକ୍ଟୋବର ୨୨ ତାରିଖ ରବିବାର ପ୍ରତ୍ୟୁଷରେ ମନୱତ୍‌ରେ ସନ୍ଦେହଜନକ ଭାବେ ବୁଲୁଥିବା ୨ଜଣ ବ୍ୟକ୍ତିଙ୍କୁ ଅଟକ ରଖିଥିବା ‘ନାଇଟ୍‌ ପାଟ୍ରୋଲ୍‌’ ଟିମ୍‌ରେ ଉକ୍ତ କନେଷ୍ଟବଳଦ୍ବୟ ଥିଲେ। ଅଟକ ରଖାଯାଇଥିବା ବ୍ୟକ୍ତିଦ୍ବୟଙ୍କୁ ପୂର୍ବାହ୍ନ ୧୧ଟା ବେଳେ ଅବକାଶକାଳୀନ ଅଦାଲତରେ ହାଜର କରାଯିବାର ଥିଲା। କିନ୍ତୁ, ସନ୍ଦିଗ୍ଧମାନଙ୍କ ସହିତ ପୁଲିସ କର୍ମଚାରୀମାନେ ପୂର୍ବାହ୍ନ ୧୧.୩୦ରେ ଅଦାଲତରେ ହାଜର ହୋଇଥିଲେ। ଏଥିରେ ‘ଜୁଡିସିଆଲ୍‌ ମାଜିଷ୍ଟ୍ରେଟ୍‌ ଫାଷ୍ଟ୍‌ କ୍ଲାସ୍‌’ (ବିଚାରପତି) ଭୀଷଣ କ୍ଷୁବ୍ଧ ହୋଇ ପୁଲିସ କର୍ମଚାରୀ ଦୁହିଁଙ୍କୁ ଘାସ କାଟିବା ପାଇଁ ଆଦେଶ‌ ଦେଇଥିଲେ।

ଅଧିକ ପଢନ୍ତୁ : ଶାରୀରିକ ଅସୁସ୍ଥତା ପାଇଁ ଖର୍ଚ୍ଚାନ୍ତରେ ପଡ଼ିବା ସହ ପରିବାରରେ ଅଶାନ୍ତି ଲାଗି ରହିବ, ପଢନ୍ତୁ ଏ ସପ୍ତାହର ରାଶିଫଳ

ଘଟଣା ସତ୍ୟ ବୋଲି ପରଭଣୀ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଇନ୍‌-ଚାର୍ଜ ଯଶବନ୍ତ କାଲେ ସୁନିଶ୍ଚିତ କରିଛନ୍ତି। ସେ କହିଛନ୍ତି, ଏକଥା ଆମ ଦୃଷ୍ଟିକୁ ଆସିବା ପରେ ବିହିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଉକ୍ତ କନେଷ୍ଟବଳଙ୍କ ବୟାନ ସମତେ ସବିଶେଷ ରିପୋର୍ଟ ଅଦାଲତକୁ ପଠାଇ ଦିଆଯାଇଛି। ଏ ଘଟଣା ଦେଖିଥିବା ଆଉ ୩ଜଣ କନେଷ୍ଟବଳଙ୍କ ବୟାନ ମଧ୍ୟ ସେଥିରେ ସଂଯୋଗ କରାଯାଇଛି। ମନୱତ୍‌ ଥାନା ଇନ୍‌ସ୍‌ପେକ୍ଟର୍‌ ଦୀପକ ଦନ୍ତୁଲ୍‌ୱାର୍‌ ଡାଇରି ଏଣ୍ଟ୍ରି କଥାକୁ ସୁନିଶ୍ଚିତ କରିଥିଲେ ବି ବିସ୍ତୃତ ବିବରଣୀ ଦେବାକୁ ମନା କରି ଦେଇଛନ୍ତି।

ଅଧିକ ପଢନ୍ତୁ :ଆସୁଛି ଭଲ ସମୟ, ଆସନ୍ତା ସପ୍ତାହ ଏହି ୫ ରାଶିଙ୍କ ଉପରେ ହେବ ଟଙ୍କା ବର୍ଷା!
 

Share this story