କରୋନା ଭୂତାଣୁର ଦୁଇଟି ନୂଆ ପ୍ରଜାତିର ସଂକ୍ରମଣ ବୃ୍ଦ୍ଧି ହେବା ପରେ ସହରରେ ପୁଣି ପଡିଲା ତାଲା, ଲାଗିଲା ନୂଆ କଟକଣା...

lockdown returns

ଓଡ଼ିଆ ଗସିପ ବ୍ୟୁରୋ: କରୋନା ଭୂତାଣୁ ଓମିକ୍ରନର ଦୁଇଟି ନୂଆ ପ୍ରଜାତି ସଂକ୍ରମଣ ବୃ୍ଦ୍ଧି ହେବା ପରେ ଏହି ସହରରେ ପୁଣି ତାଲା ପଡିଛି । କୋଭିଡର ନୂଆ ଭ୍ୟାରିଆଣ୍ଟ ଜୋରଦାର ବ୍ୟାପିବା ପରେ ଦେଶରେ କୋଭିଡ ସଂକ୍ରମଣକୁ ରୋକିବା ପାଇଁ ଚୀନର ଜିନପିଙ୍ଗ୍ ସରକାର ଜିରୋ ପଲିସି ପୁଣି ଥରେ ଜାରି କରିଛନ୍ତି ।

ଚୀନର ଉହାନରେ ରାସ୍ତା ଉପରେ କିଛି ରୋଗୀ ଛିଡା ହୋଇଥିବା ଦେଖିବାକୁ ମିଳିଛି । ଏମାନଙ୍କୁ ପାଇଁ ଆମ୍ବୁଲାନ୍ସ ବା ଅନ୍ୟ କୌଣସି ବ୍ୟବସ୍ଥା ନକରାଯାଇ କ୍ରେନ ସାହାଯ୍ୟରେ ଉଠାଇ ଏକ ଗାଡି ଭିତରକୁ ଅଣାଯାଉଛି ଓ ଏଠାରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଉଛି । ଓମିକ୍ରନର ଦୁଇଟି ନୂଆ ପ୍ରଜାତି ସେଠରେ ସଂକ୍ରମଣକୁ ବୃ୍ଦ୍ଧି ହେବା ପରଠୁ ନୂଆ କଟକଣା ଜାରି ହୋଇଛି ।

ଜିନପିଙ୍ଗ ସରକାର କୋଭିଡ ସଂକ୍ରମଣକୁ ରୋକିବା ପାଇଁ ପୁଣି ଥରେ ଦେଶରେ ଜିରୋ କୋଭିଡ ପଲିସି ଲାଗୁ କରିଛନ୍ତି । ଯାହାକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ଦେଶ ଚୀନର ଅର୍ଥନୀତି ଉପରେ ମଧ୍ୟ ବିଶେଷ ପ୍ରଭାବ ପକାଉଛି ବୋଲି ମତ ଆସିଛି ।

ଅନ୍ୟପଟେ ଜିନପିଙ୍ଗ ସରକାରଙ୍କ ବିରୋଧରେ ଦେଶର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଛି । ଜିରୋ କୋଭିଡ ନୀତିକୁ ବିରୋଧ କରି ଶହ ଶହ ପ୍ରବାସୀ ଶ୍ରମିକ ଓ ସ୍ଥାନୀୟ ଲୋକ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ସରକାର ଯେଉଁ କଟକଣା ଲଗାଇଛନ୍ତି ଏହା ଦ୍ୱାରା ସେମାନଙ୍କ ଦୈନଦିନ ଜୀବନ ବାଧାପ୍ରାପ୍ତ ହୋଇଛି । ଖାଲି ଏତିକି ନୁହେଁ ଲୋକେ ଭୋକ ଉପାସରେ ଦିନ କଟୁଥିବା ଅଭିଯୋଗ ହୋଇଛି ।

୨୦୧୯ ମସିହାରେ ପ୍ରଥମ ଥର ପାଇଁ ଚୀନର ଉହାନରୁ ଦୁନିଆର ପ୍ରଥମ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଥିଲା । ଅଢେଇବର୍ଷ ପରେ ପୁଣି ସେଠାରେ ସଂକ୍ରମଣ ବୃଦ୍ଧି ହେବା ଯୋଗୁଁ ଭୟର ବାତାବରଣ ଖେଳିଯାଇଛି ।

Share this story