କେଦାରନାଥ ଗୌରୀକୁଣ୍ଡ ନିକଟରେ ଭୟଙ୍କର ଭୂସ୍ଖଳନ, ଭାସିଗଲେ ୧୯ ଲୋକ, ୨ ମୃତଦେହ ଉଦ୍ଧାର

kedarnath dham 19 people feared dead three shops washed mandakini river landslide
କେଦାରନାଥ ଗୌରୀକୁଣ୍ଡ ନିକଟରେ ଭୟଙ୍କର ଭୂସ୍ଖଳନ, ଭାସିଗଲେ ୧୯ ଲୋକ, ୨ ମୃତଦେହ ଉଦ୍ଧାର

ଓଡ଼ିଆ ଗସିପ୍ ବ୍ୟୁରୋ: ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲାରେ କେଦାରନାଥ ଯାତ୍ରା ମାର୍ଗରେ ଗୌରୀକୁଣ୍ଡରେ ଭୀଷଣ ବର୍ଷା କାରଣରୁ ବନ୍ୟା ଓ ଭୟଙ୍କର ଭୂସ୍ଖଳନ ଘଟିଛି । କେଦାରନାଥ ଯାତ୍ରା ମାର୍ଗରେ ଗୌରୀକୁଣ୍ଡ ନିକଟରେ ଭୂସ୍ଖଳନ କାରଣରୁ ମନ୍ଦାକିନୀ ନଦୀରେ ତିନିଗୋଟି ଦୋକାନ ଭାସିଯାଇଛି । ରୁଦ୍ରପ୍ରୟାଗ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ ନନ୍ଦନ ସିଂହ ରଜୱାର କହିଛନ୍ତି, ଏହି ଘଟଣାରେ ୧୯ରୁ ଅଧିକ ଲୋକ ନିଖୋଜ ହୋଇ ଯାଇଛନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ ୨ ଟି ମୃତଦେହ ଉଦ୍ଧାର କରାଯାଇଛି । ଅନ୍ୟମାନଙ୍କ ବିଷୟରେ ସନ୍ଧାନ ଜାରି ରହିଛି ।

ଅଧିକ ପଢନ୍ତୁ :- ଏହି ଦୁଇ ରାଶି ଥିବା ବ୍ୟକ୍ତି ବିଶେଷ ହେବେ ସବୁଠାରୁ ଭାଗ୍ୟବାନ, ଅଗଷ୍ଟରେ ରହିଛି ଦୁଇ ଦୁଇଟି ରାଜଯୋଗ

ଏବେ ଏନଡିଆରଏଫ୍, ଏସଡିଆରଏଫ୍, ପୋଲିସ ଓ ଜିଲ୍ଲା ପ୍ରଶାସନର କର୍ମୀ ସୁରକ୍ଷା ଓ ଉଦ୍ଧାର କାର୍ଯ୍ୟରେ ଲାଗି ପଡିଛନ୍ତି । ତେବେ ରୁଦ୍ରପ୍ରତାପ କହିଛନ୍ତି ନିଖୋଜ ବ୍ୟକ୍ତି ତୀର୍ଥଯାତ୍ରୀ ନୁହଁନ୍ତି ବରଂ ସେମାନେ ସମସ୍ତେ ନିକଟସ୍ଥ ବ୍ୟବସାୟୀ ବୋଲି ଅନୁମାନ କରାଯାଉଛି । ଏହାରି ମଧ୍ୟରେ ରୁଦ୍ରପ୍ରୟାଗ ଜିଲ୍ଲା ପ୍ରଶାସନ ୧୮ ଜଣ ଲୋକଙ୍କ ତାଲିକା ଜାରି କରିଛି ଯେଉଁମାନେ ନଦୀରେ ଭାସି ଯାଇଥିବାର ଅନୁମାନ କରାଯାଉଛି ।

ତେବେ ଅନେକ ଦିନ ପର୍ଯ୍ୟନ୍ତ ଭୋକ ଉପାସରେ ରହିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ପ୍ରକାଶ କରିଛନ୍ତି । ମୃତ୍ୟୁ ପରେ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ରିପୋର୍ଟରୁ ତାଙ୍କ ମୃତ୍ୟୁର ଏହି କାରଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ତେବେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିବା ପରେ ପୋଲିସକୁ ଖବର ଦେଇଥିଲେ ।

ଅଧିକ ପଢନ୍ତୁ :- ଗୁରୁ ଚଣ୍ଡାଳ ଯୋଗ, ୩ ମାସ ପର୍ଯ୍ଯନ୍ତ ସମସ୍ଯାରେ ଘାଣ୍ଟି ହେବେ ଏହି ୫ ରାଶି, ସବୁ କାମରେ ହେବେ ବିଫଳ।

ଭୂସ୍ଖଳନ ସୂଚନା ପାଇବା ପରେ ଏନଡିଆରଏଫ୍ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି । କିନ୍ତୁ ଲଗାତର ବର୍ଷା ଓ ପଥର ଖସୁଥିବା କାରଣରୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜୁଛି । ଶୁକ୍ର୍ରବାର ସକାଳୁ ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ କାର୍ଯ୍ୟ ଆରମ୍ଭ ହୋଇଛି । 

ଗୌରୀକୁଣ୍ଡ ବ୍ୟାରେଜରେ ବି ସନ୍ଧାନ କାର୍ଯ୍ୟ ଜାରି ରହିଛି ବୋଲି ଏନଡିଆରଏଫ୍ ଅଧିକାରୀ କହିଛନ୍ତି । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ମଧ୍ୟ ଗୌରୀକୁଣ୍ଡ ଘଟଣାର ଯାଞ୍ଚ କରିବା ଲାଗି ଡେରାଡୁନ ସ୍ଥିତ ନିୟନ୍ତ୍ରଣ କକ୍ଷରେ ପହଞ୍ଚିଛନ୍ତି ଓ ଉଦ୍ଧାର କାର୍ଯର୍୍ୟ ବିଷୟରେ ଉପସ୍ଥିତ ଅଧିକାରୀଙ୍କ ଠାରୁ ପଚାରି ବୁଝିଛନ୍ତି ।
 

Share this story