ଗିରଫ ହେଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌​​​​​​

imran khan arrested by Pakistani rangers

ଓଡ଼ିଆ ଗସିପ ବ୍ୟୁରୋ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହେରିକ-ଇ-ଇନସାଫ (ପିଟିଆଇ) ଅଧ୍ୟକ୍ଷ  ଇମ୍ରାନ ଖାନ୍‌ ଗିରଫ ହୋଇଛନ୍ତି । ଇସଲାମାବାଦ ହାଇକୋର୍ଟ ବାହାରୁ ତାଙ୍କୁ ପାକ ରେଞ୍ଜର୍ସ ଗିରଫ କରିଛନ୍ତି । ପାକିସ୍ତାନ ତେହେରିକ-ଇ-ଇନସାଫ(ପିଟିଆଇ) ଓକିଲ ଇମ୍ରାନଙ୍କ ଗିରଫ  ହେବା ନେଇ ନିଶ୍ଚିତ କରିଛନ୍ତି ।

ଅନ୍ୟପକ୍ଷରେ ପିଟିଆଇ ନେତା ମୁସରାଟ ଖେମା ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ ସେମାନେ ଇମ୍ରାନ ଖାନଙ୍କୁ ମାଡ ମାରିବା ସହ ଗିରଫ କରାଯାଇଛି । ଇମ୍ରାନ ଗିରଫ ହେବା ପରେ ଏହି ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । କୋର୍ଟ ବାହାରେ ବହୁ ସଂଖ୍ୟକ ସୁରକ୍ଷା ବାହିନୀ ମୁତୟନ କରାଯାଇଛି ।

ଏହା ମଧ୍ୟ କୁହାଯାଉଛି ଯେ ଇମ୍ରାନ ଖାନଙ୍କ ଓକିଲ ତଥା ସମର୍ଥକଙ୍କୁ ମଧ୍ୟ ମାଡ ଦିଆଯାଇଛି । ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ)ର ଅଧ୍ୟକ୍ଷ ଇମ୍ରାନ ଖାନଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ପାକିସ୍ତାନ ରେଞ୍ଜର୍ସ ତରଫରୁ ନିଆଯାଇଛି ।

ଆହୁରି ପଢ଼ନ୍ତୁ : ନାତିକୁ ଧରି ଏ ହସ୍ପିଟାଲରୁ ସେ ହସ୍ପିଟାଲ ଧାଇଁଲା ବୁଢୀ ମା', ହେଲେ ଡାକ୍ତର ଶୁଣିଲେନି, ଶେଷରେ ଚାଲିଗଲା ଜୀବନ...

ଇମ୍ରାନଙ୍କୁ ଏଭଳି ସମୟରେ ଗିରଫ କରାଯାଇଛି, ଯେତେବେଳେ ସେ ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଓ ଆଇଏସଆଇର ଅଧିକାରୀ ମେଜର ଜେନରାଲ ଫ୍ରେସଲ ନସୀରଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଥିଲେ । ଇମ୍ରାନ ଅଭିଯୋଗ ଆଣିଥିଲେ କି ମେଜର ଜେନରାଲ ଫୈସଲ ନସୀର ତାଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ ।

ଇମ୍ରାନଙ୍କ ଏଭଳି ବୟାନକୁ ନେଇ ପାକିସ୍ତାନ ସେନା ପକ୍ଷରୁ କଟାକ୍ଷ କରାଯାଇଥିଲା । ପାକ୍ ଗଣମାଧ୍ୟମର ରିପୋର୍ଟ ମୁତାବକ ଇସଲାମବାଦ ହାଇକୋର୍ଟ ବାହାରେ ତାଙ୍କୁ ଅଲ୍ କାଦିର ଟ୍ରଷ୍ଟ ମାମଲାରେ ଗିରଫ କରାଯାଇଛି ।

Share this story