'ରାଜ୍ୟରେ ହୋଟେଲ ଏବଂ ରେଷ୍ଟୁରାଣ୍ଟ ରାତି ୧୦ ଯାଏଁ ଖୋଲିପାରିବ'

Hotels in Mumbai
ଓଡ଼ିଆ ଗସିପ୍ ବ୍ୟୁରୋ:  ରାଜ୍ୟରେ କରୋନା ସ୍ଥିତିରେ ସୁଧାର ଆସିବା ପରେ ସରକାର ଏବେ କଟକଣା​‌ରେ ଆହୁରି କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏବେ ରାଜ୍ୟରେ ହୋଟେଲ ଏବଂ ରେଷ୍ଟୁରାଣ୍ଟ ରାତି ୧୦ ଯାଏଁ ଖୋଲିପାରିବ ବୋଲି ବୁଧବାର ମହାରାଷ୍ଟ୍ର ସରକାର ଘୋଷଣା କରିଛନ୍ତି। ଏବେ କେବଳ ଅପରାହ୍ଣ ୪ଟା ଯାଏ ଖୋଲିବାକୁ ଅନୁମତି ଥିଲା।

ମହାରାଷ୍ଟ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି, ଏବେ ଶପିଂ ମଲ୍‌ ମଧ୍ୟ ରାତି ୧୦ ଯାଏଁ ଖୋଲା ରହିବ। କିନ୍ତୁ ମଲ୍‌ ଯିବାକୁ ହେଲେ ଟିକାର ଦୁଇ ପାନ ନେଇଥିବା ଜରୁରୀ। ମଲରେ ପ୍ରବେଶ ପୂର୍ବରୁ ଲୋକମାନଙ୍କୁ ନିଜର ଟିକାକରଣ ପ୍ରମାଣପତ୍ର ଦେଖାଇବା ଅନିବାର୍ଯ୍ୟ।



ତୃତୀୟ ଲହରରେ ଲକ୍‌ଡାଉନ କେବେ ଲାଗିବ ପ୍ରଶ୍ନରେ ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ଯେବେ ରାଜ୍ୟରେ ଅକ୍ସିଜେନ୍‌ ଚାହିଦା ବଢ଼ି ୭୦୦ ଟନ୍‌ରେ ପହଞ୍ଚିବ ସେତେବେଳେ ସମ୍ପୂର୍ଣ୍ଣ ଲକଡାଉନ୍‌ ଲଗାଇଦିଆଯିବ। ଅନ୍ୟ ରାଜ୍ୟକୁ ମଧ୍ୟ ଅକ୍ସିଜେନ୍‌ର ଆବଶ୍ୟକତା ପଡ଼ିବ ବୋଲି ସେ କହିଛନ୍ତି। ଏବେ ଯାଏ ସ୍ପଷ୍ଟ ହୋଇନାହିଁ କେନ୍ଦ୍ରକୁ ଯାହା ମାଗିଛୁ ତାହା ପୂରଣ ହେବ କି ନାହିଁ ବୋଲି ରାଜେଶ ଟୋପେ କହିଛନ୍ତି।

Share this story