ବର୍ଷ ବର୍ଷ ଧରି ପ୍ରେମିକ ସହ ରହୁଥିଲେ ମହିଳା, ହଠାତ୍ ରୋଷେଇ ଘରୁ ବିଲେଇ ଆବିଷ୍କାର କଳା ଭୟଙ୍କର ଜିନିଷ

ବର୍ଷ ବର୍ଷ ଧରି ପ୍ରେମିକ ସହ ରହୁଥିଲେ ମହିଳା, ହଠାତ୍ ରୋଷେଇ ଘରୁ ବିଲେଇ ଆବିଷ୍କାର କଳା ଭୟଙ୍କର ଜିନିଷ

ଓଡ଼ିଆ ଗସିପ ବ୍ୟୁରୋ: ବେଳେବେଳେ ହଠାତ୍ ଏପରି କିଛି ଜିନିଷ ସାମ୍ନାକୁ ଆସିଯାଏ ଯେ, ଯାହା କେହି କେବେ କଳ୍ପନା ମଧ୍ୟ କରିନଥିବେ । ସେମିତି ଏକ ଅଜବ ଘଟଣାର ଭିଡ଼ିଓ ଜଣେ ମହିଳା ସୋସିଆଲ ମିଡିଆ ପ୍ଲାଟଫର୍ମ ଟିକଟକରେ ସେୟାର କରିଛନ୍ତି । ମହିଳା ଜଣଙ୍କ ତାଙ୍କ ଘରର ଏକ ଅଭୁତ ଭିଡିଓ ସେୟାର କରିଛନ୍ତି ।

ଏହି ମହିଳା ବହୁ ବର୍ଷ ଧରି ସେହି ଘରେ ତାଙ୍କ ପ୍ରେମିକଙ୍କ ସହ ରହୁଥିଲେ । ଏହା ସତ୍ତ୍ଵେ ସେ ଘରର ଏହି ଅଂଶ ବିଷୟରେ ଅବଗତ ନଥିଲେ । ଏହି ଭିଡିଓ ଟିକଟକରେ @ anxiousweenie69 ନାମକ ଏକ ଆକାଉଣ୍ଟରେ ଭାଇରାଲ ହୋଇଥିଲା । ତେବେ ଆମ ଦେଶରେ ଟିକଟକ ଉପରେ ନିଷେଧାଦେଶ ହେତୁ ଲୋକମାନେ କେବଳ ଏହି ଭିଡିଓର ସ୍କ୍ରିନସଟ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି ।

ମହିଳା ଜଣକ ପୁରା ଘଟଣା ଲୋକଙ୍କ ସହ ବାଣ୍ଟିଥିଲେ । କିଛି ଦିନ ଆଗରୁ ମହିଳା ନିଜ ପ୍ରେମିକଙ୍କ ସହିତ ମିଶି ଏକ ବିଲେଇ କିଣିଥିଲେ । ହଠାତ୍ ସେହି ବିଲେଇଟି କୌଣସି ଏକ ସ୍ଥାନରେ ଲୁଚି ରହିଲା । ଦୁହେଁ ମିଶି ବିଲେଇକୁ ଖୋଜିବା ଆରମ୍ଭ କଲେ । ସବୁଆଡେ ଦେଖିବା ପରେ ମଧ୍ୟ ସେ ବିଲେଇକୁ ପାଇନଥିଲେ । କିନ୍ତୁ ଏହା ପରେ ସେ ରୋଷେଇ ଘରେ ବିଲେଇକୁ ଦେଖିଲେ କିନ୍ତୁ ସେହି ସମୟରେ ସେମାନେ ରୋଷେଇ ଘର ଆଲମିରା ପଛରେ ଆଉ ଏକ ଦୁନିଆ ଦେଖିବାକୁ ପାଇଲେ ।

ସେଠାରେ ଏପରି ଏକ ଛିଦ୍ର ଥିଲା ଯାହା ପୂର୍ବରୁ ଦମ୍ପତି ଦେଖିନଥିଲେ । ଯେତେବେଳେ ଏହି ଦମ୍ପତି ସେହି ଛିଦ୍ର ପଛରେ ହାତ ରଖିଲେ, ସେଠାରୁ ସେମାନେ କିଛି ପେଣ୍ଟିଂ ପାଇଥିଲେ । ସେଗୁଡିକ ଅତ୍ୟନ୍ତ ଅଦ୍ଭୁତ ଥିଲା । ଏହି ଦୁଇଜଣଙ୍କ ମଧ୍ୟରୁ କେହି ମଧ୍ୟ ସେହି ପେଣ୍ଟିଂକୁ ଦେଖି ବୁଝି ପାରିନଥିଲେ ।

ତେବେ ଯେତେବେଳେ ଦମ୍ପତି ଭିଡିଓ ସେୟାର କରିଥିଲେ, ଲୋକମାନେ ଚିତ୍ର ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ଅନେକ ଲୋକ କହିଛନ୍ତି ଯେ ସେମାନେ ଯଥାଶୀଘ୍ର ସେହି ଘର ଛାଡ଼ି ଦେବା ଉଚିତ୍ । ଲୋକମାନେ ଏହି ପେଣ୍ଟିଂଙ୍କୁ କଳା ଯାଦୁ ସହିତ ମଧ୍ୟ ଯୋଡି ଛନ୍ତି । ଭିଡିଓରେ ମହିଳା ଜଣକ କହିଛନ୍ତି ଯେ ବିଲେଇ ଥିବା କାରଣରୁ ତାଙ୍କୁ ବର୍ଷ ବର୍ଷ ଧରି ଘରେ ଲୁଚି ରହିଥିବା ଏହି ରହସ୍ୟ ଦେଖିବାକୁ ମିଳିଥିଲା । ଗର୍ତ୍ତଟି ବହୁତ ଛୋଟ ଥିଲା, ପ୍ରଥମେ ଦୁହେଁ ଏହା ଭିତରେ ହାତ ରଖିବାକୁ ଡରୁଥିଲେ, କିନ୍ତୁ ଯେତେବେଳେ ସେମାନେ ହାତ ରଖିଲେ, ସେହି ସବୁ ପେଣ୍ଟିଂ ଭିତରୁ ବାହାରି ଆସିଲା ।

Share this story