ଖୁସି ଖବର; ଖାତାକୁ ଫେରି ଆସିଲା ସାହାରା ଟଙ୍କା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କଲେ ପଇସା ଟ୍ରାନ୍ସଫର

Home Minister Amit Shah refunds money deposited in Sahara scam
ଖାତାକୁ ଫେରି ଆସିଲା ସାହାରା ଟଙ୍କା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କଲେ ପଇସା ଟ୍ରାନ୍ସଫର
 

ଓଡ଼ିଆ ଗସିପ୍ ବ୍ୟୁରୋ: ସାହାରା ଇଣ୍ଡିଆ ଗ୍ରୁପ୍‌‌ରେ ନିବେଶ କରିଥିବା ରାଜ୍ୟର ସମସ୍ତ ନିବେଶକମାନଙ୍କ ଲାଗି ଆସିଲା ଖୁସି ଖବର । ବର୍ଷ ବର୍ଷ ଧରି ଫସି ରହିଥିବା ସେମାନଙ୍କ ପଇସା ଏବେ ସେମାନଙ୍କ ଆକାଉଣ୍ଟକୁ ଆସିବା ଆରମ୍ଭ କରିଛି । ଗତ କିଛିଦିନ ତଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିବେଶକଙ୍କୁ ପଇସା ଫେରସ୍ତ କରିବା ପାଇଁ ସାହାରା ରିଫଣ୍ଡ ପୋର୍ଟାଲ ଲଞ୍ଚ କରାଯାଇଥିଲା ଯେଉଁଥିରେ ଲକ୍ଷ ଲକ୍ଷ ନିବେଶକ ନିଜ ପଇସା ଫେରିପାଇବାକୁ ଆବେଦନ କରିଥିଲେ । ଶୁକ୍ରବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦିଲ୍ଲୀରେ ସାହାରା ଇଣ୍ଡିଆ ପୋର୍ଟାଲ ମାଧ୍ୟମରେ ସାହାରା କ୍ଷତିଗ୍ରସ୍ତଙ୍କୁ ସେମାନଙ୍କ କ୍ଲେମ୍ ଆମାଉଣ୍ଟ ଟ୍ରାନ୍ସଫର କରିଛନ୍ତି ।

ଅଧିକ ପଢନ୍ତୁ :- ଏହି ଦୁଇ ରାଶି ଥିବା ବ୍ୟକ୍ତି ବିଶେଷ ହେବେ ସବୁଠାରୁ ଭାଗ୍ୟବାନ, ଅଗଷ୍ଟରେ ରହିଛି ଦୁଇ ଦୁଇଟି ରାଜଯୋଗ

ସାହାରା ସମୂହର ସମବାୟ ବ୍ୟାଙ୍କରେ ନିବେଶ କରିଥିବା କୋଟି କୋଟି ନିବେଶକଙ୍କ ପଇସା ଫେରାଇବା ଲାଗି କେନ୍ଦ୍ର ସରକାର ସେଣ୍ଟ୍ରାଲ ରେଜିଷ୍ଟ୍ରାର ଅଫ କୋଅପରେଟିଭ ସୋସାଇଟି(ସିଆରସିଏସ୍) ପୋର୍ଟାଲ ଲଞ୍ଚ କରିଥିଲେ । ଏହା ଜରିଆରେସାହାରାର ୪ ସମବାୟ ବ୍ୟାଙ୍କର ଏପରି ନିବେଶକଙ୍କୁ ପଇସା ଫେରସ୍ତ ମିଳିବ ଯେଉଁମାନଙ୍କର ନିବେଶ ସମୟ ପୁରଣ ହୋଇସାରିଛି । ପ୍ରଥମ ପର୍ଯ୍ୟାୟରେ ନିବେଶକଙ୍କୁ ୧୦,୦୦୦ ଟଙ୍କା ଫେରସ୍ତ କରାଯିବ । ଯେଉଁମାନଙ୍କର ୧୦,୦୦୦ରୁ ଅଧିକ ଟଙ୍କା ରହିଛି ସେମାନଙ୍କୁ ବି ଏବେ ୧୦,୦୦୦ ଟଙ୍କା ଫେରସ୍ତ କରାଯିବ।

ଅଧିକ ପଢନ୍ତୁ :- ଗୁରୁ ଚଣ୍ଡାଳ ଯୋଗ, ୩ ମାସ ପର୍ଯ୍ଯନ୍ତ ସମସ୍ଯାରେ ଘାଣ୍ଟି ହେବେ ଏହି ୫ ରାଶି, ସବୁ କାମରେ ହେବେ ବିଫଳ।

ସାହାରା ରିଫଣ୍ଡ ପୋର୍ଟାଲରେ ପଞ୍ଜିକରଣ କରିଥିବା ଲକ୍ଷ ଲକ୍ଷ ନିବେଶକଙ୍କ ଆବେଦନ ଲଗାତର ବଢିବାରେ ଲାଗିଛି । ଗୃହମନ୍ତ୍ରୀ ଅମିତ ଶାହ ପୋର୍ଟାଲ ଲଞ୍ଚ ସମୟରେ କହିଥିଲେ ୪୫ ଦିନ ଭିତରେ ନିବେଶକଙ୍କ ଖାତାରେ ସେମାନଙ୍କ ପଇସା ପହଞ୍ଚିଯିବ । ଏବେ ଏହି ରିଫଣ୍ଡ କାମ ମଧ୍ୟ ଆରମ୍ଭ ହୋଇଯାଇଛି ଓ ଏହା ଗୃହମନ୍ତ୍ରୀ ଅମିତ ଶାହଙ୍କ ହାତରେ ହିଁ ଆରମ୍ଭ ହୋଇଛି । ଆଜି ପ୍ରଥମ ପର୍ଯ୍ୟାୟରେ ୧୧୨ ଜଣ ଲାଭାର୍ଥୀଙ୍କ ଖାତାକୁ ୧୦,୦୦୦ ଟଙ୍କା ଲେଖାଏ ଟ୍ରାନ୍ସଫର କରି ଦିଆଯାଇଛି ।

Share this story