ମାୟାନଗରୀ ମୁମ୍ବାଇରେ ବର୍ଷାର ତାଣ୍ଡବ: ଚେମ୍ବୁରରେ କୋଠା ଭଶୁଡି ୧୭ ଜଣଙ୍କ ମୃତ୍ୟୁ, ଭିତରେ ଦେଖନ୍ତୁ ଚିତ୍ର ଓ ଭିଡିଓ

MUMBAI RAIN

ଓଡ଼ିଆ ଗସିପ୍ ବ୍ୟୁରୋ: ମାୟାନଗରୀ ମୁମ୍ବାଇରେ ବର୍ଷାର ତାଣ୍ଡବ । ପ୍ରବଳ ବର୍ଷାରେ ବାଣିଜ୍ୟ ନଗରୀ ତଥା ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇ ଉବୁଟୁବୁ । ବେହାଲ ହୋଇଯାଇଛି ଜନଜୀବନ । ଅସ୍ତବ୍ୟସ୍ତ ହୋଇଛି ଜୀବନ ଯାତ୍ରା । ଏପରିକି ସହରର ଚେମ୍ବୁରରେ କୋଠା ଭଶୁଡି ୧୭ ଜଣଙ୍କ ମୃତ୍ୟୁ ଘଟିଛି ।ସେହିପରି ବିକ୍ରୋଲିରେ ୬ ଜଣ ପ୍ରାଣ ହରାଇଛନ୍ତି ।



ସହରରେ ଦୀର୍ଘ ସମୟର ବର୍ଷା ପରେ ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସେଥିପାଇଁ ଲୋକେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତାୟତ ଠପ୍ ହୋଇପଡିଛି । ଶନିବାର ରାତିରେ ମୁମ୍ବାଇରେ ପ୍ରବଳ ବର୍ଷା ହୋଇଥିଲା । ଯାହା ଛାଡିବାର ନାଁ ନେଉନାହିଁ ।

null


ସୂଚନାନୁସାରେ, ଚେମ୍ବୁରରେ କାନ୍ଥ ଭୁଶୁଡ଼ି ପଡ଼ିବାରୁ ୧୭ ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଆହତ ହୋଇଛନ୍ତି । ରବିବାର ସକାଳେ ୧୧ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଥିଲା । ଏବେମୃତ୍ୟୁସଂଖ୍ୟା ୧୭ରେ ପହଁଚିଛି ।  ସେହିପରି ବିକ୍ରୋଲିରେ କାନ୍ଥ ପଡି ୬ ଜଣଙ୍କ ପ୍ରାଣହାନୀ ଘଟିଛି । ଏପରି ଭାବେ ବର୍ଷା କାରଣରୁ ୨୩ଜଣ ପ୍ରାଣ ହରାଇଛନ୍ତି ।

ଆହୁରି ମଧ୍ୟ ମୁମ୍ବାଇର ରେଳ ଟ୍ରାକ୍ ସମ୍ପୂର୍ଣ୍ଣ ପାଣିରେ ବୁଡ଼ିଯାଇଛି । ପ୍ରତିବର୍ଷ ମୁମ୍ବାଇବାସୀ ବର୍ଷା ହେତୁ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ମାୟାନାଗରୀର ଅନେକ ଅଞ୍ଚଳରେ ଘର ଭିତରେ ପାଣି ପଶି ରହିଛି । ହନୁମାନ ନାଗର ଅଞ୍ଚଳରେ ବର୍ଷା ପାଇଁ କ୍ରୃତିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହି କାରଣରୁ ଅନେକ ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି । ଲୋକଙ୍କ ଘର ଭିତରେ ରଖାଯାଇଥିବା ଜରୁରୀ ଜିନିଷ ମଧ୍ୟ ପାଣିରେ ଭାସୁଥିବା ନଜର ଆସିଛି ।

Share this story