ହାୱାଇ ଅଗ୍ନିକାଣ୍ଡ; ମୃତ୍ୟୁ ସଂଖ୍ୟା ୮୯କୁ ବୃଦ୍ଧି, ଶହ ଶହ ଲୋକ ନିଖୋଜ, ନିଆଁ ଆଁରେ ସହର ସ୍ବାହା

Hawaii wildfires at least 89 confirmed killed after deadliest US blaze in 100 years
ହାୱାଇ ଅଗ୍ନିକାଣ୍ଡ; ମୃତ୍ୟୁ ସଂଖ୍ୟା ୮୯କୁ ବୃଦ୍ଧି, ଶହ ଶହ ଲୋକ ନିଖୋଜ, ନିଆଁ ଆଁରେ ସହର ସ୍ବାହା

ଓଡ଼ିଆ ଗସିପ୍ ବ୍ୟୁରୋ: ଆମେରିକା ହାୱାଇ ରାଜ୍ୟର ମଉଇ ଦ୍ବୀପରେ ଲାଗିଥିବା ନିଆଁ ଦିନକୁ ଦିନ ବିକଟାଳ ରୂପ ନେବାରେ ଲାଗିଛି। ନିଆଁର ଆଁରେ ଯାହା ଆସୁଛି ତାହା ଜଳିପୋଡ଼ି ଛାରଖାର ହୋଇଯାଉଛି। ନିଆଁ ଯୋଗୁଁ ନହାନିଆ ସହର ସମ୍ପୂର୍ଣ୍ଣ ଧ୍ବଂସ ହୋଇଯାଇଛି। ଅଗ୍ନିକାଣ୍ଡ ଜନିତ ମୃତ୍ୟୁସଂଖ୍ୟା ୮୯କୁ ବୃଦ୍ଧି ପାଇଛି। 

ଏବେ ବି ଶହ ଶହ ଲୋକ ନିଖୋଜ ଅଛନ୍ତି। ୨୨୦୭ କୋଠା ଜଳି ଯାଇଛି। ୧୪୦୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ଏମାନଙ୍କ ମଧ୍ୟରେ ଅଧିକାଂଶ ପର୍ଯ୍ୟଟକ ସାମିଲରହିଛନ୍ତି। ଜଙ୍ଗଲରେ ଅଧିକ ଲୋକ ଫସିଥିବାର ଆଶଙ୍କା କରି ତଲାସୀ ଅଭିଯାନ ଜାରି ରହିଛି।

ଅଧିକ ପଢନ୍ତୁ : ଜୀବନରେ ସେକ୍ସ ନିହାତି ଆବଶ୍ୟକ କାହିଁକି ? ଜାଣନ୍ତୁ ସୁସ୍ଥ ଯୌନ ସମ୍ପର୍କର ୭ଟି ଉପକାରିତା ବିଷୟରେ 

ହଜାର ହଜାର ଲୋକ ବାସ ହରାଇଛନ୍ତି। ଜଙ୍ଗଲ ନିଆଁ ଏତେ ଦ୍ରୁତଗତିରେ କେମିତି ବ୍ୟାପିଲା ତାହା ଜାଣିବାକୁ ତଦନ୍ତ ଆରମ୍ଭ କରାଯାଇଛି। ଏହି ଅଗ୍ନିକାଣ୍ଡରେ ଭାରତରୁ ପଠା ଯାଇଥିବା ୧୫୦ ବର୍ଷର ପୁରୁଣା ବରଗଛ ବଞ୍ଚିବା ପାଇଁ ସଂଘର୍ଷ କରୁଛି। ଏହା ରାଜ୍ୟ ଇତିହାସର ସବୁଠାରୁ ବଡ଼ ପ୍ରାକୃତିକ ବିପର୍ଯ୍ୟୟ। 

ଅଧିକ ପଢନ୍ତୁ : ଭେଣ୍ଡିଆ ପୁଅର ସ୍ତନବୃଦ୍ଧି ସମସ୍ୟା! କାହିଁକି ଏମିତି ହେଉଛି, କଣ କଲେ କମିବ ସ୍ତନର ଆକାର ଜାଣନ୍ତୁ

ନିଆଁ ଦାଉରୁ ରକ୍ଷା ପାଇବା ପାଇଁ ଶହେରୁ ଅଧିକ ଲୋକ ସମୁଦ୍ର ମଧ୍ୟକୁ ଡେଉଁଛନ୍ତି। ସେମାନଙ୍କୁ ହେଲିକପ୍ଟର ମାଧ୍ୟମରେ ବାହାର କରାଯାଇଛି।ହାୱାଇ ଦ୍ବୀପ ପାଇଁ ରେଡ୍‌ ଫ୍ଲାଗ୍‌ ୱାର୍ଣ୍ଣି ଜାରି କରାଯାଇଛି। ଶୁକ୍ରବାର ରାତିରୁ ପୁଣି ନିଆଁ ବ୍ୟାପିବାରେ ଲାଗିଛି।

Share this story

World Odia Language Conferene