ଏମିତି ବି ଆସେ ମୃତ୍ୟୁ, ଜିମ୍‌ରେ ଏକ୍ସରସାଇଜ୍ କରୁଥିବା ବେଳେ ଚାଲିଗଲା ଡିଏସ୍‌ପି ବାବୁଙ୍କ ଜୀବନ
 

Haryana police DSP Joginder Deswal dies during exercise in gym
ଏମିତି ବି ଆସେ ମୃତ୍ୟୁ
 

ଓଡ଼ିଆ ଗସିପ୍ ବ୍ୟୁରୋ: ଜିମ୍‌ରେ ଏକ୍ସରସାଇଜ୍ କରୁଥିବା ସମୟରେ ହରିୟାଣା ପୋଲିସ ଡିଏସପି ଯୋଗିନ୍ଦର ଦେଶୱାଲଙ୍କ ମୃତ୍ୟୁ ଘଟିଛି। ସେ ପାନିପଥ ଜିଲ୍ଲାରେ ଡିଏସପି ପଦରେ ନିଯୁକ୍ତ ଥିଲେ । ମିଳିଥିବା ରିପୋର୍ଟ ଅନୁସାରେ ରବିବାର ରାତିରେ ଡିଏସପି ନିଜ ଘରେ ଥିଲେ । ସକାଳେ ସେ ଯେତେବେଳେ ଜିମ୍ ଯାଇଥିଲେ ସେତେବେଳେ ସେ ସେଠାରେ ଏକ୍ସରସାଇଜ୍ କରୁଥିବା ସମୟରେ ଟଳି ପଡିଥିଲେ । 

ଅଧିକ ପଢ଼ନ୍ତୁ: ଦିନକୁ ଦିନ କାହିଁକି ବଢୁଛି ଷ୍ଚ୍ରୋକ୍ ? କ’ଣ କଲେ କମ ରହିବ ଷ୍ଟ୍ରୋକ୍ ରିସ୍କ, ଜାଣନ୍ତୁ ସଂକ୍ଷେପରେ...

ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା ଯେଉଁଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ଯଦିଓ ମୃତ୍ୟୁର କାରଣ ସ୍ପଷ୍ଟ ଭାବରେ ଜଣାପଡିନାହିଁ ତଥାପି ହୃଦଘାତ କାରଣରୁ ତାଙ୍କର ମୃତ୍ୟୁ ଘଟିଛି ବୋଲି ଅନୁମାନ କରାଯାଉଛି । କିଛିଦିନ ଭିତରେ ଏପରି ବହୁ ଖବର ସାମ୍ନାକୁ ଆସିଛି କି ଜିମ୍ କରିବା ସମୟରେ ଲୋକମାନେ ମୃତ୍ୟୁ ମୁଖରେ ପଡୁଛନ୍ତି ।

ଅଧିକ ପଢ଼ନ୍ତୁ: ଶନିଙ୍କ ଆର୍ଶିବାଦରୁ ଚମକିବ ୫ ରାଶିଙ୍କ ଭାଗ୍ୟ, ଆସୁଛି ଭଲ ସମୟ, କୋଟିପତି ହେବେ ଏହି ସବୁ ରାଶି!

ଚଳିତବର୍ଷଯୋଗୀନ୍ଦର ଦେଶୱାଲ ଚର୍ଚ୍ଚାକୁ ଆସିଥିଲେ ଯେତେବେଳେ ତାଙ୍କ ପୁଅ ତାଙ୍କ ଆଇଡି କାର୍ଡ ଦେଖାଇ ଟୋଲ୍ ପ୍ଲାଜା ପାର୍ କରିବାକୁ ଚେଷ୍ଟା କରିଥିଲେ । ଦେଶୱାଲଙ୍କ ପୁଅକୁ ହରିୟାଣା ପୋଲିସର ହେଡ୍ କନଷ୍ଟେବଲ ଆଶୀଷ କୁମାର ଧରିଥିଲେ ଯିଏ କି ସିଂଘମ ନାମରେ ପରିଚିତ ଥିଲେ ।

ଅଧିକ ପଢ଼ନ୍ତୁ: ଓଏଏସ୍‌‌ ସ୍ତରରେ ବଡ଼ ଧରଣର ଅଦଳ ବଦଳ କଲେ ରାଜ୍ୟ ସରକାର, ବଦଳିଲେ ୨୨୦ ଓଏଏସ୍‌

Share this story