ଦିନେ ଡିପ୍ରେସନକୁ ଚାଲିଯାଇଥିଲେ ବ୍ରହ୍ମାଣ୍ଡ ସୁନ୍ଦରୀ, ଶେଷ ପ୍ରଶ୍ନ ଜିତାଇ ଦେଲା...

miss universe

ଓଡ଼ିଆ ଗସିପ ବ୍ୟୁରୋ: ନିଜ ଶରୀର ପାଇଁ ଦିନେ ପରିହାସର ଶିକାର ହୋଇଥିଲେ । ଯେଉଁଥିପାଇଁ ଡିପ୍ରେସନକୁ ଚାଲିଯାଇଥିଲେ ହରନାଜ । ହେଲେ ଆଜି ସାଜିଛନ୍ତି ବ୍ରହ୍ମାଣ୍ଡର ସୁନ୍ଦରୀ । ତା'ପୁଣି ୨୧ ବର୍ଷ ପରେ, ଭାରତ ପାଇଁ ଆଣିଛନ୍ତି ଏହି ଗୌରବ ।

ଇସ୍ରାଏଲର ଇଲାଟରେ ଅନୁଷ୍ଠିତ ୭୦ତମ ମିସ୍‌ ୟୁନିଭର୍ସରେ ପ୍ରାୟ ୮୦ ଜଣଙ୍କୁ ପଛରେ ପକାଇ ଏହି କୀର୍ତ୍ତିମାନ ସ୍ଥାପନ କରିଛନ୍ତି ହରନାଜ ସାନ୍ଧୁ । ତେବେ ତାଙ୍କ କାହାଣୀ ବି ଖୁବ୍‌ କମ୍ ସଂଘର୍ଷ ମୟ ନଥିଲା । ବହୁ ଚେଷ୍ଟା ପରେ ସେ ଏହି ସ୍ଥାନରେ ପହଞ୍ଚିଛନ୍ତି ।

ସ୍କୁଲ ଦିନରେ ସେ ଖୁବ୍‌ ପତଳା ଥିଲେ । ତାଙ୍କ ଶରୀର ପାଇଁ ସେ ଖୁବ୍‌ ପରିହାସର ଶିକାର ହୋଇଥିଲେ । ଯେଉଁଥିପାଇଁ  ସେ ଡିପ୍ରେସନକୁ ଚାଲି ଯାଇଥିଲେ । କିନ୍ତୁ  ଆପଣ ଜାଣିଛନ୍ତି ଫାଇନାଲ ରାଉଣ୍ଡରେ କେଉଁ ପ୍ରଶ୍ନପାଇଁ ସେ ବିଜୟ ହୋଇଛନ୍ତି ।

ଫାଇନାଲ ରାଉଣ୍ଡରେ ପ୍ରତିଯୋଗୀଙ୍କୁ ବିଭିନ୍ନ ପ୍ରକାରର ଚାପର ସମ୍ମୁଖୀନ ହେଉଥିବା ଯୁବ ମହିଳାମାନଙ୍କୁ କ’ଣ ପରାମର୍ଶ ଦେବେ ବୋଲି ପଚରା ଯାଇଥିଲା । ଏହାପରେ ଜବାବରେ ଭାରତର ହରନାଜ କହିଥିଲେ ଯେ ନିଜକୁ ନିଜେ ବିଶ୍ୱାସ କରିବା ହିଁ ଆଜିର ଯୁବ ସମାଜ ଆଗରେ ସବୁଠାରୁ ବଡ଼ ଚାପ ଭାବେ ଉଭା ହୋଇଛି । ଜଣେ ନିଜ ଭିତରେ ଥିବା ସ୍ୱତନ୍ତ୍ରତାକୁ ଚିହ୍ନବା ଦରକାର ଓ ଏହା ହିଁ ଜୀବନକୁ ସୁନ୍ଦର କରିଥାଏ ।

ଅନ୍ୟ ସହିତ ନିଜକୁ ତୁଳନା କରିବା ବନ୍ଦ କରନ୍ତୁ ଓ ବିଶ୍ୱରେ ଘଟୁଥିବା ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରନ୍ତୁ । ଏହା ଆପଣଙ୍କୁ ବୁଝିବାକୁ ପଡ଼ିବ । ଆପଣ ନିଜ ହିଁ ନିଜ ଜୀବନର ମାଲିକ । ନିଜ ସ୍ୱରର ମାଲିକ ମଧ୍ୟ ଆପଣ । ତେଣୁ ଆଗକୁ ଆସି ନିଜ କଥା କୁହନ୍ତୁ । ମୋ ନିଜର ଉପରେ ମୋର ଭରସା ଓ ବିଶ୍ୱାସ ଅଛି । ତେଣୁ ଆଜି ମୁଁ ଏଠି ଛିଡ଼ା ହୋଇଛି ବୋଲି କହି ସମସ୍ତଙ୍କ ହୃଦୟ ଜିତି ପାରିଥିଲେ ।

ପଞ୍ଜାବର ୨୧ ବର୍ଷୀୟ ହରନାଜଙ୍କୁ ଫାଇନାଲ ରାଉଣ୍ଡରେ ପାରାଗୁୟେ ଓ ଦକ୍ଷିଣ ଆଫ୍ରିକାର ପ୍ରତିଯୋଗୀ ବେଶ ଚ୍ୟାଲେଞ୍ଜ ଦେଇଥିଲେ । ତେବେ ଶେଷ ମୁହୂର୍ତ୍ତରେ ହରନାଜ ମୁକୁଟ ହାତେଇବାକୁ ସକ୍ଷମ ହୋଇଛନ୍ତି । ତାଙ୍କୁ ୨୦୨୦ର ମିସ୍‌ ୟୁନିଭର୍ସ ମେକ୍ସିକୋର ଆଣ୍ଡ୍ରେଆ ମେଜା ବିଜୟ ମୁକୁଟ ପିନ୍ଧାଇଛନ୍ତି ।

Share this story