EPFO ର ବଡ଼ ନିଷ୍ପତ୍ତି, ଇପିଏଫ୍ଓ ସଦସ୍ୟମାନଙ୍କ ପାଇଁ ସରକାର ଆଣିଲେ ଖୁସି ଖବର, ଜାଣନ୍ତୁ କଣ...

Government brings reform in EPFO

ଓଡ଼ିଆ ଗସିପ ବ୍ୟୁରୋ: ବଢ଼ିଲା କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ) ସଦସ୍ୟମାନଙ୍କ ପାଇଁ ଅଧିକ ପେନ୍‌ସନ୍ ଆବେଦନର ସମୟସୀମା ।

ଏହି ଅନୁଯାୟୀ, ଇପିଏଫ୍ଓ ସଦସ୍ୟମାନେ ଅଧିକ ପେନ୍‌ସନ୍ ବିକଳ୍ପ ଚୟନ କରିବା ପାଇଁ ନିଯୁକ୍ତିଦାତା କିମ୍ବା କମ୍ପାନୀ ସହିତ ମିଳିତ ଭାବରେ ଆସନ୍ତା ମେ’ ୩ ତାରିଖ ସୁଦ୍ଧା ଆବେଦନ କରିବାକୁ ପଡିବ ।

ଫେବୃଆରୀ ୨୦ରେ ଇପିଏଫଓ ଏହାର କ୍ଷେତ୍ରୀୟ କାର୍ଯ୍ୟାଳୟଗୁଡିକୁ ଏ ସମ୍ପର୍କିତ ନିର୍ଦ୍ଦେଶ ଜାରି କରିବା ପରେ ଏହି ଖବର ସାମ୍ନାକୁ ଆସିଛି, ଯାହା ସଦସ୍ୟଙ୍କୁ ପୁରୁଣା ପେନ୍‌ସନ୍ ସ୍କିମ୍ (ଇପିଏସ୍‌) ଅଧୀନରେ ଅଧିକ ପେନ୍‌ସନ୍ ଚୟନ କରିବାକୁ ଅନୁମତି ଦେବ ।

ସଦସ୍ୟମାନଙ୍କୁ ଏଥିପାଇଁ ଅବସରକାଳୀନ ପାଣ୍ଠି ସଂଗଠନର ଇଣ୍ଟିଗ୍ରେଟେଡ୍ ମେମ୍ବର ପୋର୍ଟାଲରେ ଆବେଦନ କରିବାକୁ ପଡିବ । ଏହାପୂର୍ବରୁ ଅଧିକ ପେନ୍‌ସନ୍‌ ଚୟନ ବିକଳ୍ପ ଗ୍ରହଣ କରିବାର ଶେଷ ତାରିଖ ମାର୍ଚ୍ଚ ୩ ରହିଥିଲା ।

ସୁପ୍ରିମକୋର୍ଟ ନଭେମ୍ବର ୪ରେ ଦେଇଥିବା ଆଦେଶରେ ଅଧିକ ପେନ୍‌ସନ୍‌ ବିକଳ୍ପ ଚୟନ କରିବା ଲାଗି ସମସ୍ତ ଯୋଗ୍ୟ ସଦସ୍ୟଙ୍କୁ ଚାରିମାସ ସମୟ ଦେବାକୁ ଇପିଏଫ୍ଓକୁ ନିର୍ଦେଶ ଦେଇଥିଲେ । ଏହି ଚାରି ମାସର ଅବଧି ମାର୍ଚ୍ଚ ୩ରେ ଶେଷ ହେଉଥିଲା ।

Share this story