ଡ୍ରେନେଜ୍ ଚାମ୍ବର ସଫା ବେଳେ ଅଘଟଣ: ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୪ ଜୀବନ

Four died in suffocation as they trapped in sewerage tank

ଓଡ଼ିଆ ଗସିପ୍ ବ୍ୟୁରୋ: ପୁଣେର ବାରାମତୀ ତହସିଲରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ଏକ ବ୍ରିଟିଶ ଅମଳର ଗୋଟିଏ ଡ୍ରେନେଜ ଚ୍ୟାମ୍ବର ସଫା କରୁଥିବା ବେଳେ ୪ ଜଣ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଛନ୍ତି ।

ସୂଚନା ଅନୁଯାୟୀ, ପ୍ରଥମେ ଏହା ମଧ୍ୟରେ ରହିଥିବା ଗୋବର ଓ ପାଣିକୁ କାଢ଼ିବା ପାଇଁ ପ୍ରବୀଣ ଅତୋଲେ ଯାଇଥିଲେ । କିନ୍ତୁ ସେ ସଫା କରୁଥିବା ବେଳେ ହଠାତ୍‌ ଅଚେତ ହୋଇଯାଇଥିଲେ । ସେ ମୋଟର ପାଇପ ସଫା କରୁଥିବା ବେଳେ ଏପରି ଘଟଣା ଘଟିଥିଲା ।

ଆହୁରି ପଢ଼ନ୍ତୁ : ବଦଳିଲା ପାଣିପାଗ ରିପୋର୍ଟ : ପଶ୍ଚିମା ଝଡ ପ୍ରଭାବ ଯୋଗୁ ରାଜ୍ୟରେ ଆଗାମୀ ୫ ଦିନ ଯାଏ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

ପ୍ରବୀଣଙ୍କୁ ଉଦ୍ଧାର କରିବା ପାଇଁ ତାଙ୍କ ବାପା ଗ୍ୟାମ୍ବର ଭିତରକୁ ଯାଇଥିଲେ । ହେଲେ ସେ ମଧ୍ୟ ଅଚେତ ହୋଇ ଯାଇଥିଲେ । ଆଉ ଦୁଇ ଜଣ କିଛି ନ ବୁଝିପାରି ପୁଣି ଭିତରକୁ ଯାଇଥିଲେ ।

ସେମାନେ ମଧ୍ୟ ସମାନ ସ୍ଥିତିର ସମ୍ମୁଖୀନ ହୋଇଥିଲେ । ଏପରି ଭାବେ ୪ ଜଣ ଚ୍ୟାମ୍ବର ମଧ୍ୟରେ ଶ୍ୱାସରୁଦ୍ଧ ହୋଇଯାଇଥିହା । ଚାରିଜଣଙ୍କୁ ଚାମ୍ବରରୁ ବାହାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ବୋଲି ପୁଲିସ ଅଧିକାରୀ କହିଛନ୍ତି ।

Share this story