ମହିଳାଙ୍କ ସଂଗୀନ ଅଭିଯୋଗ, ପୂର୍ବତନ ପ୍ରଧାନମନ୍ତ୍ରୀ ଓ ତାଙ୍କ ତୃତୀୟ ପତ୍ନୀ ଚଳାଉଥିଲେ ସେକ୍ସ ରାକେଟ୍ 

Former Superintendent Of Kashana Welfare House Afasha Latif Exposed Imran Khan And His Wife Bushra Bibi
ମହିଳାଙ୍କ ସଂଗୀନ ଅଭିଯୋଗ, ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଓ ତାଙ୍କ ତୃତୀୟ ପତ୍ନୀ ଚଳାଉଥିଲେ ସେକ୍ସ ରାକେଟ୍ 

ଓଡ଼ିଆ ଗସିପ୍ ବ୍ୟୁରୋ: ମହିଳା ଆଣିଛନ୍ତି ସଂଗୀନ ଅଭିଯୋଗ । ସୂଚନା ମୁତାବକ ଗୋଟିଏ ଅନାଥ ଆଶ୍ରମର ପୂର୍ବତନ ସୁପରିଟେଣ୍ଡେଣ୍ଟ ଥିବା ଜଣେ ମହିଳା ଅଭିଯୋଗ କରିଛନ୍ତି ଯେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଓ ତାଙ୍କ ତୃତୀୟ ପତ୍ନୀ ବୁଶରା ବିବି ସେକ୍ସ ରାକେଟ୍ ଚଳାଉଥିଲେ ।

ଅଧିକ ପଢନ୍ତୁ : ଜୀବନରେ ସେକ୍ସ ନିହାତି ଆବଶ୍ୟକ କାହିଁକି ? ଜାଣନ୍ତୁ ସୁସ୍ଥ ଯୌନ ସମ୍ପର୍କର ୭ଟି ଉପକାରିତା ବିଷୟରେ

ଅଭିଯୋଗ ଅନୁଯାୟୀ, ୧୯୭୦ ମସିହାରେ ସ୍ଥାପନା ହୋଇଥିଲା କହିରଖୁ କି କାଶାନା ୱେଲଫେୟାର ହାଉସ । ଏହା ପଞ୍ଜାବ ପ୍ରଦେଶର ସରଗୋଧ୍ୟା ସହରରେ ଅବସ୍ଥିତ । ଏଠାରେ ପରିଚୟ ହୀନ ଓ ଅନାଥ ଶିଶୁମାନଙ୍କୁ ରଖାଯାଉଥିଲା । ଲତିଫ୍ ଦାବି କରିଛନ୍ତି କି ଦଶନ୍ଧୀ ଦଶନ୍ଧୀ ଧରି ଏଠି ଅନାଥାଶ୍ରମରେ ରହୁଥିବା ପିଲାମାନଙ୍କ ସହ ଘୃର୍ଣ୍ୟ କାର୍ୟ୍ୟ କରାଯାଉଛି । ଏଠାରେ ରହୁଥିବା ଅନାଥ ନାବାଳିକାଙ୍କ ସହ ଘୃଣ୍ୟ କାମ କରୁଥିବା ଲୋକମାନଙ୍କ ମଧ୍ୟରେ ସର୍ବାଧିକ ହେଉଛନ୍ତି ଇମ୍ରାନ ଖାନଙ୍କ ଘନିଷ୍ଠ ଲୋକ ।

ଅଧିକ ପଢନ୍ତୁ : ଭେଣ୍ଡିଆ ପୁଅର ସ୍ତନବୃଦ୍ଧି ସମସ୍ୟା! କାହିଁକି ଏମିତି ହେଉଛି, କଣ କଲେ କମିବ ସ୍ତନର ଆକାର ଜାଣନ୍ତୁ

ଏକ ପାକିସ୍ତାନୀ ଗଣମାଧ୍ୟମ ତାର ରିପୋର୍ଟରେ ପ୍ରକାଶ କରିଛି ଯେ, କାଶାନା ୱେଲଫେୟାର ହାଉସର ପୂର୍ବ ସୁପରିଟେଣ୍ଡେଣ୍ଟ ଅଫାଶା ଲତିଫ୍ ଦାବି କରିଛନ୍ତି କି, ଯେତେବେଳେ ଇମ୍ରାନ ଖାନ ଦେଶର ପ୍ରଧାନମନ୍ତ୍ରୀ ଥିଲେ ସେତେବେଳେ ଅନାଥ ପିଲାମାନଙ୍କୁ ତାଙ୍କ ଘରକୁ ପଠାଯାଉଥିଲା ଓ ସେଠାରେ ସେହି ପିଲାମାନଙ୍କର ଯୌନ ଶୋଷଣ କରାଯାଉଥିଲା । ଏହା ସହ ସେମାନଙ୍କୁ ଧମକ ଚମକ ଦିଆଯାଇ ତାଙ୍କ ମୁହଁ ବନ୍ଦ ରଖିବାକୁ କୁହାଯାଉଥିଲା ।

ଅଫାଶା ଲତିକ୍ ଦାବି କରିଛନ୍ତି କି ଅନେକ ଅନାଥ ଶିଶୁ ଆଜି ବି ନିଖୋଜ ରହିଛନ୍ତି । ଏକ ପାକିସ୍ତାନୀ ଗଣମାଧ୍ୟମ ସହ ଆଲୋଚନା ବେଳେ ଅଫାଶା ଦାବି କରିଛନ୍ତି କି ଇମ୍ରାନ ଖାନଙ୍କ ତୃତୀୟ ପତ୍ନୀ ବୁଶାରା ବିବିଙ୍କ ଇଶାରାରେ ଏହି ସବୁ ହେଉଥିଲା । ତେବେ ଜେଲରେ ବନ୍ଦ ଥିବା ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାଇଁ ଅଡୁଆ ଧୀରେ ଧୀରେ ବଢିବାରେ ଲାଗିଛି । ଦେଶର ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀ ଜେଲ ଯିବା ଓ ତାଙ୍କ ନାମରେ ଏଭଳି ଅଭିଯୋଗ ଆସିବାକୁ ନେଇ ସାଧାରଣରେ ଅନେକ ଚର୍ଚ୍ଚା ହେଉଛି ।

Share this story