ବୋରୱେଲ୍ ଭିତରେ ଅଚେତ୍ ହୋଇଯାଇଛି ତନ୍ମୟ ! ମିଳୁନି କୌଣସି ପ୍ରିତିକ୍ରିୟା, ଉଦ୍ଧାର କାର୍ଯ୍ୟ ଜାରି...

boy fell in borewell in mp

ଓଡ଼ିଆ ଗସିପ ବ୍ୟୁରୋ: ପୁଣି ବୋରୱେଲରେ ଫସିଲା ଜୀବନ । ମଧ୍ୟପ୍ରଦେଶରେ ବୋରୱେଲରେ ଫସିଲା ୫ ବର୍ଷର ଶିଶୁ । ୫୫ ଫୁଟ୍ ତଳକୁ ଶିଶୁଟି ଖସିପଡ଼ିଥିବା ସୂଚନା । ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ଧାରକାର୍ଯ୍ୟ ଜାରି ।

ଉଦ୍ଧାରକାର୍ଯ୍ୟ ଜାରି ରହିଥିବା ବେଳେ ଭୋପାଳ ଓ ହୋସଙ୍ଗାବାଦର ଏସଡିଆରଏଫ ଟିମ୍ ପହଞ୍ଚିଛନ୍ତି । ବର୍ତ୍ତମାନ ଶିଶୁଟି ପାଖକୁ ଅକ୍ସିଜେନ ପହଞ୍ଚାଯାଉଛି ।

ଏବେ ଶିଶୁର ଅବସ୍ଥା କେମିତି ଅଛି କିଛି ସୂଚନା ମିଳିନି । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି । ଉଦ୍ଧାର କାର୍ଯ୍ୟ ଉପରେ ନଜର ରଖିଛନ୍ତି ।

କିନ୍ତୁ ଏଠି ପ୍ରଶ୍ନ ଯେ ବୋରୱେଲରେ ଫସିଥିବା ତନ୍ମୟ କେମିତି ଅଛନ୍ତି । ତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରୁଛି କି ନାହିଁ? ତାଙ୍କ ପାଖରେ ଠିକ୍ ଭାବେ ଅକ୍ସିଜେନ୍ ପହଞ୍ଚୁଛି କି ନାହିଁ ? ଉଦ୍ଧାର କାର୍ଯ୍ୟ କେତେ ଦୁର ଆଗେଇଲାଣି?

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ୧୨ ଘଣ୍ଟା ଧରି ବୋର୍‌ୱେଲ୍‌ରେ ଫସିରହିଛି ୮ ବର୍ଷର ବାଳକ, ଉଦ୍ଧାର କାର୍ଯ୍ୟ ଜାରି, ଦେଖନ୍ତୁ LIVE ଭିଡ଼ିଓ...

ଏହିଭଳି ଅନେକ ପ୍ରଶ୍ନ ଲୋକଙ୍କ ମନରେ ଉଙ୍କିମାରୁଥିବା ବେଳେ ଯାହା ସୂଚନା ଆସୁଛି ତାହା ଅତ୍ୟନ୍ତ ଚିନ୍ତାଜନକ । ବୋରୱେଲ୍ ଭିତରେ ତନ୍ମୟ ଅଚେତ୍ ହୋଇଯାଇଥିବା କଥା ଏବେ ସାମ୍ନାକୁ ଆସୁଛି । ଯାହା ସମସ୍ତଙ୍କ ଚିନ୍ତା ବଢାଇଦେଇଛି ।

ବୋରୱେଲର ଗଭୀର ୪ ଶହ ଫୁଟ ହୋଇଥିବାବେଳେ ପିଲାଟି ୫୦ ଫୁଟରେ ଅଟକି ରହିଥିବା ଜଣାପଡିଛି । ଘଟଣାସ୍ଥଳରେ ପ୍ରଶାସନ ପହଂଚି ଉଦ୍ଧାର କାମ ଜାରି ରଖିଛି । ଦୁଇଟି ଏସଡିଆରଏଫ ଟିମ ଏବଂ ଏନଡିଆରଏଫ୍ ଟିମ୍ ଉଦ୍ଧାର ଉଦ୍ୟମ ଚଳାଇଛନ୍ତି । ପିଲାଟିକୁ ପାଇପ ଯୋଗେ ବୋରୱେଲର ମୁହଁପଟୁ ଅକ୍ସିଜେନ ଯୋଗାଇ ଦିଆଯାଉଛି । ବୋରୱେଲର ସମାନ୍ତରାଳରେ ଗାତ ଖୋଲି କୁନି ପିଲା ପାଖରେ ପହଂଚିବାକୁ ଉଦ୍ୟମ କରାଯାଉଛି ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ମହିଳାଙ୍କ ଗର୍ଭନଷ୍ଟ କରିବା ପରେ ତାଙ୍କ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡ଼ିଓ ଭାଇରାଲ କଲା ପ୍ରେମିକ, ରାଗରେ ଶାଶୁ ଘର ଲୋକେ କଲେ ଏପରି କାମ...

ତେବେ ଗତକାଲି ପିଲାଟି ବାପାଙ୍କ ସହ କଥାବାର୍ତା କରୁଥିବା ବେଳେ ଆଜି କୌଣସି ପ୍ରତିକ୍ରିୟା ଦେଉ ନାହିଁ । ତେଣୁ ତନ୍ମୟ ଅଚେତ ହୋଇପଡିଥିବା ଅନୁମାନ କରାଯାଉଛି । ବୋରୱେଲ ଗାତରେ ତନ୍ମୟର ମୁଣ୍ଡ ତଳକୁ ରହିଥିବା ସୂଚନା ମିଳିିଛି ।

ଅନ୍ୟପଟେ ଉଦ୍ଧାର କାର୍ଯ୍ୟରେ ବଡ ବଡ ପଥର ବାଧକ ସାଜିଥିବା ଜଣାପଡିଛି । ମଧ୍ୟପ୍ରଦେଶର ଭୋପାଳ ଓ ହୋସଙ୍ଗାବାଦରୁ ଦୁଇଟି ଏସଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଂଚି ଉଦ୍ଧାରକାର୍ଯ୍ୟରେ ସାମିଲ ହୋଇଛି ।

Share this story