ଆନ୍ଧ୍ର ପ୍ରଦେଶରେ ତାଣ୍ଡବ ରଚୁଛି ପ୍ରକୃତି; କଡପ୍ପା ଜିଲ୍ଲାରେ ଭୟଙ୍କର ବନ୍ଯା

flood in andhra

ଓଡ଼ିଆ ଗସିପ ବ୍ୟୁରୋ: ନଭେମ୍ବର ପହିଲାରୁ ୟା ଭିତରେ ଦୁଇ ଦୁଇଟି ଲଘୁଚାପ ବର୍ଷା ଯୋଗୁଁ ଆନ୍ଧ୍ର ପ୍ରଦେଶ ଅବସ୍ଥା ବେହାଲ । ଗତ ୩୦ ବର୍ଷର ରେକର୍ଡ ଭାଙ୍ଗିଛି ଲଘୁଚାପ ବର୍ଷା । ଲଗାଣ ବର୍ଷା ଯୋଗୁଁ ୧୩ଟି ଜିଲ୍ଲାରେ ବନ୍ଯା ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରକାଶମ, ଚିତ୍ତୁର, ନେଲୁର ଓ କଡପ୍ପା ଜିଲ୍ଲାରେ ଭୟଙ୍କର ବନ୍ଯା ପରିସ୍ଥିତି ସୃଷ୍ଟି ହୋଇଛି ।

ତିରୁପତି ସହରରେ ବର୍ତ୍ତମାନ ୮ ରୁ ୯ ଫୁଟ ଉଚ୍ଚରେ ବନ୍ଯାଜଳ ପ୍ରବାହିତ ହେଉଛି । ଜିଲ୍ଲାର ଅନେକ ଅଞ୍ଚଳ ବାହ୍ଯଜଗତରୁ ବିଛିନ୍ନ ହୋଇଛି । ଜିଲାକୁ ସଂଯୋଗ କରିଥିବା ସମସ୍ତ ମୁଖ୍ଯ ସଡ଼କ ଓ ରେଳପଥ ବନ୍ଯାରେ ଭାସିଯାଇଛି ।

ତିରମାଲା ତିରୁପତି ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଫସି ରହିଛନ୍ତି । ସେମାନଙ୍କୁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୁରକ୍ଷିତ ସ୍ଥାନରେ ରଖାଯିବ ସହ ଖାଇବା ପିଇବାର ବ୍ଯବସ୍ଥା କରାଯାଇଛି ।

ଚିତ୍ତୁର ଜିଲ୍ଲାର ସମସ୍ତ ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଅଛି । କଡପ୍ପା ଜିଲାରେ ବନ୍ଯା ପରିସ୍ଥିତି ଭୟଙ୍କର ରୂପ ନେଇଛି । କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ଲୋକେ ଡଙ୍ଗା ଭସାଉଥିବାବେଳେ ଚେୟୁରୁ ନଦୀରେ ହଠାତ ବନ୍ଯା ଆସିବାରୁ ୩ ଜଣଙ୍କର ମୃତ୍ଯୁ ହୋଇଥିବାବେଳେ ୩୦ ଜଣ ଭାସି ଯାଇଛନ୍ତି ।

ଆନ୍ଧ୍ରପ୍ରଦେଶ ମୁଖ୍ଯମନ୍ତ୍ରୀ ସମସ୍ତ ଜିଲ୍ଲାପାଳଙ୍କ ସହ ସ୍ଥିତି ସମୀକ୍ଷା କରିଛନ୍ତି । ରିଲିଫ ଓ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଚିତ୍ତୁର ଜିଲ୍ଲାର ୪ଟି ଏନ୍ଡିଆର୍ଏଫ୍ ଓ ୬ଟି ଏସ୍ଡିଆର୍ଏଫ୍ ଓ କଡପ୍ପା ଜିଲ୍ଲାରେ ୩ଟି ଏନ୍ଡିଆର୍ଏଫ୍ ଓ ୪ଟି ଏସ୍ଡିଆର୍ଏଫ୍ ମୁତୟନ ହୋଇଛନ୍ତି । ଚିତ୍ତୁର ଜିଲ୍ଲାରେ ଗୋଟିଏ ଜାଗାରେ ଗୃହପାଳିତ ପଶୁ ଭାସି ଯାଉଥିବା ଦେଖିବାକୁ ମିଳିଛି ।

Share this story