ଏମ୍ସ ଇମର୍ଜେନ୍ସି ୱାର୍ଡ ନିକଟରେ ଲାଗିଲା ନିଆଁ, ଆୟତ୍ତ ପାଇଁ ୬ଟି ଅଗ୍ନିଶମ ଗାଡ଼ି ନିୟୋଜିତ
ଓଡ଼ିଆ ଗସିପ୍ ବ୍ୟୁରୋ: ଦିଲ୍ଲୀ ଏମ୍ସ ପରିସରରେ ଅଗ୍ନିକାଣ୍ଡ। ଦିଲ୍ଲୀର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ରେ ସୋମବାର ଅଚାନକ ନିଆଁ ଲାଗିଯାଇଛି। ଏଣ୍ଡୋସ୍କୋପି ବିଭାଗରେ ନିଆଁ ଲାଗିଥିବା ଜଣାପଡ଼ିଛି।
ଅଧିକ ପଢନ୍ତୁ :- ଭେଣ୍ଡିଆ ପୁଅର ସ୍ତନବୃଦ୍ଧି ସମସ୍ୟା! କାହିଁକି ଏମିତି ହେଉଛି, କଣ କଲେ କମିବ ସ୍ତନର ଆକାର ଜାଣନ୍ତୁ
ନିଆଁକୁ ଆୟତ୍ତ କରିବା ପାଇଁ ଘଟଣା ସ୍ଥଳରେ ୬ ଟି ଅଗ୍ନିଶମ ଗାଡ଼ି ନିୟୋଜିତ ରହିଛନ୍ତି। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ। ନିର୍ଗତ ହେଉଥିବା ଧୂଆଁର ଚିତ୍ରକୁ ଦେଖିଲେ ଅଗ୍ନିକାଣ୍ଡ ଭୟାବହ ରହିଛି।
ଅଧିକ ପଢନ୍ତୁ :- ଜୀବନରେ ସେକ୍ସ ନିହାତି ଆବଶ୍ୟକ କାହିଁକି ? ଜାଣନ୍ତୁ ସୁସ୍ଥ ଯୌନ ସମ୍ପର୍କର ୭ଟି ଉପକାରିତା ବିଷୟରେ
ତେବେ ପ୍ରାଥମିକ ସୂଚନା ଅନୁସାରେ ସମସ୍ତ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଏହି ଅଗ୍ନିକାଣ୍ଡ ଦିନ ପ୍ରାୟ ୧୧ଟା ୪୫ ମିନିଟରେ ଘଟିଛି । ସମସ୍ତ ରୋଗୀଙ୍କୁ ଇମର୍ଜେନ୍ସି ୱାର୍ଡରୁ ସୁରକ୍ଷିତ ଭାବରେ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।