ରାଜଧାନୀର ଗାନ୍ଧି ନଗର ମାର୍କେଟ ସ୍ଥିତି ଏକ ପ୍ଲାଏବୋର୍ଡ ଦୋକାନରେ ଭୀଷଣ ଅଗ୍ନିକାଣ୍ଡ, ୨୧ଟି ଦମକଳ ଗାଡି ନିୟୋଜିତ

Fire breaks out at plywood shop in Delhi's Gandhi Nagar market
ଗାନ୍ଧି ନଗର ମାର୍କେଟ ସ୍ଥିତି ଏକ ପ୍ଲାଏବୋର୍ଡ ଦୋକାନରେ ଭୀଷଣ ଅଗ୍ନିକାଣ୍ଡ, ୨୧ଟି ଦମକଳ ଗାଡି ନିୟୋଜିତ

ଓଡ଼ିଆ ଗସିପ୍ ବ୍ୟୁରୋ: ରାଜଧାନୀ ଦିଲ୍ଲୀର ଗାନ୍ଧି ନଗର ମାର୍କେଟ ସ୍ଥିତି ଏକ ପ୍ଲାଏବୋର୍ଡ ଦୋକାନରେ ଭୀଷଣ ଅଗ୍ନିକାଣ୍ଡ ହୋଇଛି । ନିଆଁକୁ ଆୟତ୍ତ କରିବା ପାଇଁ ଦମକଳ ଗାଡି ନିୟୋଜିତ ହୋଇଛି । ମାର୍କେଟ ହୋଇଥିବାରୁ ନିଆଁକୁ ଆୟତ୍ତ କରିବାକୁ କଷ୍ଟକର ହେଉଛି । ସୂଚନା ମିଳିବା ପରେ ଘଟଣା ସ୍ଥଳରେ ୨୧ଟି ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରୁଛି । ଏପର୍ଯ୍ୟନ୍ତ କୌଣସି ହତାହତ ଖବର ମିଳିନାହିଁ । ତେବେ ନିଆଁ କେମିତି ଲାଗିଲା ତା’ ମଧ୍ୟ ଏଯାଏଁ ଜଣାପଡିନାହିଁ ।

ଅଧିକ ପଢନ୍ତୁ : ଭେଣ୍ଡିଆ ପୁଅର ସ୍ତନବୃଦ୍ଧି ସମସ୍ୟା! କାହିଁକି ଏମିତି ହେଉଛି, କଣ କଲେ କମିବ ସ୍ତନର ଆକାର ଜାଣନ୍ତୁ

ଖବର ମୁତାବକ, ଦିଲ୍ଲୀ ଗାନ୍ଧି ନଗର ମାର୍କେଟରେ ଥିବା ଏକ ପ୍ଲାଏ ଦୋକାନକୁ ନେଇ ଅଗ୍ନିଶମ ଅଧିକାରୀ ରାଜେନ୍ଦ୍ର କହିଛନ୍ତି, ନିଆଁ ପ୍ରଥମେ ଏକ ପ୍ଲାଏବୋର୍ଡ ଦୋକାନରେ ଲାଗିଥିଲା । ସେଠାରୁ ଅନ୍ୟଆଡେ ବ୍ୟାପିଥିଲା । ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ଜଣାପଡିନି । ତେବେ ବୁଧବାର ଭୋର ସମୟ ୪ଟାରେ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।

ଅଧିକ ପଢନ୍ତୁ : ଜୀବନରେ ସେକ୍ସ ନିହାତି ଆବଶ୍ୟକ କାହିଁକି ? ଜାଣନ୍ତୁ ସୁସ୍ଥ ଯୌନ ସମ୍ପର୍କର ୭ଟି ଉପକାରିତା ବିଷୟରେ 

ମାର୍କେଟଟି ଜନଗହଳିପୂର୍ଣ୍ଣ ହୋଇଥିବାରୁ ନିଆଁକୁ ଆୟତ୍ତ କରିବାକୁ କଷ୍ଟକର ହେଉଛି । ନିଆଁକୁ ଶୀଘ୍ର ଆୟତ୍ତ କରାନଗଲେ, ଚାରିଆଡେ ବ୍ୟାପିବାର ଭୟ ରହିଛି । ମାର୍କେଟରେ ଥିବା ଅନ୍ୟ ଦୋକାନ ପ୍ରତି ବିପଦ ରହିଛି ।
 

Share this story