ଗ୍ୟାସ୍ ଷ୍ଟେସନରେ ଭୀଷଣ ଅଗ୍ନିକାଣ୍ଡ, ୩ ଶିଶୁଙ୍କ ସମେତ ୨୭ ଜଣଙ୍କ ମୃତ୍ୟୁ, ୬୬ ଆହତ 

Fire at Russian gas station kills 27, injures 66
ଗ୍ୟାସ୍ ଷ୍ଟେସନରେ ଭୀଷଣ ଅଗ୍ନିକାଣ୍ଡ, ୩ ଶିଶୁଙ୍କ ସମେତ ୨୭ ଜଣଙ୍କ ମୃତ୍ୟୁ, ୬୬ ଆହତ 

ଓଡ଼ିଆ ଗସିପ୍ ବ୍ୟୁରୋ: ରୁଷ୍‌ରେ ବଡ଼ ଧରଣର ଏକ ଦୁର୍ଘଟଣା ଘଟିଛି। ଦକ୍ଷିଣ ରୁଷିଆର ଦାଗେସ୍ତାନରେ ଏକ ଗ୍ୟାସ୍ ଷ୍ଟେସନରେ ଅଗ୍ନିକାଣ୍ଡ ଘଟି ୩ ଶିଶୁଙ୍କ ସମେତ ୨୭ ଜଣଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ, ସୋମବାର ରାତିରେ ଦାଗେସ୍ତାନର ରାଜଧାନୀ ମାଖଚକାଲାରେ ରାଜପଥରେ ପାର୍ଶ୍ୱରେ ଥିବା ଏକ କାର୍‌ ସର୍ଭିସ୍‌ ସେଣ୍ଟରରେ ପ୍ରଥମେ ଏହି ଅଗ୍ନିକାଣ୍ଡ ଘଟିଥିଲା। ବିସ୍ଫୋରଣ କାରଣରୁ ନିଆଁ ପାଖ ଗ୍ୟାସ ଷ୍ଟେସନକୁ ବ୍ୟାପିଯାଇଥିଲା।

ଅଧିକ ପଢନ୍ତୁ : ଜୀବନରେ ସେକ୍ସ ନିହାତି ଆବଶ୍ୟକ କାହିଁକି ? ଜାଣନ୍ତୁ ସୁସ୍ଥ ଯୌନ ସମ୍ପର୍କର ୭ଟି ଉପକାରିତା ବିଷୟରେ 

ରୁଷ୍‌ର ଡେପୁଟି ସ୍ୱାସ୍ଥ୍ୟମନ୍ତ୍ରୀ ଭ୍ଲାଦିମିର୍‌ ଫିସେଙ୍କୋଙ୍କ ସୂଚନା ଅନୁସାରେ, ଆହତଙ୍କ ସଂଖ୍ୟା ୬୬କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ୬୦୦ ବର୍ଗ ମିଟର (୭୧୫ ବର୍ଗ ଗଜ) ଅଞ୍ଚଳରେ ବ୍ୟାପିଥିବା ନିଆଁକୁ ଲିଭାଇବା ପାଇଁ ଅଗ୍ନିଶମ କର୍ମଚାରୀଙ୍କୁ ସାଢ଼େ ୩ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା।

ଅଧିକ ପଢନ୍ତୁ : ଭେଣ୍ଡିଆ ପୁଅର ସ୍ତନବୃଦ୍ଧି ସମସ୍ୟା! କାହିଁକି ଏମିତି ହେଉଛି, କଣ କଲେ କମିବ ସ୍ତନର ଆକାର ଜାଣନ୍ତୁ

ମାଖଚକାଲାରେ ଗ୍ଲୋବସ୍ ସପିଂ ସେଣ୍ଟର ନିକଟସ୍ଥ ଏକ କାର ସର୍ଭିସ୍‌ ସେଣ୍ଟରରେ ପ୍ରଥମେ ନିଆଁ ଲାଗି ବିସ୍ଫୋରଣ ଘଟିଥିଲା। ଏଥିରେ ୧୨ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା ଏବଂ ୫୦ ଜଣ ଆହତ ହୋଇଥିଲେ। କିନ୍ତୁ ପରେ ମୃତକଙ୍କ ସଂଖ୍ୟା ୨୭ କୁ ବୃଦ୍ଧି ପାଇଥିବା ବେଳେ ଆହତଙ୍କ ସଂଖ୍ୟା ୬୬ ରେ ପହଞ୍ଚିଛି।
 

Share this story