ଦେଖନ୍ତୁ ଭିଡ଼ିଓ: ଘରେ ନ କହି ବାହାରକୁ ଯାଇଥିଲା ଝିଅ, ଗୁଳି କରିଦେଲା ବାପା, ପଛରେ ଅଛି ଏହି କାରଣ...

father shot dead daughter for this main reason

ଓଡ଼ିଆ ଗସିପ ବ୍ୟୁରୋ: ବାପାଙ୍କୁ ନକହି ଘରୁ ବାହାରିକି ଯାଇଥିଲା ଝିଅ ବୋଲି ଆସିବା ପରେ ଝିଅକୁ ଗୁଳି ମାରିଦେଲା ବାପା । କିଛି ଦିନ ପୂର୍ବରୁ ୟୁପି ମଥୁରାର ଯମୁନା ଏକ୍ସପ୍ରେସ୍‌ ୱେ ନିକଟରେ ଏକ ଟ୍ରଲି ବ୍ୟାଗ୍‌ ପଡ଼ିଥିଲା । ଯେଉଁଥିରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଯୁବତୀଙ୍କ ନାଁ ଆୟୁଷି ଯାଦବ ବୋଲି ଜଣାପଡ଼ିଛି ।

ସୂଚନାନୁସାରେ, ଆୟୁଷି ନିଜ ପିତା ନିତେଶ ଯାଦବଙ୍କୁ ନକହି ଘରୁ ବାହାରିକି ବୁଲିବାକୁ ଚାଲିଯାଇଥିଲେ । ଘରୁ ବାହାରିକି ଯିବାର କିଛି ଦିନ ପରେ ଆୟୁଷି ପୁଣି ଘରକୁ ଫେରିଥିଲେ । ହେଲେ ଜାଣିନଥିଲେ ଘରକୁ ଫେରିବା ମାତ୍ରେ ତାଙ୍କ ଜୀବନ ଚାଲିଯିବ ।

ଖୋଦ୍‌ ଜନ୍ମ କଲା ବାପା ତାଙ୍କ ଜୀବନ ନେଇଯିବେ ସେ କେବେ ସ୍ୱପ୍ନରେ ସୁଧା ଭାବିନଥିବେ । ଆୟୁଷି ଘରକୁ ଫେରିଥିବା ଦେଖି ତାଙ୍କ ବାପା ନିତେଶ, ନିଜର ହିତାହିତ ଜ୍ଞାନ ଭୁଲିଯାଇଥିଲେ । ଆୟୁଷିଙ୍କ କୌଣସି ପ୍ରକାର ଯୁକ୍ତି ଶୁଣିନଥିଲେ । ସିଧା ଗୁଳି ଚଳାଇଥିଲେ । ଯାହା ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ଜୀବନ ଚାଲିଯାଇଥିଲା ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ପ୍ରେମ ସମ୍ପର୍କକୁ ଖରାପ କରେ ଆପଣଙ୍କର ଏହି ସବୁ ଲକ୍ଷଣ, ଏସବୁ ଜାଣି ସୁଧାରି ଦିଅନ୍ତୁ...

ଟ୍ରଲି ବ୍ୟାଗରେ ମୃତ ଦେହକୁ ଭର୍ତ୍ତି କରି ଫିଙ୍ଗି ଦେଇଥିଲେ:

ବାପା ନିତେଶ ଏକ ପଲିଥିନ୍‌ରେ ଆୟୁଷିଙ୍କ ମୃତଦେହକୁ ଗୁଡ଼ାଇଥିଲେ । ତାପରେ ଏକ ନାଲି ରଙ୍ଗର ଟ୍ରଲି ବ୍ୟାଗ୍‌ରେ ଶରୀରକୁ ପ୍ୟାକ୍‌ କରିଥିଲେ । ଆଉ ତାକୁ ନେଇ ଉତ୍ତରପ୍ରଦେଶ ମଥୁରାର ଯମୁନା ଏକ୍ସପ୍ରେସ୍ ୱେରେ ଫିଙ୍ଗି ଦେଇଥିଲେ । ଗତ ଶୁକ୍ରବାର ଝିଅର ମୃତଦେହ ଠାବ କରାଯାଇଥିଲା ।

ସ୍ଥାନୀୟ ଅଞ୍ଚଳର ସେହି ସର୍ଭିସ ରୋଡ୍ ଦେଇ ଯିବା ଆସିବା କରିବା ବେଳେ କିଛି ଲୋକ ଏହି ଟ୍ରଲି ବ୍ୟାଗ୍‌କୁ ଦେଖିଥିଲେ । ଲୋକଙ୍କ ମନରେ ସନ୍ଦେହ ଉପୁଜିଥିଲା ।ପରେ ସେମାନେ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା ।

ଦେଖନ୍ତୁ ଭିଡ଼ିଓ:

ପ୍ରାଥମିକ ତଦନ୍ତରୁ ପୋଲିସ ମୃତଦେହ ଚିହ୍ନଟ କରିବାରେ ସକ୍ଷମ ହୋଇନଥିଲା । କିନ୍ତୁ ପରେ ଚିହ୍ନଟ ହୋଇଥିଲା । ଏବେ ଏହି ଘଟଣାରେ ଅଧିକ ତଦନ୍ତ କରାଯାଉଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

Share this story

World Odia Language Conferene