୧୫ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ୨ ଇଡି ଅଧିକାରୀଙ୍କୁ ଗିରଫ କଲା ରାଜସ୍ଥାନ ଏସିବି
 

ED officer arrested in Jaipur by Rajasthan Anti-Corruption Bureau (ACB)
୨ ଇଡି ଅଧିକାରୀଙ୍କୁ ଗିରଫ କଲା ରାଜସ୍ଥାନ ଏସିବି
 

ଓଡ଼ିଆ ଗସିପ୍ ବ୍ୟୁରୋ: ଇଡିର ଦୁଇ ଅଧିକାରୀଙ୍କୁ ଲାଞ୍ଚ ନେଉଥିବାବେଳେ ଗିରଫ କରିଛି ରାଜସ୍ଥାନ ଏସିବି( anti corruption bureau )।  ଏକ ମାମଲାର ରଫାଦଫା କରିବା ପାଇଁ ୧୫ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ। ଗିରଫ ଇଡି ଅଧିକାରୀଙ୍କ ନାଁ ନବଲକିଶୋର ମୀନା ଏବଂ ତାଙ୍କର ସହଯୋଗୀ ବାବୁଲାଲା ମୀନା। ନବଲକିଶୋର ମୀନା ମଣିପୁର ଇଡିରେ କାର୍ଯ୍ୟରତ। ସେହିପରି ବାବୁଲାଲ ମଧ୍ୟସ୍ଥି ଭାବରେ କାମ କରୁଥିଲେ। 

ଅଧିକ ପଢ଼ନ୍ତୁ : ଦୀପାବଳିରେ ଦୁର୍ଲଭ ସଂଯୋଗ, ଏମାନଙ୍କୁ ଧନୀ ହେବାରୁ କେହି ରୋକିପାରିବେନି! ଜାଣନ୍ତୁ କାହା ପାଇଁ ଶୁଭ ଓ କାହା ପାଇଁ ଅଶୁଭ...

ସେ ବର୍ତ୍ତମାନ ଅଲବରର ଖୈରସ୍ଥରରେ କନିଷ୍ଠ ସହାୟକ କାର୍ଯ୍ୟାଳୟରେ ନିୟୋଜିତ ଅଛନ୍ତି। ତେବେ ବର୍ତ୍ତମାନ ଏସବି ଉଭୟଙ୍କୁ ପଚାରଉଚରା କରୁଛି। ବର୍ତ୍ତମାନ ଏସିବି ଇଡିର ଏହି ଇନ୍ସପେକ୍ଟରର ଅନେକ ଠିକଣାରେ ରେଡ୍ କରୁଛି।

ଅଧିକ ପଢ଼ନ୍ତୁ : ଆଇପିଏସ୍‌ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ 

କୁହାଯାଉଛି ଯେ, ସେ ମଣିପୁରରେ ଏକ ଚିଟ୍‌ଫଣ୍ଡ୍‌ କମ୍ପାନି ମାମଲାର ସମାଧାନ କରାଇବା ଏବଂ ଅନ୍ୟ ସୁବିଧା ଦେବା ନାଁରେ ପୀଡ଼ିତଙ୍କୁ ୧୭ ଲକ୍ଷ ଟଙ୍କା ମାଗିଥିଲେ। ଆଉ ଏହି କ୍ରମରେ ୧୫ ଲକ୍ଷ ଟଙ୍କା ନେଉଥିବାବେଳେ ଧରାପଡ଼ିଛନ୍ତି।

ଅଧିକ ପଢ଼ନ୍ତୁ :ନଭେମ୍ବର ମାସରେ ସୂର୍ଯ୍ୟ ଗୋଚର, ଦୁର୍ଲଭ ସଂଯୋଗ ଫଳରେ ଏହି ରାଶିର ଲୋକଙ୍କ ର ବିପୁଳ ଧନଲାଭ!
 

Share this story