ପୁଣି ଫେରିପାରେ ଲକଡାଉନ୍‌, ସତର୍କ ରୁହନ୍ତୁ, ଆସିଲା ଏହି ସବୁ ଗୁରୁତ୍ୱପୂର୍ଣ୍ଣ ସୂଚନା

Lockdown

ଓଡ଼ିଆ ଗସିପ ବ୍ୟୁରୋ: ପୁଣି ଫେରିପାରେ ଲକଡାଉନ୍‌ । ଶୁଣିକି ଛାନିଆ ଲାଗୁଥିଲେ ବି କଥାଟି ସତ । ଆଉ କେଉଁଠି ଲକଡାଉନ ହେବ ଜାଣିଛନ୍ତି । ଓଡିଶାରେ ନୁହେଁ ରାଜଧାନୀ ଦିଲ୍ଲୀରେ । ଏଠି ପୁଣି ଫେରିପାରେ ଲକଡାଉନ । ଆଜି ହୋଇପାରେ ନିଷ୍ପତ୍ତି ।

ଏନସିଆରରେ ଜରୁରୀକାଳୀନ ସ୍ଥିତି, ପ୍ରଦୂଷଣ ରୋକିବାକୁ ସୁପ୍ରିମକୋର୍ଟ ଶୁଣାଇପାରନ୍ତି କଡା ନିଷ୍ପତ୍ତି ।
ସମ୍ପୂର୍ଣ୍ଣ ଲକଡାଉନ୍‌ ପାଇଁ ପ୍ରସ୍ତୁତ ଅଛି ରାଜଧାନୀ । ସୁପ୍ରିମକୋର୍ଟରେ ଏନେଇ ଆଜି ଏକ ସତ୍ୟପାଠ ଦାଖଲ କରି ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ରୋକିବାକୁ ସଂପୂର୍ଣ୍ଣ ଲକଡାଉନ୍ ପାଇଁ ଦିଲ୍ଲୀ ପ୍ରସ୍ତୁତ ଥିବା କହିଛନ୍ତି ମୁଖମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।

NCR ଅଞ୍ଚଳରେ ବି ଲକଡାଉନ୍ କରିବାକୁ ଦିଲ୍ଲୀ ସରକାର କହିଛନ୍ତି । ତେବେ ଏହି ଲକଡାଉନ୍ କେବଳ ସୀମିତ ପ୍ରଭାବ ପକାଇବ ବୋଲି କହିଛନ୍ତି ଦିଲ୍ଲୀ ସରକାର । ବାୟୁ ପ୍ରଦୂଷଣର ସମସ୍ୟାକୁ ଏୟାର ଶେଡ୍‌ ସ୍ତରରେ ସମାଧାନ କରିବା ଆବଶ୍ୟକ ।

ସତ୍ୟପାଠରେ ଦିଲ୍ଲୀ ସରକାର କହିଛନ୍ତି, ସ୍ଥାନୀୟ ନିର୍ଗମନକୁ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀ ସରକାର ସମ୍ପୂର୍ଣ୍ଣ ଲକଡାଉନ୍ ଭଳି ପଦକ୍ଷେପ ନେବାକୁ ପ୍ରସ୍ତୁତ । ଯଦିଓ, ପଡୋଶୀ ରାଜ୍ୟର ଏନସିଆର ଅଞ୍ଚଳରେ ମଧ୍ୟ ଏହା କାର୍ଯ୍ୟକାରୀ ହୁଏ ତେବେ ଏପରି ପଦକ୍ଷେପ ଫଳପ୍ରଦ ହେବ ।

ସେ ଆହୁରି କହିଛନ୍ତି, ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ ଗତକାଲି ତୁଳନାରେ ଆଜି ଅଳ୍ପ ସୁଧାର ଆସିଛି । ତେବେ ପଡୋଶୀ ରାଜ୍ୟଗୁଡିକର ଏନସିଆର ଅଞ୍ଚଳରେ ଯଦି ଲକଡାଉନ୍‌ ଲାଗୁ ହୁଏ ତେବେ ଏହି ପଦକ୍ଷେପ ସାଥର୍କ ହେବ ।’

ସୂଚନା ମୁତାବକ, ଗତ କିଛି ଦିନ ହେବ ରାଜଧାନୀ ଦିଲ୍ଲୀ ଗ୍ୟାସ୍‌ ଚାମ୍ବର ପାଲଟିଛି । ଏଠି ନିଶ୍ୱାସ ନେବା କଷ୍ଟର ହୋଇପଡିଛି ।  ପ୍ରଦୂଷଣ ମାତ୍ରା ଏତେ ବଢ଼ିଛି ଯେ, ଲୋକେ ଘରୁ ବାହାରିବାବି ମୁସକିଲ୍‌ । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ସପ୍ତାହ ପାଇଁ ସ୍କୁଲ କଲେଜ ସବୁ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି । ପ୍ରତିବର୍ଷ ଦିଲ୍ଲୀ ଦୀପାବଳି ପରେ ପ୍ରଦୂଷଣ ମାତ୍ରା ବଢ଼ିଥାଏ ।

Share this story