ରଙ୍ଗ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ, ୧୧ ଜୀବନ୍ତ ଦଗ୍ଧ, ୪ ଗୁରୁତର
ଓଡ଼ିଆ ଗସିପ୍ ବ୍ୟୁରୋ: ଦିଲ୍ଲୀର ଆଲିପୁର ଅଞ୍ଚଳରେ ଥିବା ରଙ୍ଗ କାରଖାନାରେ ଗୁରୁବାର ସନ୍ଧ୍ୟାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ଅଗ୍ନିକାଣ୍ଡ ଯୋଗୁଁ କୋଟି କୋଟି ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି।
ଅଧିକ ପଢନ୍ତୁ :ଏହି ରାଶି ଲୋକଙ୍କ ମନ ଅସ୍ଥିର ରହିବା ସହ ପରିବାରରେ ବିବାଦ ଦେଖାଦେବ! ପଢନ୍ତୁ ଆଜିର ରାଶିଫଳ
ଘଟଣାସ୍ଥଳରେ ୨୨ଟି ଦମକଳ ବାହିନୀ ପହଞ୍ଚି ପ୍ରାୟ ୩ ଘଣ୍ଟା ପରେ ନିଆଁକୁ ଆୟତ୍ତ କରିଛନ୍ତି। ଏଥିସହିତ କାରଖାନାରେ ଫସି ରହିଥିବା କିଛି ଲୋକଙ୍କୁ ମଧ୍ୟ ଉଦ୍ଧାର କରିଛନ୍ତି ବୋଲି ଅଗ୍ନିଶମ ନିର୍ଦ୍ଦେଶକ ଅତୁଲ ଗର୍ଗ ସୂଚନା ଦେଇଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଅଗ୍ନିକାଣ୍ଡର କାରଣ ଅନୁସନ୍ଧାନ କରୁଛି।
ଅଧିକ ପଢନ୍ତୁ :ଗଜଲକ୍ଷ୍ମୀ ରାଜଯୋଗ, ଆସୁଛି ଭଲ ସମୟ, ଏହି ୩ ରାଶି ହେବେ ମାଲେମାଲ୍
ଅପରାହ୍ନ ପ୍ରାୟ ୫ଟା ବେଳେ ଏଚ୍ ବ୍ଲକ ଦୟାଲ ମାର୍କେଟ ଆଲିପୁରରେ ଥିବା ରଙ୍ଗ କାରଖାନାରେ ଅଗ୍ନିକାଣ୍ଡ ଘଟିଥିବା ନେଇ ପୁଲିସକୁ ଖବର ମିଳିଥିଲା। ଅଗ୍ନିକାଣ୍ଡ ଯୋଗୁଁ କାରଖାନା ସମ୍ପୂର୍ଣ୍ଣ ଜଳିଯାଇଛି ।
ଅଧିକ ପଢନ୍ତୁ :୫ ବର୍ଷ ପରେ ଧନ ଶକ୍ତି ଯୋଗ, ଏହି ୩ଟି ରାଶିଙ୍କ ଉପରେ ହେବ ଧନ ବର୍ଷା!