ସାପଠୁ ବି ଭୟଙ୍କର ଏହି ପିମ୍ପୁଡ଼ି, କାମୁଡିବାର ୧୫ ମିନିଟ ପରେ ଚାଲି ଯାଏ ଜୀବନ

bulldog ant

ଓଡ଼ିଆ ଗସିପ ବ୍ୟୁରୋ: ଆମ ଆଖପାଖରେ ସବୁବେଳେ ପିମ୍ପୁଡ଼ି ଘୁରି ବୁଲୁଥିବାର ଦେଖିଥିବେ । ବେଳେବେଳେ ଆମ ଖାଦ୍ୟରେ ମଧ୍ୟ ପିମ୍ପୁଡ଼ି ଲାଗି ଯାଇଥାନ୍ତି । ଏମାନେ କାମୁଡ଼ିଲେ ସାଧାରଣତଃ ଟିକିଏ କଷ୍ଟ ହୁଏ । ତେବେ ପିମ୍ପୁଡ଼ି କାମୁଡିବା ଦ୍ବାରା କେବେ କାହାର ମୃତ୍ୟୁ ହେବା କଥା ଶୁଣିଛନ୍ତି କି? ହୁଏତ ଆପଣ ନାହିଁ କରି ପାରନ୍ତି ।

ହେଲେ ଏପରି ଏକ ପିମ୍ପୁଡ଼ି ଆମ ଜୀବଜଗତରେ ରହିଛି ଯାହା ମଣିଷକୁ କାମୁଡ଼ିଲେ ତାର ମୃତ୍ୟୁ ନିଶ୍ଚତ ହୋଇଥାଏ । ଏହା କୌଣସି ଗୁଜବ ନୁହେଁ ସମ୍ପୂର୍ଣ୍ଣ ସତ୍ୟ ଘଟଣା । କେବଳ ସେତିକି ନୁହେଁ, ଏହି ପିମ୍ପୁଡ଼ିର ନାମ ଗିନିଜ ୱାର୍ଲ୍ଡ ରେକର୍ଡରେ ମଧ୍ୟ ସ୍ଥାନ ପାଇଛି ।

ତେବେ ଏହି ପିମ୍ପୁଡ଼ି କାହିଁକି ବିପଜ୍ଜନକ ଏବଂ ଏହାର ନାମ କ’ଣ ଚାଲନ୍ତୁ ଜାଣିବା । ଦୁନିଆର ସବୁଠାରୁ ବିପଜ୍ଜନକ ପିମ୍ପୁଡ଼ିର ନାମ ହେଉଛି ବୁଲଡୋଗ୍ ପିମ୍ପୁଡ଼ି, ଯାହାର ବୈଜ୍ଞାନିକ ନାମ ହେଉଛି ମିରମେସିଆ ପିରିଫର୍ମିସ୍। ଏହା ପ୍ରାୟତଃ ଅଷ୍ଟ୍ରେଲିଆର ଉପକୂଳବର୍ତ୍ତୀ ଅଞ୍ଚଳରେ ଦେଖାଯାଏ ।

ବୁଲଡୋଗ୍ ପିମ୍ପୁଡ଼ି ଆକ୍ରମଣ କରିବା ସମୟରେ ତାହାର ଶୁଣ୍ଢ ଏବଂ ମୁହଁର ବ୍ୟବହାର କରିଥାଏ । ଏହା ଅତ୍ୟନ୍ତ ବିପଜ୍ଜନକ ଏବଂ ଘାତକ ଅଟେ । ୧୯୩୬ ମସିହା ପରଠାରୁ ଏହି ବିପଜ୍ଜନକ ପିମ୍ପୁଡ଼ି ଆକ୍ରମଣରେ ତିନି ଜଣଙ୍କର ମୃତ୍ୟୁ ଘଟିଛି ।

ଏହି ପିମ୍ପୁଡ଼ କାମୁଡାରେ ଶେଷ ମୃତ୍ୟୁ ୧୯୮୮ ମସିହାରେ ହୋଇଥିଲା, ଯାହାକି ଜଣେ କୃଷକଙ୍କର ଥିଲା । ନିର୍ଦ୍ଦୟ ଆକ୍ରମଣ ହେତୁ ଏହି ପିମ୍ପୁଡ଼ିର ନାମ ବୁଲଡୋଗ୍ ରଖା ଯାଇଛି । ଏହା ଅତ୍ୟନ୍ତ ଆକ୍ରମଣାତ୍ମକ ଏବଂ ଏହାର ଦ୍ରୁତ ଆକ୍ରମଣ ପାଇଁ ବେଶ ଜଣାଶୁଣା। ପିମ୍ପୁଡ଼ିଟିକୁ ମଣିଷମାନେ ଅତ୍ୟନ୍ତ ଭୟ କରି ଥାଆନ୍ତି ।

ବୁଲଡୋଗ ପିମ୍ପୁଡ଼ିର ପ୍ରତ୍ୟେକ ଆକ୍ରମଣ ଏକ ଭୟଙ୍କର ବିଷ ଧର ସାପ ସହ ସମ୍ମାନ ହୋଇଥାଏ । ତେବେ ବେଳେବେଳେ ପିମ୍ପୁଡ଼ି ଶୁଣ୍ଢ ଦ୍ଵାରା କରିଥିବା ଆକ୍ରମଣ କାରଣରୁ ମାତ୍ର ୧୫ ମିନିଟରେ ଲୋକଙ୍କର ମୃତ୍ୟୁ ହୋଇଥାଏ । ପିମ୍ପୁଡ଼ି ଶରୀରର ଆକାର କହିବାକୁ ଗଲେ ତାର ଲମ୍ବ ୨୦ ମିମି, ଓଜନ ୦.୦୧୫ ଗ୍ରାମ, ଏମାନେ ମାତ୍ର ୨୧ ଦିନର ପର୍ଯ୍ୟନ୍ତ ବଞ୍ଚି ଥାଆନ୍ତି ଏବଂ ଏହି ବିପଜ୍ଜନକ ପିମ୍ପୁଡ଼ି ୧୭୯୩ ମସିହାରେ ଆବିଷ୍କୃତ ହୋଇଥିଲା ।

Share this story