ଲାଣ୍ଡଫଲ୍ କରିବାକୁ ଯାଉଛି ବାତ୍ୟା ନିସର୍ଗ, ଦେଖନ୍ତୁ ଲାଇଭ ଦୃଶ୍ୟ…
ଓଡ଼ିଆ ଗସିପ ବ୍ୟୁରୋ: କିଛି ସମୟ ପରେ ମହାରାଷ୍ଟ୍ର ଉପକୂଳରେ ଲାଣ୍ଡଫଲ୍ କରିବ ବାତ୍ୟା ନିସର୍ଗ । ଅଲିଗଡ଼ ପାଖରେ ସ୍ଥଳଭାଗକୁ ଛୁଇଁବ । ମହାରାଷ୍ଟ୍ର ଓ ଗୁଜରାଟର ଉପକୂଳ ଅଞ୍ଚଳରେ ଜୋର୍ ବର୍ଷା ପବନ ହେଉଛି ।
ଯାହା ସୂଚନା ମିଳୁଛି କି, ବାତ୍ୟା ଆଉ କିଛି ସମୟ ଭିତରେ ଲ୍ୟାଣ୍ଡଫଲ କରିବ । ଆଉ ରହିଲା ମାତ୍ର ଅଳ୍ପ ସମୟ । ଘଣ୍ଟେ ଭିତରେ ବାତ୍ୟା ନିସର୍ଗର ଲାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଯିବ । ୬ ଘଣ୍ଟା ଧରି ସମୁଦ୍ରରେ ଏହା ଘଣ୍ଟାପ୍ରତି ୧୯ କିମି ବେଗରେ ଗତି କରୁଛି । ଆଉ ଘଣ୍ଟାକ ମଧ୍ୟରେ ମୁମ୍ବାଇରୁ ୯୦ କିଲୋମିଟର ଦୂର ଅଲିବାଗ ନିକଟରେ ସ୍ଥଳଭାଗ ଛୁଇଁବ ।
Strong winds were witnessed at Shriwardhan Market in Maharashtra 12 PM today
pic.twitter.com/QGXug2sRyG#CycloneNisarga
— Royson Dsouza (@Royson_D) June 3, 2020
ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ ମୁମ୍ବାଇ ସହ ଥାଣେ, ପଲଘର ଓ ରାଇଗଡ ଜିଲ୍ଲାରେ ଘଣ୍ଟାପ୍ରତି ୧୧୦ରୁ ୧୨୦ କିମି ବେଗରେ ପବନ ବହିବାର ସମ୍ଭାବନା ଅଛି । ନଭସାରୀ, ଡାଙ୍ଗ, ଦମନ, ଦାଦରା ଓ ନଗର ହାଭେଲି ଏବଂ ସୁରତ ଆଦି ଜିଲ୍ଲାରେ ୧୦୦ରୁ ଅଧିକ କିଲୋମିଟର ବେଗରେ ପବନ ସହ ପ୍ରବଳ ବର୍ଷାର ଆଶଙ୍କା ରହିଛି ।
#CycloneNisarga has made landfall.
Prayers for everyone at home in #Mumbai & on the west coast.
Hope nature spares us, with least damage
Stay safe!
— Poulomi Saha (@PoulomiMSaha) June 3, 2020
ଏହି ସମୟରେ ସମୁଦ୍ରରେ ୨ ମିଟର ଉଚ୍ଚ ଜୁଆର ଉଠିବା ସହ ପ୍ରବଳ ବର୍ଷାର ମଧ୍ୟ ଆଶଙ୍କା ରହିଛି। ଉତ୍ତର ମହାରାଷ୍ଟ୍ର ଭଳି ଦକ୍ଷିଣ ଗୁଜରାଟ ଉପକୂଳରେ ବି ବାତ୍ୟାର ପ୍ରଭାବ ରହିବ । ବାତ୍ୟା ପ୍ରଭାବରେ ପଲଘର ଅଂଚଳରେ କିଛି ଗଛ ଉପୁଡି ପଡିଛି । ମହାରାଷ୍ଟ୍ରର ରତ୍ନଗିରି ଅଂଚଳରେ ଏବେ ପ୍ରବଳ ବର୍ଷା ହେଉଛି । ମହାରାଷ୍ଟ୍ରରେ ସମୁଦ୍ରକୂଳିଆ ଅଞ୍ଚଳରୁ ୫୦ ହଜାର ଲୋକଙ୍କୁ ଏନଡିଆରଏଫ୍ ପକ୍ଷରୁ ସ୍ଥାନାନ୍ତର କରାଯାଇଛି ।