ଅଭିଶପ୍ତ ଚୌକି ! ଏହି ଚେୟାରରେ ଯିଏ ବସିଛି ତାର ଜୀବନ ଯାଇଛି

cursed chair

ଓଡ଼ିଆ ଗସିପ ବ୍ୟୁରୋ: ଦୁନିଆରେ ଏମିତି ରାଜ୍‌ ଅଛି ଯାହାର ଆଜିବି ସମାଧାନ ହୋଇପାରିନି । ଯେତେ ଚେଷ୍ଟା କଲେ ବି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଯଦି ଦୁର୍ଘଟଣା ବନ୍ଦ ହୁଏ ନାହିଁ, ତେବେ ତାହାକୁ ଅଭିଶପ୍ତ ବୋଲି କୁହାଯାଏ । ଯୁକ୍ତରାଷ୍ଟ୍ର ଆମେରିକାରେ ଏପରି ଏକ ଚେୟାର ଅଛି, ଯାହାର ନାମ ଡେଥ୍ ଚେୟାର । ଏହି ଚେୟାରରେ ଯିଏ ବି ବସେ ସେ ଜୀବନ୍ତ ରୁହେ ନାହିଁ । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ।

ଆଉ ଇଏ କେଉଁ ଆଜି କାଲିର କାହାଣୀ ନୁହେଁ । ଏହି ଚେୟାରର କାହାଣୀ ୩୦୦ ବର୍ଷ ଧରି ଶୁଣାଯାଉଛି । ୟୁକେର ଉତ୍ତର ୟର୍କଶାୟାରର ଥୋମାସ୍ ବସ୍ବିଙ୍କର ଏହି ଚେୟାର ଥିଲା । ସେ କେବେବି ଚେୟାରରୁ କୌଣସି ବିପଦର ସମ୍ମୁଖୀନ ହୋଇନଥିଲେ, କିନ୍ତୁ ତାଙ୍କ ମୃତ୍ୟୁ ପରେ ଏହି ଚେୟାରଟି ଯମରାଜଙ୍କ ଦୂତ ହୋଇଗଲା । ଯିଏ ଏହା ଉପରେ ବିଶ୍ରାମ ନେଉଥିଲା, ସେ ଶେଷ ହୋଇଯାଉଥିଲା ।

ସୂଚନା ଅନୁସାରେ, ଚେୟାରର ମାଲିକ ଥୋମାସ ଏହା ଉପରେ ଆରାମ କରିବାକୁ ବହୁତ ପସନ୍ଦ କରୁଥିଲେ । କୁହାଯାଏ ଥରେ ତାଙ୍କ ଶ୍ୱଶୁର ଏହି ଚେୟାର ଉପରେ ବସି ପଡିଥିଲେ । କିନ୍ତୁ ଥୋମାସ ଏଥିପାଇଁ ଏତେ ରାଗିଗଲେ ଯେ ସେ ତାଙ୍କ ଶ୍ୱଶୁରଙ୍କ ଜୀବନ ନେଇଗଲେ । ଏହି ହତ୍ୟା ପରେ ତାଙ୍କ ଉପରେ କେସ୍ ଚାଲିଥିଲା ଏବଂ ୧୭୦୪ରେ ତାଙ୍କୁ ଫାଶି ହୋଇଥିଲା ।

ମରିବା ପୂର୍ବରୁ ଥୋମାସ ଅଭିଶାପ ଦେଇଥିଲେ, ଯିଏ ଏହି ଚେୟାରରେ ବସିବ ସେ ମରିଯିବ । ସେତେବେଳେ ଲୋକମାନେ ତାଙ୍କ ଅଭିଶାପକୁ ଗମ୍ଭୀରତାର ସହ ନେଇ ନଥିଲେ । ଲୋକମାନେ ଏହା ଉପରେ ବସିବାରେ ଭୁଲ୍ କରିବାକୁ ଲାଗିଲେ ଏବଂ କୌଣସି ନା କୌଣସି କାରଣରୁ ସେମାନଙ୍କ ଜୀବନ ଗଲା ।

ସୂଚନା ଅନୁଯାୟୀ, ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ କିଛି ସୈନିକ ଏହି ଚେୟାରରେ ବସିଥିଲେ, ସେମାନଙ୍କ ମଧ୍ୟରୁ କେହି ବଞ୍ଚି ନଥିଲେ । ଏହାର କାରଣ ଅଲଗା ହୋଇପାରେ, କିନ୍ତୁ ଯିଏ ଚେୟାରରେ ବସିବାରେ ଭୁଲ୍ କଲା, ସେ ଉଦ୍ଧାର ହୋଇପାରିଲା ନାହିଁ ।

ଶେଷରେ ଚେୟାରକୁ ଏକ ସ୍ଥାନୀୟ ସଂଗ୍ରହାଳୟକୁ ଦିଆଗଲା । ଥିରସ୍କ ସଂଗ୍ରହାଳୟରେ ଏହି ଚେୟାରକୁ ତଳେ ରଖିବା ପରିବର୍ତ୍ତେ ଛାତରେ ଟଙ୍ଗାଯାଇଥିଲା ଏବଂ ଏହା ସହିତ ଚେୟାରର ଅଭିଶାପ କାହାଣୀ ମଧ୍ୟ ଲେଖାଯାଇଥିଲା ।

Share this story