ସିଆର୍ପିଏଫ୍ରେ ନିଯୁକ୍ତ ହେବେ ୧.୩୦ ଲକ୍ଷ କନଷ୍ଟେବଳ, ଅଗ୍ନିବୀରଙ୍କ ପାଇଁ କେତେ ପ୍ରତିଶତ ସଂରକ୍ଷଣ, ଜାଣନ୍ତୁ କଣ ରହିଛି ପ୍ରକ୍ରିୟା...

ଓଡ଼ିଆ ଗସିପ ବ୍ୟୁରୋ: ଚଳିତ ବର୍ଷ କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ (ସିଆରପିଏଫ) ରେ ପ୍ରାୟ ୧ ଲକ୍ଷ ୩୪ ହଜାର କନଷ୍ଟେବଳଙ୍କୁ ନିଯୁକ୍ତି ମିଳିବ । ଅଗ୍ନିବୀରମାନଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ସହ ସିଆରପିଏଫରେ ଏହି ସଂଖ୍ୟକ କନଷ୍ଟେବଳ ନିଯୁକ୍ତ କରାଯିବା ନେଇ ଗୁରୁବାର ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।
ଜାରି କରାଯାଇଥିବା ଏହି ବିଜ୍ଞପ୍ତିରେ କୁହାଯାଇଛି ଯେ, ଏହି ସମସ୍ତ ନିଯୁକ୍ତି କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ ଅଧିନିୟମ, ୧୯୪୯ (୧୯୪୯ର ୬୬)ର ଧାରା ୧୮ର ଉପଧାରା (୧) ଏବଂ କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ ଗ୍ରୁପ୍ ‘ସି’ (ଜେନେରାଲ ଡ୍ୟୁଟି/ ଟେକ୍ନିକାଲ/ ଟ୍ରେଡ୍ସମ୍ୟାନ୍) କ୍ୟାଡର ନିଯୁକ୍ତି ନିୟମ ଆଧାରରେ କରାଯିବ ।
କେନ୍ଦ୍ର ସରକାର କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସରେ ଜେନେରାଲ ଡ୍ୟୁଟି କ୍ୟାଡର ଗ୍ରୁପ ‘ସି’ ପଦବୀ, ଜେନେରାଲ ଡ୍ୟୁଟି କ୍ୟାଡରରେ କନେଷ୍ଟବଳ (ଜେନେରାଲ ଡ୍ୟୁଟି) ପଦବୀରେ ନିଯୁକ୍ତି ପଦ୍ଧତିକୁ ନିୟନ୍ତ୍ରଣ କରିବା ପାଇଁ ପରିବର୍ତ୍ତିିତ ନିୟମ ପ୍ରଣୟନ କରିଛନ୍ତି ।
ସେହି ଅନୁସାରେ ଏହି ନିଯୁକ୍ତି ଦିଆଯିବ ବୋଲି କୁହାଯାଇଛି । ବର୍ତ୍ତମାନ ଅଗ୍ନିବୀର ପ୍ରଥମ ବ୍ୟାଚ୍ର ପ୍ରାର୍ଥୀଙ୍କ ପାଇଁ ୫ ବର୍ଷ ପର୍ଯ୍ୟନ୍ତ ବୟସ ସୀମା କୋହଳ କରାଯିବା ସହିତ ପୂର୍ବ ଅଗ୍ନିବୀର ପ୍ରାର୍ଥୀଙ୍କ ପାଇଁ ୩ ବର୍ଷ ପର୍ଯ୍ୟନ୍ତ ବୟସ ସୀମା କୋହଳ କରାଯିବ ବୋଲି କୁହାଯାଇଛି ।