କଣ୍ଡୋମକୁ ନିଶା ଭାବରେ ବ୍ୟବହାର କରୁଛନ୍ତି ଯୁବପିଢ଼ି! ଦିନକରେ ସରି ଯାଉଛି ଷ୍ଟକ୍, ଜାଣି ଆଶ୍ଚର୍ଯ୍ୟ ହେବେ...

condom use as toxic substances influencing youths

ଓଡ଼ିଆ ଗସିପ ବ୍ୟୁରୋ : ଯୌନ ସମ୍ପର୍କ ରଖିବା ସମୟରେ କଣ୍ଡୋମକୁ ଲୋକେ ପ୍ରତିରୋଧକ ଭବାରେ ବ୍ୟବହାର କରିଥାନ୍ତି । ଯୌନ ସମ୍ପର୍କ ଦ୍ୱାରା ବ୍ୟାପୁଥିବା ରୋଗ ଏବଂ ଗର୍ଭଧାରଣରୁ ବଞ୍ଚିବା ପାଇଁ ଏହାର ବ୍ୟବହାର କରାଯାଇଥାଏ ।

କିନ୍ତୁ, ଏବେ କିଛି ଯୁବପିଢ଼ି ଏହାକୁ ନିଶା ଭାବରେ ବ୍ୟବହାର କରୁଛନ୍ତି । କଥାଟି ଶୁଣିଲେ ବିଶ୍ୱାସ ହେଉନଥିଲେ ହେଁ ଏହା ସମ୍ପୂର୍ଣ୍ଣ ଭବାରେ ସତ ଅଟେ ।

ଦୁର୍ଗାପୁରରେ ରହୁଥିବା କିଛି ଯୁବକ କଣ୍ଡୋମ ଦ୍ୱାରା ନିଶା କରିବାରେ ଲିପ୍ତ ଥିବା ଜଣାପଡ଼ିଛି । ଦୁର୍ଗାପୁରର ବିଭିନ୍ନ ସ୍ଥାନ ଯଥା, ଦୁର୍ଗାପୁର ସିଟି ସେଣ୍ଟର, ବିଦ୍ଧ ନଗର, ବେନାଚିଟି, ମୁଚିପାରା, ସି ଜୋନ୍, ଏ ଜୋନରେ ଗତକିଛି ଦିନ ହେବ କଣ୍ଡୋମ ବିକ୍ରୟ ବହୁମାତ୍ରାରେ ବୃଦ୍ଧି ପାଇଥିଲା ।

ଜଣେ ଦୋକାନୀ ନିଜର ନିତିଦିନିଆ ଗ୍ରାହକକୁ ଏଥିନେଇ ପଚାରିବା ପରେ ପୁରା ସତ ସାମ୍ନାକୁ ଆସିଥିଲା । ପୂର୍ବରୁ ଦିନକୁ ମାତ୍ର ୮-୧୦ଟି ପ୍ୟାକେଟ କଣ୍ଡୋମ ବିକ୍ରି ହେଉଥିବା ବେଳେ ଏବେ ଦୋକାନରେ ଷ୍ଟକ୍ ସରିଯାଉଥିବା ଦୋକାନୀ ଜଣକ କହିଛନ୍ତି ।

ଏଥିନେଇ ଦୁର୍ଗାପୁର ଆରଏ କଲେଜ ମଡେଲ ସ୍କୁଲ ରସାୟନ ବିଜ୍ଞାନ ଶିକ୍ଷକ ନୁରୁଲ ହକ କହିଛନ୍ତି ଯେ କିଛି ସୁଗନ୍ଧିତ କଣ୍ଡୋମକୁ ଗରମ ପାଣିରେ ବତୁରାଇ ରଖିବା ପରେ ସେହି ପାଣି ନିଶାରେ ପରିଣତ ହୋଇ ଯାଇଥାଏ ।

ପୂର୍ବରୁ ଯୁବପିଢ଼ି ନିଶା ସେବନ ପାଇଁ ଡେନଡ୍ରାଇଟ ଅଠା, ଜୋତା ଇଙ୍କ ବ୍ୟବହାର କରୁଥିବା ଖବର ସାମ୍ନାକୁ ଆସିଥିଲା । ତେବେ, ଯୁବପିଢ଼ିଙ୍କର ନିଶା ପାଇଁ ଏହି ନୂଆ ସଉକ ସରକାର ତଥା ପ୍ରଶାସନକୁ ଚିନ୍ତାରେ ପକାଇ ଦେଇଛି ।

Share this story