ନାବାଳିକାକୁ ୧୩ଜଣ ଦୁଷ୍କର୍ମ କଲେ, ପରେ ମନ ନମାନିବାରୁ ନାବାଳିକାଙ୍କ ଦେହସାରା ଜୋର ଜବରଦସ୍ତ ଟାଟୁ କଲେ ଦୁର୍ବୁତ୍ତ

ନାବାଳିକାକୁ ୧୩ଜଣ ଦୁଷ୍କର୍ମ କଲେ, ପରେ ମନ ନମାନିବାରୁ ନାବାଳିକାଙ୍କ ଦେହସାରା ଜୋର ଜବରଦସ୍ତ ଟାଟୁ କଲେ ଦୁର୍ବୁତ୍ତ
ନାବାଳିକାକୁ ୧୩ଜଣ ଦୁଷ୍କର୍ମ କଲେ, ପରେ ମନ ନମାନିବାରୁ ନାବାଳିକାଙ୍କ ଦେହସାରା ଜୋର ଜବରଦସ୍ତ ଟାଟୁ କଲେ ଦୁର୍ବୁତ୍ତ
ମରୋକ୍କୋ: ସତରେ ମଣିଷ ଭିତରେ ହଜିଯାଇଛି ମାନବିକତା । ଦିନକୁ ଦିନ ମଣିଷ ଦାନବ ପାଲଟି ଯାଉଛି । ଯାହାର ଏକ ଜ୍ୱଳନ୍ତା ଉଦ୍ଦାହରଣ ମରୋକ୍କୋ ସହରରେ ଦେଖିବାକୁ ମିଳିଛି । ମନର ଲାଳସାକୁ ମେଣ୍ଟେଇବାକୁ ଯାଇ ଜଣେ ୧୭ ବର୍ଷୀୟା ନାବାଳିକାକୁ ୧୩ଜଣ ଦୁର୍ବୁତ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଖାଲି ଏତିକି ନୁହେଁ ଏସବୁ କାଣ୍ଡ ଭିଆଇ ଦୁର୍ବୁତ୍ତମାନେ ପୁରା ଘଟଣାକୁ ଫଟୋ ସୁଟ୍ କରି ସୋସିଆଲ ମିଡ଼ିଆରେ ଭାଇରାଲ କରିଛନ୍ତି । କହିବାକୁ ଗଲେ ପୁରାପୁରୀ ଜନ୍ତୁ ପାଲଟି ଯାଇଛନ୍ତି ଏହି ବଦମାସମାନେ ।
ନାବାଳିକାକୁ ୧୩ଜଣ ଦୁଷ୍କର୍ମ କଲେ, ପରେ ମନ ନମାନିବାରୁ ନାବାଳିକାଙ୍କ ଦେହସାରା ଜୋର ଜବରଦସ୍ତ ଟାଟୁ କଲେ ଦୁର୍ବୁତ୍ତ
ପୁରା ଘଟଣା ଜାଣିଲେ ହୁଏତ ଆପଣଙ୍କ ଲୋମ ଟାଙ୍କୁରୀ ପଡ଼ିବ । ଦୁଷ୍କର୍ମ କଥା ତ ଛାଡ଼ ଦୁର୍ବୁତ୍ତଙ୍କ ଏତିକିରେ ମନ ମାନିଲାନି ଯେ ନାବାଳିକା ଜଣଙ୍କୁ ଜୋର ଜବରଦସ୍ତ କରି ଦେହ ସାରା ଟାଟୁ କରିଥିଲେ । ଏହି ଖବର ଚାରିଆଡ଼େ ଭାଇରାଲ ହେବା ପରେ ବିଶ୍ୱବ୍ୟାପୀ ବ୍ୟାକୁଳତା ଦେଖାଦେଇଛି ।
ସୂଚନା ଅନୁଯାୟୀ, ଜଣେ ୧୭ବର୍ଷର ଝିଅକୁ କିଛି ଦୁର୍ବୁତ୍ତ ଦୁଇ ମାସ ତଳେ ଅପହରଣ କରି ନେଇଥିଲେ । ନାବାଳିକାକୁ ଏକ ଅଜ୍ଞାତ ସ୍ଥାନରେ ରଖି ସେମାନେ ତାକୁ ଅକଥନୀୟ ନିର୍ଯାତନା ଦେବା ସହ ବାରମ୍ବାର ଦୁଷ୍କର୍ମ କରିଥିଲେ ।
ନାବାଳିକାକୁ ୧୩ଜଣ ଦୁଷ୍କର୍ମ କଲେ, ପରେ ମନ ନମାନିବାରୁ ନାବାଳିକାଙ୍କ ଦେହସାରା ଜୋର ଜବରଦସ୍ତ ଟାଟୁ କଲେ ଦୁର୍ବୁତ୍ତ
ଏତିକିରେ ନାବାଳିକା ପ୍ରତି ଦିଆଯାଉଥିବା ନିର୍ଯାତନା କମି ନଥିଲା । ଦୁର୍ବୁତ୍ତମାନେ ନାବାଳିକା ଦେହ ସାରା ସିଗାରେଟ ଚେଙ୍କ ଦେଇ ତା’ ଦେହ ସାରା ଜବରଦସ୍ତ ଟାଟୁ ଆଙ୍କି ଥିଲେ । ଝିଅଟିର ହାତ, ବେକ ଓ ପୁରା ଶରୀରରେ ସ୍ୱସ୍ତିକ ଚିହ୍ନ ସହ ଗ୍ରାଫିଟି ଚିତ୍ର ଆଙ୍କି ଥିଲେ ଦୁର୍ବୁତ୍ତ । ପୁରା ଘଟଣାର ଫଟୋ ଭାଇରାଲ ହେବା ପରେ ବିଶ୍ୱବ୍ୟାପୀ ଲୋକେ ସ୍ୱର ଉଠାଇଛନ୍ତି । ଝିଅଟିକୁ ନ୍ୟାୟ ଯୋଗାଇବା ପାଇଁ ଆରମ୍ଭ ହୋଇଛି ଆନ୍ଦୋଳନ ।
ନାବାଳିକାକୁ ୧୩ଜଣ ଦୁଷ୍କର୍ମ କଲେ, ପରେ ମନ ନମାନିବାରୁ ନାବାଳିକାଙ୍କ ଦେହସାରା ଜୋର ଜବରଦସ୍ତ ଟାଟୁ କଲେ ଦୁର୍ବୁତ୍ତ
ପିଡ଼ୀତାଙ୍କର ତୁରନ୍ତ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ତାଙ୍କର ମାନସିକ ଅବସ୍ଥା ପରଖିବା ପାଇଁ ଲୋକେ ଦାବି କରିଛନ୍ତି । ପାଖାପାଖି ୧୨ହଜାରରୁ ଅଧିକ ଲୋକେ ଏକ ପିଟିସନ୍ ରାଜା ମହମ୍ମଦଙ୍କ ନିକଟରେ ଦାଖଲ କରିଛନ୍ତି । ପ୍ରତ୍ୟେକ ଦିନ ନାବାଳିକାଙ୍କ ସହ ଗଣଦୁଷ୍କର୍ମ କରାଯାଉଥିବା ସେ ସ୍ଥାନୀୟ ଗଣମାଧ୍ୟମକୁ ଜଣାଇଛନ୍ତି । ଉକ୍ତ ଘଟଣାରେ ମୋଟ ୩ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇଥିବା ସୂଚନା ମିଲିଛି ।
ନାବାଳିକାକୁ ୧୩ଜଣ ଦୁଷ୍କର୍ମ କଲେ, ପରେ ମନ ନମାନିବାରୁ ନାବାଳିକାଙ୍କ ଦେହସାରା ଜୋର ଜବରଦସ୍ତ ଟାଟୁ କଲେ ଦୁର୍ବୁତ୍ତ

Share this story

News Hub