World Odia Language Conferene

ଭାରତରେ ବଢି ଚାଲିଛି ଭାଇରସର ପାଦୁର୍ଭାବ, କାହିଁକି ସ୍ଥିତି ବେକାବୁ ଜାଣନ୍ତୁ…

ଭାରତରେ ବଢି ଚାଲିଛି ଭାଇରସର ପାଦୁର୍ଭାବ, କାହିଁକି ସ୍ଥିତି ବେକାବୁ ଜାଣନ୍ତୁ…
ଭାରତରେ ବଢି ଚାଲିଛି ଭାଇରସର ପାଦୁର୍ଭାବ, କାହିଁକି ସ୍ଥିତି ବେକାବୁ ଜାଣନ୍ତୁ…

ଓଡ଼ିଆ ଗସିପ୍ ବ୍ୟୁରୋ: ବିଶ୍ୱବ୍ୟାପି କୋଭିଡ୍ ମାମଲାରେ ଏବେ ଭାରତ ବହୁ ଦେଶକୁ ପଛରେ ପକାଇ ଚତୁର୍ଥ ସ୍ଥାନକୁ ଚାଲି ଆସିଛି । ଇଂଲଣ୍ଡ୍‌କୁ ଟପି ବିଶ୍ବର ଚତୁର୍ଥ ସ୍ଥାନରେ ପହଞ୍ଚିଛି । ପ୍ରଥମ ସ୍ଥାନରେ ଆମେରିକା, ଦ୍ୱିତୀୟରେ ବ୍ରାଜିଲ୍, ତୃତୀୟରେ ଋଷିଆ ଓ ଚତୁର୍ଥରେ ଭାରତ ରହିଛି । ଆମେରିକାରେ କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦ଲକ୍ଷ ପାର୍‌ କରିଥିବା ବେଳେ ବ୍ରାଜିଲ୍‌ରେ ୮ଲକ୍ଷ ପାର୍‌ ହୋଇଛି । ସେହିପରି ଋଷିଆରେ ୫ଲକ୍ଷ ଅତିକ୍ରମ କରିଛି ଆକ୍ରାନ୍ତଙ୍କ ସଂଖ୍ୟା ।

ଭାରତରେ ୨ଲକ୍ଷ ୯୭ହଜାର ୫୩୫ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ବ୍ରିଟେନ୍‌ ପଞ୍ଚମ ସ୍ଥାନରେ ରହିଛି । ବ୍ରିଟେନ୍‌ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୯୧ହଜାରରୁ ଅଧିକ ରହିଛି ।

ଗତ ୨୪ ଘଣ୍ଟାରେ ଭାରତରେ ସର୍ବାଧିକ ୧୦,୯୫୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୯୬ଜଣଙ୍କ ମୃତ୍ୟୁ ଘଟିଛି । ଯାହା ଏବେ ଚିନ୍ତାଜନକ ବିଷୟ ପାଲଟିଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଦେଶରେ ଏଯାବତ୍‌ ୨ଲକ୍ଷ ୯୭ହଜାର ୫୩୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୧,୪୭,୧୯୫ଜଣ ସୁସ୍ଥ ହୋଇଥିବା ବେଳେ ୧,୪୧,୮୪୨ଜଣ ଚିକିତ୍ସାଧୀନ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ୮,୪୯୮ଜଣଙ୍କ ମୃତ୍ୟୁ ଘଟିଛି ।

ସେପଟେ ଦେଶରେ କୋଭିଡ୍-୧୯ ସଂକ୍ରମଣ ଦ୍ରୁତ ବେଗରେ ବୃଦ୍ଧି ପାଉଥିବାରୁ ଅନ୍‌ଲକ୍ ୧.୦ ସମୟରେ ଦିଆଯାଇଥିବା କୋହଳକୁ କେତେକ ରାଜ୍ୟ ପୁଣି ପ୍ରତ୍ୟାହାର କରିନେବାକୁ ନିଷ୍ପତ୍ତି ନେଇଥିବା ବେଳେ ଅନ୍ୟ କେତେକ ରାଜ୍ୟ ସମ୍ପୂର୍ଣ୍ଣ ସଟ୍‌ଡାଉନ୍ କଥା ବିଚାର କରୁଛନ୍ତି ।

ପଞ୍ଜାବରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବାରୁ ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ହପ୍ତାହନ୍ତ ଏବଂ ସର୍ବସାଧାରଣ ଛିଟି ଦିବସମାନଙ୍କରେ କଠୋର ଲକ୍‌ଡାଉନ୍ କଟକଣା ଜାରି ପାଇଁ ଆଦେଶ ଦେଇଛନ୍ତି । କେବଳ ଇପାସ୍‌ଧାରୀମାନଙ୍କୁ ଯାତାୟାତ ପାଇଁ ଅନୁମତି ମିଳିବ । ଡାକ୍ତରୀ କର୍ମଚାରୀ ଏବଂ ଅତ୍ୟାବଶ୍ୟକ ସେବା ପ୍ରଦାନକାରୀଙ୍କ ବ୍ୟତୀତ ସମସ୍ତ ନାଗରିକ ଗୋଟିଏ ଆପ୍‌ରୁ ଏହି ଇ-ପାସ୍ ଡାଉନ୍‌ଲୋଡ୍ କରିପାରିବେ ।

କିନ୍ତୁ, ଶିଳ୍ପ କ୍ଷେତ୍ର ସ୍ବାଭାବିକ ଭାବେ କାର୍ଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ ସିଂହ କହିଛନ୍ତି । ଦିଲ୍ଲୀରୁ ପଞ୍ଜାବକୁ ପ୍ରବେଶ କରୁଥିବା ଲୋକମାନଙ୍କୁ ବାଧ୍ୟତାମୂଳକ ଭାବେ କରୋନା ଭାଇରସ୍ ସଂକ୍ରମଣ ପରୀକ୍ଷା କରାଇବାକୁ କିଛି ଉପାୟ ପ୍ରବର୍ତ୍ତନ କରିବାକୁ ମୁଖ୍ୟମନ୍ତ୍ରୀ ସିଂହ ଡାକ୍ତରୀ ବିଶେଷଜ୍ଞମାନଙ୍କୁ କହିଛନ୍ତି । ଜାତୀୟ ରାଜଧାନୀ ଅଞ୍ଚଳରୁ ପ୍ରତିଦିନ ପଞ୍ଜାବ ମଧ୍ୟକୁ ୫୦୦ ରୁ ୮୦୦ ଯାନବାହନ ପ୍ରବେଶ କରୁଛି ।

ଚେନ୍ନାଇରେ କୋଭିଡ୍-୧୯ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଗୁରୁବାର ଦିନ ମାଡ୍ରାସ୍ ହାଇକୋର୍ଟ ତାମିଲନାଡୁ ସରକାରଙ୍କୁ କହିଛି ଯେ, କେବଳ ଚେନ୍ନାଇ ସହରକୁ ଲକ୍‌ଡାଉନ୍‌ରେ ରଖି ନ ହେବ କାହିଁକି? ଏହାର ଜବାବ ଶୁକ୍ରବାର ସୁଦ୍ଧା ଦାଖଲ କରିବାକୁ ଅଦାଲତ ରାଜ୍ୟ ସରକାରଙ୍କୁ କହିଛନ୍ତି ।

ଝାଡ଼ଖଣ୍ଡରେ କରୋନା ଭାଇରସ୍ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସେଠାକାର ଶାସକ ମେଣ୍ଟର ସଦସ୍ୟ କଂଗ୍ରେସ ମଧ୍ୟ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌କୁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍ ପାଇଁ କହିଛି ।

କେରଳ ସରକାର ମଧ୍ୟ କଣ୍ଟେନ୍‌ମେଣ୍ଟ୍ ଜୋନ୍‌ରେ କଠୋର କଟକଣା ପାଇଁ ଉପାୟ ଚିନ୍ତା କରୁଛନ୍ତି ।

Share this story