ବ୍ରିଜ୍‌କୁ ଧକ୍କା ଦେଇ ଦୁଇ ଖଣ୍ଡ ହୋଇଗଲା କାର୍, କ୍ଷଣିକ ଭିତରେ ଚାଲିଗଲା ୩ ମହିଳାଙ୍କ ଜୀବନ

car accident

ଓଡ଼ିଆ ଗସିପ ବ୍ୟୁରୋ: ମୃତ୍ୟୁ ଯେବେ ଆସେ କାହାକୁ କହିକି ଆସିନଥାଏ । ଅସାବଧାନତା କିମ୍ବା କୌଣସି କାରଣ ପାଇଁ ହେଉ ଏହା ମଣିଷର ଜୀବନ ନେଇଥାଏ । ଏମିତି ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି ଯାହା ଆପଣଙ୍କ ଆଖିରେ ଲୁହ ଆଣିଦେବ । ମଧ୍ୟପ୍ରଦେଶର ଛିନ୍ଦୱାଡାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଫଳରେ ଘଟଣାସ୍ଥଳେ ଦୁର୍ଘଟଣାଗ୍ରସ୍ତ କାର ଖଣ୍ଡ ଖଣ୍ଡ ହୋଇଯାଇଛି ।

ରାମକୋନାରୁ ଏକ ବିବାହ କାର୍ଯ୍ୟକ୍ରମ ସାରି ଫେରୁଥିବା ବେଳେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ କାରରେ ଥିବା ୩ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ଦୁର୍ଘଟଣା ଏତେ ଭୀଷଣ ଥିଲା ଯେ, କାରଟି ଦୁଇ ଖଣ୍ଡ ହୋଇଯାଇଛି ।

ସୂଚନାନୁଯାୟୀ, ସୌଂସର ନିବାସୀ ସଚିନ ଜାୟସୱାଲ ତାଙ୍କ ପରିବାର ସହ ରାମାକୋନାରେ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ । ସେଠାରୁ ବିବାହ କାର୍ଯ୍ୟକ୍ରମ ସାରି ଘରକୁ ଫେରୁଥିବା ବେଳେ ନାଗପୁର ରୋଡରେ ଥିବା ଡ୍ରିମ୍ ହୋଟେଲ ନିକଟରେ ତାଙ୍କ କାର ଆଗକୁ ଏକ ବାଇକ୍ ଚାଲିଆସିଥିଲା ।

ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ସଚିନ ଜାୟସୱାଲ ନିୟନ୍ତ୍ରଣ ହରାଇ ଏକ ବ୍ରିଜ୍ ରେ ଯାଇ କାରଟି ଧକ୍କା ଦେଇଥିଲେ । ଫଳରେ କାରଟି ଦୁଇ ଖଣ୍ଡ ହୋଇଯାଇଛି ।

ଏହି କାରରେ ବସିଥିବା ୩ ଜଣ ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ସଚିନ ଜାୟସୱାଲ ଓ ତାଙ୍କ ନିକଟରେ ବସିଥିବା ନିଲମ ଜାୟସୱାଲ ଗୁରୁତର ଭାବେ ଆହତ ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ନାଗପୁର ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ଛିନ୍ଦୱାଡା ପୋଲିସ ଏହି ଘଟଣାରେ ଅଧିକ ତଦନ୍ତ ଚଳାଇଛି ।

Share this story