ଶିବଲିଙ୍ଗ ହଟାଇବାକୁ ନିର୍ଦ୍ଦେଶ ପରେ ହାଇକୋର୍ଟରେ ଘଟିଗଲା ଅଲୌକିକ ଘଟଣା, ତୁରନ୍ତ ବଦଳିଲା ନିଷ୍ପତ୍ତି

Calcutta High Court order to removal shivling assistant registrar Fainted
ଶିବଲିଙ୍ଗ ହଟାଇବାକୁ ନିର୍ଦ୍ଦେଶ ପରେ ହାଇକୋର୍ଟରେ ଘଟିଗଲା ଅଲୌକିକ ଘଟଣା, ତୁରନ୍ତ ବଦଳିଲା ନିଷ୍ପତ୍ତି

ଓଡ଼ିଆ ଗସିପ୍ ବ୍ୟୁରୋ: କୋଲକାତାରୁ ଆସିଛି ଏକ ଚକିତ କରିଦେବା ଭଳି ଖବର । କଲିକତା ହାଇକୋର୍ଟରେ ଗତ କିଛି ଦିନ ହେବ ଜମି ବିବାଦ ମାମଲାର ଶୁଣାଣି ଚାଲିଥିଲା । ଦୁଇ ଗୋଷ୍ଠୀ ଦୁଇ ପକ୍ଷର ଓକିଲ ସେମାନଙ୍କ ଗ୍ରାହକଙ୍କ ତରଫରୁ ଯୁକ୍ତିତର୍କ କରୁଥିଲେ ଏବଂ ବିଚାରପତିଙ୍କ ଆଗରେ ଯୁକ୍ତି କରୁଥିଲେ । ଯେତେବେଳେ ଜଜ୍ ଯୁକ୍ତି ଶୁଣି ତାଙ୍କ ନିଷ୍ପତ୍ତି ଶୁଣାଇଥିଲେ ସେତେବେଳେ ଏପରି କିଛି ଘଟଣା ଘଟିଥିଲା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଥିଲା ।

ଅଧିକ ପଢନ୍ତୁ : ଜୀବନରେ ସେକ୍ସ ନିହାତି ଆବଶ୍ୟକ କାହିଁକି ? ଜାଣନ୍ତୁ ସୁସ୍ଥ ଯୌନ ସମ୍ପର୍କର ୭ଟି ଉପକାରିତା ବିଷୟରେ 

ପୁରା ମାମଲାର ଶୁଣାଣୀ କରିବା ପରେ ବିଚାରପତି ଜୟ ସେନଗୁପ୍ତା ବିବାଦୀୟ ଜମିରେ ସ୍ଥାପିତ ଶିବଲିଙ୍ଗକୁ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ସେଠାରେ ଉପସ୍ଥିତ ଥିବା ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର ଯେତେବେଳେ କୋର୍ଟଙ୍କ ଏହି ଆଦେଶକୁ ଲେଖିବା ଆରମ୍ଭ କରିଥିଲେ ସେତେବେଳେ ସେ ତୁରନ୍ତ ସେହିଠାରେ ବେହୋସ ହୋଇଯାଇଥିଲେ ।

ଏହା ଦେଖିବା ପରେ ସେଠାରେ ଉପସ୍ଥିତ ସବୁ ଲୋକ ଚକିତ ହୋଇଯାଇଥିଲେ । ଏହାପରେ ବିଚାରପତି ତାଙ୍କର ନିଷ୍ପତ୍ତି ବଦଳାଇ ଦେଇଥିଲେ ଓ କହିଥିଲେ ହାଇକୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରିବ ନାହିଁ । ଜଜ୍ ଯାଚିକାକର୍ତ୍ତାଙ୍କୁ ନିମ୍ନ ଅଦାଲତ ଯିବାକୁ କହି ଦେଇଥିଲେ ।

ଅଧିକ ପଢନ୍ତୁ : ଭେଣ୍ଡିଆ ପୁଅର ସ୍ତନବୃଦ୍ଧି ସମସ୍ୟା! କାହିଁକି ଏମିତି ହେଉଛି, କଣ କଲେ କମିବ ସ୍ତନର ଆକାର ଜାଣନ୍ତୁ

ପଶ୍ଚିମବଙ୍ଗ ମୁର୍ଶିଦାବାଦ ଜିଲ୍ଲା ଖିଦିରପୁରରେ ରହୁଥିବା ଗୋବିନ୍ଦ ମଣ୍ଡଳ ଓ ସୁଦୀନ ପାଲଙ୍କ ମଧ୍ୟରେ ଦୀର୍ଘଦିନ ଧରି ଏକ ଜମିକୁ ନେଇ ବିବାଦ ଲାଗି ରହିଥିଲା । ଗତ ବର୍ଷ ଏହି ବିବାଦ ଭୀଷଣ ରୂପ ନେଇଥିଲା । ଏହି ସମୟରେ ଏମାନଙ୍କ ମଧ୍ୟରେ ହିଂସା ଘଟଣାର ସୂତ୍ରପାତ ହୋଇଥିଲା । ଏହାପରେ ରାତାରାତି ଗୋବିନ୍ଦ ମଣ୍ଡଳ ବିବାଦୀୟ ଜମି ଉପରେ ଶିବଲିଙ୍ଗ ସ୍ଥାପନା କରି ଦେଇଥିଲେ । ସୁଦୀପ ପାଲ ମାମଲାକ୍ୁ ପୋଲିସ ନିକଟରେ ଉଠାଇଥିଲେ । ପରେ ଏହି ମାମଲା କୋଲକାତା ହାଇକୋର୍ଟରେ ପହଞ୍ଚିଥିଲା ।

Share this story