ବ୍ରାହ୍ମଣ ପୁଅକୁ ମିଳୁନି କନ୍ୟା ! ବାହା ନ ହୋଇ ରହିଗଲେଣି ୪୦ ହଜାର ଯୁବକ, ଏବେ …

marriage

ଓଡ଼ିଆ ଗସିପ ବ୍ୟୁରୋ: ବ୍ରାହ୍ମଣ ବରକୁ ମିଳୁନି କନିଆ । କେତେ ବର ଜାଣିଛନ୍ତି, ଜାଣିଲେ ଆଶ୍ଚର୍ଯ୍ୟ ହେବେ ଜଣେ କି ଦୁଇ ଜଣ ନୁହେଁ । ପ୍ରାୟ ୪୦,୦୦୦ ବ୍ରାହ୍ମଣ ବରଙ୍କୁ ବିବାହ ପାଇଁ ଝିଅ ମିଳୁ ନାହାନ୍ତି । ତେଣୁ ସେମାନେ ଏବେ କନିଆ ସନ୍ଧାନରେ ଉତ୍ତରପ୍ରଦେଶ ଓ ବିହାର ପହଞ୍ଚିଛନ୍ତି ।

ତାମିଲନାଡ଼ର ବ୍ରାହ୍ମଣ ସଂଘଠନ ପକ୍ଷରୁ ଆରମ୍ଭ ହୋଇଛି ଝିଅ ଖୋଜା ଅଭିଯାନ । ନିଜ ଜାତିର ଝିଅ ମିଳୁ ନଥିବାରୁ ସେମାନେ ଏବେ ଉତ୍ତରପ୍ରଦେଶ ଓ ବିହାର ମୁହାଁ ହୋଇଛନ୍ତି ।

ବ୍ରାହ୍ମଣ ଜାତିର ଝିଅ ମିଳୁ ନଥିବାରୁ ଏବେ ସେମାନେ ଚିନ୍ତାରେ । ତେଣୁ ଏନେଇ ସେ ଝିଅ ଖୋଜା ଅଭିଜାନ ଆରମ୍ଭ କରିଛନ୍ତି । ଏକଥା ତାମିଲନାଡ଼ୁର ବ୍ରାହ୍ମଣ ସଙ୍ଘର ସଭାପତି ଏନ ନାରାୟଣନ୍ କହିଛନ୍ତି ।

ତାମିଲ ପତ୍ରିକାର ଏନେଇ ଏକ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଥିବା କହିଛନ୍ତି । ସେ କହିଛନ୍ତି ଯେ ଯଦି ତାମିଲନାଡ଼ୁରେ ୧୦ ଜଣ ପୁଅ ବିବାହ ଯୋଗ୍ୟ ହେଉଛନ୍ତି ମାତ୍ର ୬ ଜଣ ଝିଅ ମିଳୁଛନ୍ତି । ତେଣୁ ବ୍ରାହ୍ମଣ ଜାତିରି ଝିଅ ଖୋଜିବା ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି ।

ଏନେଇ ଦିଲ୍ଲୀ, ଲକ୍ଷ୍ନୌ ଏବଂ ପାଟନାରେ କୋ-ଅଡ଼ିନେଟର ନିଯୁକ୍ତି କରାଯବି ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଛି । ଯେଉଁମାନଙ୍କର ହିନ୍ଦୀ ଭାସାରେ ଲିଖନ, ପଠନ ଓ କହିବା ଦକ୍ଷତା ଥିବ ସେମାନଙ୍କୁ ଏହି ନିଯୁକ୍ତି ମିଳିବ ବୋଲି ନାରାୟଣ କହିଛନ୍ତି । ସେ କହିଛନ୍ତି ଯେ, ୩୦ରୁ ୪୦ ବର୍ଷ ବୟସରେ ପାଖାପାଖି ୪୦, ୦୦୦ ଯୁବକଙ୍କୁ କନ୍ୟା ମିଳୁନି। ତେବେ ଏହି ପଦକ୍ଷେପକୁ ତାମିଲନାଡ଼ୁରେ ସ୍ୱାଗତ କରାଯାଇଛି।

Share this story