ପ୍ରେମିକାକୁ ହତ୍ୟା କଲା ଲିଭ୍‌-ଇନ୍‌ରେ ରହୁଥିବା ପ୍ରେମିକ, ସୁଟକେଶରୁ ମିଳିଲା ମୃତଦେହ
 

Body of odia young woman rescued from a station in Mumbai
ସୁଟକେଶରେ ମୃତଦେହ ଧରି ବୁଲୁଥିବା ବେଳେ ପ୍ରେମିକ ଗିରଫ
 

ଓଡ଼ିଆ ଗସିପ୍ ବ୍ୟୁରୋ: ମୁମ୍ଵାଇରେ ଓଡିଆ ଯୁବତୀଙ୍କୁ ହତ୍ୟା । ହତ୍ୟାକାରୀ ଆଉ କେହି ନୁହନ୍ତି, ବରଂ ସଂପୃକ୍ତ ଯୁବତୀଙ୍କ ପ୍ରେମିକ । ମୁମ୍ବାଇର କୁର୍ଲା ରେଳ ଷ୍ଟେସନରୁ ଯୁବତୀଙ୍କ ମୃତଦେହ ସୁଟକେଶରୁ ମିଳିଥିଲା । ମୃତ ଯୁବତୀ ଜଣକ ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡା ଅଞ୍ଚଳର  ୨୫ ବର୍ଷ ବୟସ୍କା ପ୍ରତିମା କିସପାଟ୍ଟ।

ସୂଚନା ଅନୁସାରେ ମୁମ୍ବାଇରେ ପ୍ରତିମା ଏକ ଆପାର୍ଟମେଣ୍ଟରେ ଘରୋଇ ସହାୟିକା ଭାବେ କାମ କରୁଥିବା ବେଳେ ମନୋଜ ଏକ ମିଠା ଦୋକାନରେ କାମ କରୁଥିଲା । କୋଭିଡ ଲକଡାଉନ୍ ପରେ ମୁମ୍ବାଇରୁ ଓଡ଼ିଶା ଫେରିବା ବେଳେ ସେମାନଙ୍କ ଭିତରେ ପରିଚୟ ହୋଇଥିଲା । ଗତ ଜୁଲାଇ ମାସରେ ସେମାନେ ପୁଣି ମୁମ୍ବାଇ ଫେରି ଧରାଭିରେ ରହୁଥିଲେ । 

ଅଧିକ ପଢନ୍ତୁ :ଅନ୍ଧ କରିଦେଉଛି ଡାଇବେଟିସ୍‌, ତୁରନ୍ତ ଛାଡନ୍ତୁ ଏହି ୯ ଖାଦ୍ୟ, ଦୃଷ୍ଟିଶକ୍ତି ହ୍ରାସରୁ ବଞ୍ଚିଯିବେ!

ଦୁଇ ବର୍ଷ ଧରି ସେମାନେ ଲିଭ୍-ଇନରେ ରହୁଥିଲେ । ତେବେ ପ୍ରତିମାଙ୍କର ଅନ୍ୟ କାହା ସହିତ ସମ୍ପର୍କକୁ ସନ୍ଦେହ କରି ଗତ ରବିବାର ଦିନ ଦୁହିଙ୍କ ଭିତରେ ଝଗଡା ହୋଇଥିଲା । ଏହି ସମୟରେ ମନୋଜ ପ୍ରତିମାଙ୍କୁ ଆକ୍ରମଣ କରି ହତ୍ୟା କରିଥିଲେ ବୋଲି ସ୍ବୀକାର କରିଥିବା ମୁମ୍ବାଇ ପୁଲିସ୍ କହିଛି ।

ଅଧିକ ପଢନ୍ତୁ :ଆସୁଛି ଭଲ ସମୟ, ଆସନ୍ତା ସପ୍ତାହ ଏହି ୫ ରାଶିଙ୍କ ଉପରେ ହେବ ଟଙ୍କା ବର୍ଷା!

ହତ୍ୟା ପରେ ଅଭିଯୁକ୍ତ ଓସ୍କାର ମନୋଜ ବାରଲା ଫେରାର ହେଉଥିବା ବେଳେ ଠାନେ ରେଲୱେ ଷ୍ଟେସନରୁ ଗିରଫ କରିଥିଲା କୁର୍ଲା ପୁଲିସ । ଗିରଫ ପରେ ତିନି ଦିନ ରିମାଣ୍ଡ ରେ ଆଣି ଅଧିକ ପଚରା ଉଚୁରା କରୁଛି ପୁଲିସ । ଅଭିଯୁକ୍ତ ମନୋଜ ସୁନ୍ଦରଗଡ଼ ତଳସରା ଥାନା ସାହେବଡେରା ଗାଁର ବୋଲି ଜଣାପଡିଛି । ଯୁବତୀର ମୃତ ଦେହ ଆଣିବାକୁ ଯାଇଚନ୍ତି ପରିବାର ଲୋକେ ।

ଅଧିକ ପଢନ୍ତୁ : ଶାରୀରିକ ଅସୁସ୍ଥତା ପାଇଁ ଖର୍ଚ୍ଚାନ୍ତରେ ପଡ଼ିବା ସହ ପରିବାରରେ ଅଶାନ୍ତି ଲାଗି ରହିବ, ପଢନ୍ତୁ ଏ ସପ୍ତାହର ରାଶିଫଳ
 

Share this story