ହସ୍ପିଟାଲରେ ୟୁରିନ୍ ବ୍ୟାଗ୍ ବଦଳରେ ଲଗାଇଦେଲେ କୋଲ୍ଡ ଡ୍ରିଙ୍କ୍ର ବୋତଲ, ଲୋକେ ଦେଖି ଆଶ୍ଚର୍ଯ୍ୟ
ଓଡ଼ିଆ ଗସିପ୍ ବ୍ୟୁରୋ: ଆପଣ ନିଶ୍ଚିତ ଭାବରେ ଦେଶୀ ଜୁଗାଡର ଅନେକ ଫଟୋ କି ଭିଡିଓ ଦେଖିଥିବେ, କିନ୍ତୁ ଏଥର ଭାଇରାଲ ହେଉଥିବା ଭିଡିଓ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ହଁ, ବିହାରର ଏକ ହସ୍ପିଟାଲରେ ଜଣେ ରୋଗୀ ଦେଶୀ ଜୁଗାଡ ସହିତ ଚିକିତ୍ସିତ ହେଉଥିଲେ, ଯାହାର ଭିଡିଓ ଭାଇରାଲ ହୋଇଥିଲା।
ବିହାରର ଏକ ସରକାରୀ ହସ୍ପିଟାଲରେ ଚିକିତ୍ସା ବ୍ୟବସ୍ଥା ଅତି ଅବହେଳିତ ଅବସ୍ଥାରେ ରହିଛି। ଏଠାରେ ଭଗବାନଙ୍କ ଭରସାରେ ଚାଲିଛି ସ୍ୱାସ୍ଥ୍ୟସେବା। ଜମୁଇସ୍ଥିତ ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ୟୁରିନ୍ ବ୍ୟାଗ୍ ବଦଳରେ କୋଲ୍ଡ ଡ୍ରିଙ୍କ୍ର ବୋତଲ ଲଗାଇ ଦିଆଯାଇଛି।
ଅଧିକ ପଢନ୍ତୁ : ଜୀବନରେ ସେକ୍ସ ନିହାତି ଆବଶ୍ୟକ କାହିଁକି ? ଜାଣନ୍ତୁ ସୁସ୍ଥ ଯୌନ ସମ୍ପର୍କର ୭ଟି ଉପକାରିତା ବିଷୟରେ
ପରିସ୍ରା ବ୍ୟାଗ ବଦଳରେ କୋଲ୍ଡ ଡ୍ରିଂକ୍ସ ବୋତଲ କୁ ଲଗାଇ ଦେଇଥିଲେ।
ମିଳିଥିବା ଖବର ମୁତାବକ, ଜମୁଇର ଝାଝା ରେଳଧାରଣା ଉପରେ ମଙ୍ଗଳବାର ରାତିରେ ଆହତ ଅବସ୍ଥାରେ ଜଣେ ୬୦ ବର୍ଷୀୟ ବୃଦ୍ଧ ପଡ଼ିଥିଲେ। ରେଳେଓ୍ଵ ପୋଲିସ ସେଠାରେ ପହଞ୍ଚି ବୃଦ୍ଧଙ୍କୁ ଚିକିତ୍ସା ପାଇଁ ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଥିଲା। ହେଲେ ଏଠାରେ ଚିକିତ୍ସା ସମୟରେ ସ୍ୱାସ୍ଥ୍ୟକର୍ମୀମାନେ ବୃଦ୍ଧଙ୍କୁ ୟୁରିନ୍ ବ୍ୟାଗ୍ ବଦଳରେ କୋଲ୍ଡ ଡ୍ରିଙ୍କ୍ର ବୋତଲ ଲଗାଇ ଦେଇଥିଲେ।
ହସ୍ପିଟାଲର ଏଭଳି ଦାୟିତ୍ୱହୀନତା ଘଟଣାର କେହି ଜଣେ ଭିଡିଓ କରି ତାହାକୁ ସୋସିଆଲ ମିଡିଆରେ ଅପଲୋଡ୍ କରି ଦେଇଥିଲେ। ଯେତେବେଳେ ଏହି ଭିଡିଓ ଭାଇରାଲ ହୋଇଥିଲା, ହସ୍ପିଟାଲର ସ୍ୱାସ୍ଥ୍ୟକର୍ମୀମାନେ ତୁରନ୍ତ କୋଲ୍ଡ ଡ୍ରିଙ୍କ୍ ବୋତଲ ହଟାଇ ୟୁରିନ୍ ବ୍ୟାଗ୍ ଲଗାଇ ଦେଇଥିଲେ।
ଅଧିକ ପଢନ୍ତୁ : ଭେଣ୍ଡିଆ ପୁଅର ସ୍ତନବୃଦ୍ଧି ସମସ୍ୟା! କାହିଁକି ଏମିତି ହେଉଛି, କଣ କଲେ କମିବ ସ୍ତନର ଆକାର ଜାଣନ୍ତୁ
ଘଟଣା ପରେ ଡାକ୍ତରଖାନା ପ୍ରଶାସନ କ’ଣ କହିଲା?
ଏ ସମ୍ପର୍କରେ ଜମୁଇ ସଦର ହସ୍ପିଟାଲର କର୍ତ୍ତୃପକ୍ଷ କହିଛନ୍ତି ଯେ ହସ୍ପିଟାଲରେ ୟୁରିନ୍ ବ୍ୟାଗ୍ର ଷ୍ଟକ୍ ଅନେକ ଦିନରୁ ଶେଷ ହୋଇଯାଇଥିଲା। କିନ୍ତୁ ଏହା ବଦଳରେ କୋଲ୍ଡ ଡ୍ରିଙ୍କ୍ ବୋତଲ ଲଗାଇବା ଏକ ଗମ୍ଭୀର ମାମଲା। ଏହି ମାମଲାର ତଦନ୍ତ କରି ସମ୍ପୃକ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।