ବଡ ଖବର: ବନ୍ଦ ହୋଇଯିବ ବାବା ରାମଦେବଙ୍କ ପତଞ୍ଜଳିର ଏହି ୫ଟି ଔଷଧ ? ଜାଣନ୍ତୁ କାହିଁକି ଏମିତି ମୁଣ୍ଡ ବିନ୍ଧା ନିଷ୍ପତ୍ତି ନେଲେ ସରକାର ଏବଂ ଏହାର କାରଣ...

baba ramdev

ଓଡ଼ିଆ ଗସିପ ବ୍ୟୁରୋ: ବାବା ରାମଦେବଙ୍କୁ ଉତ୍ତରାଖଣ୍ଡରେ ଲାଗିଛି ବଡ ଝଟକା । ବିଭ୍ରାନ୍ତିକର ବିଜ୍ଞାପନ ପାଇଁ ଆୟୁର୍ବେଦ ଏବଂ ୟୁନାନି ଲାଇସେନ୍ସ ଅଥରିଟି ଉତ୍ତରାଖଣ୍ଡ ପକ୍ଷରୁ ପତଞ୍ଜଳିର ଦିବ୍ୟା ଫାର୍ମାସି ଉତ୍ପାଦନ କରୁଥିବା ପାଞ୍ଚୋଟି ଔଷଧ ଉତ୍ପାଦନ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହି ଔଷଧଗୁଡିକ ବ୍ଲଡ୍ ପ୍ରେସର, ଡାଇବେଟିଜ୍, ଗୋଇଟର, ଗ୍ଲୁକୋମା ଏବଂ ହାଇ କୋଲେଷ୍ଟ୍ରଲ୍ର ଚିକିତ୍ସାରେ ବ୍ୟବହୃତ ହୁଏ । ଏଗୁଡିକର ନାମ ହେଉଛି ବିପିଗ୍ରିଟ୍, ମଧୁଗ୍ରିଟ୍, ଥାଇରୋଗ୍ରିଟ୍, ଲିପିଡୋମ୍ ଏବଂ ଆଇଗ୍ରିଟ୍ ଗୋଳ୍ଡ ।

ଏନେଇ କେରଳର ଡାକ୍ତର କେ.ଭି ବାବୁ ଗତ ଜୁଲାଇରେ ଅଭିଯୋଗ କରିଥିଲେ । ବାରମ୍ବାର ପତଞ୍ଜଳିର ଦିବ୍ୟା ଫାର୍ମାସି ତରଫରୁ ଡ୍ରଗ୍ସ ଏବଂ ମ୍ୟାଜିକ୍ ରିମେଡିଜ୍ (ଆପତ୍ତିଜନକ ବିଜ୍ଞାପନ) ଅଧିନିୟମ, ଡ୍ରଗ୍ସ ଏବଂ କସମେଟିକ୍ସ ଆକ୍ଟ ୧୯୪୦ ଏବଂ ଡ୍ରଗ୍ସ ଏବଂ କସମେଟିକ୍ସ ନିୟମ ୧୯୪୫ର ଉଲ୍ଲଂଘନ କରିଥିବା ସେ ଅଭିଯୋଗ କରିଥିଲେ । ଅକ୍ଟୋବର ୧୧ ରେ ଡ. ବାବୁ ପୁନର୍ବାର ରାଜ୍ୟ ଲାଇସେନ୍ସ ଅଥରିଟି (SLA) କୁ ଇମେଲ ମାଧ୍ୟମରେ ଅଭିଯୋଗ ପଠାଇଛନ୍ତି ।

ଅଥରିଟି ପତଞ୍ଜଳିଙ୍କୁ ଫର୍ମୂଲେସନ ସିଟ୍ ଏବଂ ଲେବଲ୍ ପରିବର୍ତ୍ତନ କରି ସମସ୍ତ ପାଞ୍ଚଟି ଔଷଧ ପାଇଁ ପୁଣିଥରେ ମଞ୍ଜୁରି ନେବାକୁ କହିଛନ୍ତି ।

ଅଧିକ ପଢ଼ନ୍ତୁ : ଜାଣନ୍ତୁ କାହିଁକି ଏମିତି ମୁଣ୍ଡ ବିନ୍ଧା ନିଷ୍ପତ୍ତି ନେଲେ ସରକାର ଏବଂ ଏହାର କାରଣ

ଏନେଇ କୁହାଯାଇଛି ଯେ, ସଂଶୋଧନ ପାଇଁ ମଞ୍ଜୁରି ନେବା ପରେ କମ୍ପାନୀ ପୁନର୍ବାର ଉତ୍ପାଦନ ଆରମ୍ଭ କରିପାରିବ । ଦିବ୍ୟ ଫାର୍ମାସିକୁ ପଠାଯାଇଥିବା ଚିଠିରେ ଯୁଗ୍ମ ନିର୍ଦ୍ଦେଶକ ତଥା ଡ୍ରଗ୍ କଣ୍ଟ୍ରୋଲର ଡକ୍ଟର ଜିସିଏନ୍ ଜାଙ୍ଗପଙ୍ଗି ମିଡିଆ ଠାରୁ ତୁରନ୍ତ “ବିଭ୍ରାନ୍ତିକର ତଥା ଆପତ୍ତିଜନକ ବିଜ୍ଞାପନ” ହଟାଇବାକୁ କମ୍ପାନୀକୁ କହିଛନ୍ତି ।

ଭବିଷ୍ୟତରେ କେବଳ ଅନୁମୋଦିତ ବିଜ୍ଞାପନ ଚଳାଇବାକୁ ପରାମର୍ଶ ଦେଇଛନ୍ତି । କର୍ତ୍ତୃପକ୍ଷ ଏକ ସପ୍ତାହ ମଧ୍ୟରେ ଏହି ପ୍ରସଙ୍ଗରେ କମ୍ପାନୀଠାରୁ ପ୍ରତିକ୍ରିୟା ଲୋଡିଛନ୍ତି ।

Share this story