ମମତାଙ୍କୁ ଶକ୍ତ ଚାପୁଡ଼ା, ଉତ୍ତରପ୍ରଦେଶର ବିଜେପି ନେତାଙ୍କୁ ଗିରଫ ପାଇଁ ଯାଇଥିବା ବେଙ୍ଗଲ ପୋଲିସକୁ ପ୍ରବଳ ଛେଚା

mamata banerjee

ଓଡ଼ିଆ ଗସିପ ବ୍ୟୁରୋ: ପଶ୍ଚିମବଙ୍ଗ ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଶକ୍ତ ଚାପୁଡ଼ା ଲାଗିଛି କାରଣ ସେ ପଠେଇଥିବା ବେଙ୍ଗଲ ପୋଲିସ ଉତ୍ତରପ୍ରଦେଶରେ ଲୋକଙ୍କ ଆକ୍ରୋସର ଶିକାର ହୋଇଛନ୍ତି । ଗିରଫ ପାଇଁ ଯାଇଥିବା ଉତ୍ତରପ୍ରଦେଶର ଜଣେ ବିଜେପି ନେତାଙ୍କ ସମର୍ଥକ ବେଙ୍ଗଲ ପୋଲିସ ଟିମ୍‌ ଙ୍କୁ ପ୍ରବଳ ମାଡ଼ ମାରିଛନ୍ତି ।

କଥା କଣ କି, ରାଜନୈତିକ କୌଣସି ଏକ କଥା କୁ ନେଇ ମମତାଙ୍କ ମୁଣ୍ଡ କାଟ ପାଇଁ ୧୧ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ ଉତ୍ତରପ୍ରଦେଶର ବିଜେପି ନେତା ବିଜେପି ଯୁବ ମୋର୍ଚ୍ଚାର ପୂର୍ବ ମଣ୍ଡଳ ଅଧକ୍ଷ ଯୋଗେଶ ବର୍ଷନେ ।

ଫଳରେ ନେତା ଙ୍କ ବିରୋଧରେ ପୂର୍ବରୁ ପଶ୍ଚିମବଙ୍ଗରେ ୩ ମାମଲା ରୁଜୁ ହୋଇଥିଲା । ଏନେଇ ବିଜେପି ନେତାଙ୍କୁ ଗିରଫ କରିବାକୁ ଉତ୍ତରପ୍ରଦେଶ ଯାଇଥିବା ବେଙ୍ଗଲ ପୋଲିସ ଟିମ୍‌ ଆକ୍ରୋଶର ଶିକାର ହୋଇଛି । ପୋଲିସ ଟିମକୁ ଘରେ ବନ୍ଦ କରି ମାଡ଼ ମାରିଛନ୍ତି ସମ୍ପୃକ୍ତ ବିଜେପି ନେତାଙ୍କ ସମର୍ଥକ ।

ଖବର ପାଇ ବିଜେପି ବିଧାୟକ ଓ ସାଂସଦ ନିଜ ସମର୍ଥକଙ୍କ ସହିତ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ପୁଲିସ ସହଯୋଗରେ ସେଠାରେ ପହଞ୍ଚିଥିବା ସିଓଙ୍କ ସହିତ ଯୁକ୍ତିତର୍କ କରିଥିଲେ । ପରେ ସ୍ଥାନୀୟ ପୋଲିସ ବେଙ୍ଗଲ ପୋଲିସ ଟିମକୁ ବିଜେପି ସମର୍ଥକଙ୍କ କବଳରୁ ବାହାର କରି ଥାନାକୁ ନେଇଯାଇଥିଲେ । ଏହାପରେ ବିଜେପି ସମର୍ଥକମାନେ ପ୍ରବଳ ପାଟିତୁଣ୍ଡ କରିଥିବା ସୂଚନା ମିଳିଛି ।

ପୂର୍ବରୁ ଅନେକ ଥର ଯୋଗେଶକୁ ଗିରଫ କରିବାକୁ ଆସି ପୋଳିସ ବିଫଳ ହୋଇଥିବା ବେଳେ ଏଥର ମଧ୍ୟ ବେଙ୍ଗଲ ପୋଲିସ ଖାଲି ହାତରେ ଫେରିଥିବା ସୂଚନା ମିଳିଛି । 

Share this story