ୱାର୍ଲ୍ଡ ରେକର୍ଡ: ଏ ବର୍ଷ ଦୀପାବଳିରେ ଭବ୍ୟ ସ୍ଥାନ ଅଯୋଧ୍ୟାରେ ମୋଟ ଏତିକି ଟି ଦୀପ ଜାଳିବେ ଶ୍ରଦ୍ଧାଳୁ, ଜାଣି ଆଶ୍ଚର୍ଯ୍ୟ ହୋଇଯିବେ

diya in ayodhya

ଓଡ଼ିଆ ଗସିପ ବ୍ୟୁରୋ: ଏ ବର୍ଷ ଦୀପାବଳିରେ ଭବ୍ୟ ସ୍ଥାନ ଅଯୋଧ୍ୟାରେ ୟୋଗୀ ସରକାରଙ୍କ ଅଧୀନରେ ଗତବର୍ଷ ଭଳି ଏ ବର୍ଷ ମଧ୍ୟ ଦୀପ ମହୋତ୍ସବ ଆୟୋଜନ ହେବ । ଉତ୍ତର ପ୍ରଦେଶର ପର୍ଯ୍ୟଟନ ଏବଂ ସଂସ୍କୃତି ବିଭାଗ ଏବଂ ସ୍ଥାନୀୟ ବିଭାଗୀୟ ଅଧିକାରୀ ଙ୍କ ତତ୍ୱାବଧନରେ ଏହି ବର୍ଷ ଗିନିଷ ବୁକ ଅଫ ୱାର୍ଲଡ ରେକର୍ଡ ଦିବ୍ୟ ଦୀପ ମହୋତ୍ସବ ଆୟୋଜନ କରିବା ପାଇଁ ୟୋଗୀ ସରକାର ଙ୍କ ନିଷ୍ପତି ନେଇଛନ୍ତି । କିନ୍ତୁ ଦୀପ ସଂଖ୍ୟା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ଏଥିସହ ଏହି ଉତ୍ସବ ରେ ଯୋଗ ଦେବାକୁ ଯାଉଛନ୍ତି ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମଞ୍ଚରେ ରାମାୟଣ, ରାବଣ ଦହନ ଏବଂ ଅନେକ ପୌରାଣିକ ନାଟକ ମଞ୍ଚସ୍ଥ ହେବ । ସବୁଠୁ ବଡ କଥା ହେଉଛି ପୁରା ଅଯୋଧ୍ୟା ସହରକୁ ଦୀପ ରେ ସଜ୍ଜିତ କରାଯିବ । ପୁରା ସହରରେ 15 ଲକ୍ଷ ଦୀପ ଜାଳିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଅଯୋଧ୍ୟାରେ 18 ଲକ୍ଷ ଦୀପ ପ୍ରଜ୍ବଳନ କରାଯିବ । ଯାହା ବିଶ୍ୱ ରେକର୍ଡ ରେ ସ୍ଥାନ ପାଇବ ବୋଲି ଜଣାପଡିଛି ।

ଦୁଇ ବର୍ଷ ପୂର୍ବେ 3 ଲକ୍ଷ ଦୀପ ଏକା ସାଙ୍ଗରେ 45 ମିନଟ ପର୍ଯ୍ୟନ୍ତ ଜଳାଇ ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲା ଏବଂ ଏତେ ପରିମାଣର ଦୀପ ଜଳାଇବା ପାଇଁ ପ୍ରାୟ 40000 ହଜାର ଲିଟର ତେଲର ଆବଶ୍ୟକତା ପଡିଥିଲା । କିନ୍ତୁ ଆଶ୍ଚର୍ଯ୍ୟର କଥା ଏ ବର୍ଷ ଗତ ବର୍ଷ ଅପେକ୍ଷା ଅଧିକ ଦୀପ ଜଳାଇବାର ଆୟୋଜନ କରାଯାଇଛି ।

ଏହା ସହ ଗତ ବର୍ଷ ମଧ୍ୟ ଉତ୍ସବରେ ସାରୁ (Saryu) ନଦୀ କୂଳରେ 5,84,572 ମାଟି ଦୀପ ଜଳିବା ପରେ ‘ତୈଳ ପ୍ରଦୀପଗୁଡିକର ସର୍ବ ବୃହତ ପ୍ରଦର୍ଶନ’ ପାଇଁ ଗିନିଜ ୱାର୍ଲ୍ଡ ରେକର୍ଡ ସୃଷ୍ଟି କରିଥିଲା ।

ଉତ୍ତର ପ୍ରଦେଶର ପର୍ଯ୍ୟଟନ ଏବଂ ସଂସ୍କୃତି ବିଭାଗ ଏବଂ ସ୍ଥାନୀୟ ବିଭାଗୀୟ ଅଧିକାରୀ ଙ୍କ ତତ୍ୱାବଧନରେ ପ୍ରାୟ ବୁଧବାର ଦିନ ଅଯୋଧ୍ୟାରେ ସାରୁ ନଦୀ କୂଳରେ ନଅ ଲକ୍ଷ ରୁ ଅଧିକ ଦୀପ ପ୍ରଜ୍ୱଳିତ କରିବାବେଳେ ଗିନିଜ ୱାର୍ଲ୍ଡ ରେକର୍ଡ ସୃଷ୍ଟି କରିଥିଲା । ଏ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଟ୍ୱିଟ୍‌ ମଧ୍ୟ କରିଥିଲେ ।

Share this story