ଛାଡିଗଲା ନିଶା : କ୍ଷୁଦ୍ର ବୁଡ଼ାଜାହାଜ ‘ଟାଇଟନ୍‌’ରେ ଥିବା ୫ କୋଟିପତି ମୃତ, ସର୍ଚ୍ଚ ଅପରେସନ ବେଳେ ମିଳିଲା ଧ୍ୱଂସାବେଶଷ

All five persons onboard Titan submersible are dead

ଓଡ଼ିଆ ଗସିପ ବ୍ୟୁରୋ : ମିଳିଲା ‘ଟାଇଟନ’ ଧ୍ୱଂସାବଶେଷ, ସମସ୍ତ ୫ ଯାତ୍ରୀ ମୃତ । ଆଟଲାଣ୍ଟିକ ମହାସାଗରରେ ନିଖୋଜ ବୁଡ଼ା ଜାହାଜ ଟାଇଟନର ସମସ୍ତ ୫ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ଏ ନେଇ ଆମେରିକା କୋଷ୍ଟଗାର୍ଡ ଏହା ସ୍ପଷ୍ଟ କରିଛି ।

‘ଓସେନ୍‌ ଗେଟ୍‌ ଏକ୍ସପିଡିସନ୍‌’ ଦ୍ବାରା ପରିଚାଳିତ କ୍ଷୁଦ୍ର ବୁଡ଼ାଜାହାଜ ‘ଟାଇଟନ୍‌’ ଆଟ୍‌ଲାଣ୍ଟିକ୍‌ ମହାସାଗର ଭିତରେ ହଠାତ୍‌ ଭିତର ଆଡ଼କୁ ସଙ୍କୁଚିତ ହୋଇ (ଜାକି ହୋଇ) ନଷ୍ଟ ହୋଇଯାଇଛି ଏବଂ ସେଥିରେ ଥିବା ୫ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା କଥା ଆମେରିକା ତଟରକ୍ଷୀ ରିପୋର୍ଟ କରିଛି ।

ଗୁରୁବାର ପୂର୍ବାହ୍ନରେ ଗୋଟାଏ ରିମୋଟ୍‌-ନିୟନ୍ତ୍ରିତ ଯାନରେ ପାଣି ଭିତରେ ଠାବ କରାଯାଇଥିବା ଉକ୍ତ ବୁଡ଼ାଜାହାଜର ଭଗ୍ନାଂଶ ସବୁକୁ ପରୀକ୍ଷା କରିବା ପରେ ଆମେରିକା ତଟରକ୍ଷୀ ଏହି ସିଦ୍ଧାନ୍ତରେ ପହଞ୍ଚିଛି ।

ଅଧିକ ପଢ଼ନ୍ତୁ : କାହିଁକି ଘୋଷ ଯାତ୍ରା ଦିନ ଶରଧାବାଲିରେ ଲାଗିଲାନି ତିନିରଥ ? ଭବିଷ୍ୟତରେ ଆସୁଛି କି ବଡ଼ ବିପଦ!

ରିଅର ଆଡମିରାଲ ଜନ ମଗେର କହିଛନ୍ତି, ପ୍ରାୟ ୧୬ ଶହ ଫୁଟ୍‌ ତଳୁ ଟାଇଟନର ଧ୍ୱଂସାବଶେଷ ମିଳିଛି । ଭୟଙ୍କର ବିପର୍ଯ୍ୟୟରେ ଜାହାଜର ସମସ୍ତ ୫ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ଏଥିପାଇଁ ଆମେରିକା କୋଷ୍ଟଗାର୍ଡ ପକ୍ଷରୁ ମୃତକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି ।

ଆଟ୍‌ଲାଣ୍ଟିକ୍‌ ମହାସାଗରେ ଦୁର୍ଘଟଣାଗ୍ରସ୍ତ ହୋଇ ବୁଡ଼ିଯାଇଥିବା ବିଶାଳକାୟ ଜାହାଜ ‘ଟାଇଟାନିକ୍‌’ର ଅବଶେଷ ଦେଖିବା ପାଇଁ କ୍ଷୁଦ୍ର ବୁଡ଼ାଜାହାଜ ‘ଟାଇଟନ୍‌’ରେ ଯାଇଥିବା ବ୍ୟକ୍ତିମାନେ ହେଲେ, ଅରବପତି ଇଂଲଣ୍ଡ୍‌ର ୫୮ ବର୍ଷିୟ ହାମିସ୍‌ ହାର୍ଡିଙ୍ଗ୍‌, ଫ୍ରାନ୍‌ସ୍‌ର ୭୭ ବର୍ଷିୟ ପଲ୍‌-ହେନ୍‌ରି ନାର୍ଜିଓଲେଟ୍‌, ୱାସିଂଟନ୍‌ସ୍ଥିତ ‘ଓସେନ୍‌ଗେଟ୍‌’ ମାଲିକାନାରେ ଥିବା ‘ଇଭ୍‌ରେଟ୍‌’ର ମୁଖ୍ୟ ଏକ୍‌ଜିକ୍ୟୁଟିଭ୍‌ ଅଫିସର୍‌ ୬୧ ବର୍ଷିୟ ଷ୍ଟକ୍‌ଟନ୍‌ ରସ୍‌ ଏବଂ ପାକିସ୍ତାନର ୪୮ ବର୍ଷିୟ ଶାହଜାଦ୍‌ ଦାଉଦ୍‌ ଓ ତାଙ୍କର ୧୯ ବର୍ଷିୟ ପୁଅ ସୁଲେମାନ୍‌ ଦାଉଦ୍‌ ।

ଅଧିକ ପଢ଼ନ୍ତୁ : ଟାଇଟନିକ ଭଗ୍ନାବଶେଷ ଦେଖିବାକୁ ଯାଇଥିଲେ, ନିଖୋଜ ହୋଇଗଲା ବୁଡାଜାହାଜ; ବିପଦରେ ୫ ଆରବପତିଙ୍କ ଜୀବନ

ସୂଚନାଯୋଗ୍ୟ, କାର୍ବନ୍‌ ଫାଇବର୍‌ ଓ ଟାଇଟନିୟମ୍‌ରେ ନିର୍ମିତ ୬.୭ ମିଟର୍‌ ଲମ୍ବ କ୍ଷୁଦ୍ର ବୁଡ଼ାଜାହାଜ ‘ଦି ଟାଇଟନ୍‌’ରେ ଜଣେ ଚାଳକ ଓ ୪ଜଣ ଯାତ୍ରୀ ଯିବା ଭଳି ବ୍ୟବସ୍ଥା ଥିଲା । ଏହି ବୁଡ଼ାଜାହାଜ ସମୁଦ୍ର ଗର୍ଭର ସର୍ବାଧିକ ୧୩,୧୨୦ ଫୁଟ୍‌ ତଳକୁ ଯାଇପାରେ । ଜୁନ୍‌ ୧୮ ତାରିଖ ଦିନ ଯାତ୍ରା ଆରମ୍ଭ କରିବାର ପ୍ରାୟ ୧ ଘଣ୍ଟା ୪୫ ମିନିଟ୍‌ ପରେ ‘ଦି ଟାଇଟନ୍‌’ ସହିତ ଜଳରାଶି ଉପରେ ଥିବା ତା’ର ‘ମୁଖ୍ୟ ଜାହାଜ’ର (ମଦର୍‌ସିପ୍‌) ସମସ୍ତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା ।

Share this story